ହାଇଦ୍ରାବାଦ:ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ର ଭିଏତନାମର ଇଲେକଟ୍ରିକ ଯାନ ନିର୍ମାତା କମ୍ପାନୀ ଭିନଫାଷ୍ଟ (VinFast) ଆନୁଷ୍ଠାନିକ ଭାବେ ଭାରତୀୟ ବଜାରରେ ପ୍ରବେଶ କରିଛି । ନୂଆଦିଲ୍ଲୀରେ ଆୟୋଜିତ ଦେଶର ସର୍ବବୃହତ ମୋବିଲିଟି ଏକ୍ସପୋ 'ଭାରତୀୟ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2025'ରେ ନିଜର ପ୍ରିମିୟମ ଇଲେକଟ୍ରିକ ଏସୟୁଭି ଲଞ୍ଚ ସହିତ କମ୍ପାନୀ ଭାରତରେ ନିଜର ଉତ୍ପାଦନ ବିକ୍ରି କରିବାକୁ ଯାଉଛି ।
- ଲଞ୍ଚ କଲା 2ଟି ପ୍ରିମିୟମ SUV
ଭିଏତନାମର ଏହି କମ୍ପାନୀ ଏକ୍ସପୋ ଦୁଇଟି ଅଲ୍-ଇଲେକଟ୍ରିକ୍ ପ୍ରିମିୟମ ଏସୟୁଭି VF 7 ଓ VF 6 କାରକୁ ଲଞ୍ଚ କରିଛି । କମ୍ପାନୀର ଏହି ଲଞ୍ଚ ଭାରତୀୟ ବଜାରରେ ଅତ୍ୟାଧୁନିକ ଉତ୍ପାଦ ଆଣିବାର ପ୍ରତିବଦ୍ଧତାକୁ ଦର୍ଶାଉଛି । ଯାହାକି ଭାରତୀୟ ଇଲେକଟ୍ରିକ ଯାନ ବଜାରକୁ ଆହୁରି ଅତ୍ୟାଧୁନିକ କରିଛି । କମ୍ପାନୀର କହିବାନୁସାରେ ଭାରତରେ ପ୍ରଥମ ଉତ୍ପାଦ ଲଞ୍ଚ କରିବା ଲାଗି କର୍ତ୍ତୃପକ୍ଷ VF 7 ଓ VF 6 ଏସୟୁଭିକୁ ଚୟନ କରିଛନ୍ତି ।
- 'ଗେମ୍ ଚେଞ୍ଜର ହେବ VF 7 ଓ VF 6'
ଭାରତୀୟ ବଜାରରେ ଡେବ୍ୟୁ କରିବା ପରେ ଭିନଫାଷ୍ଟ ଏସିଆର ସିଇଓ ଫାମ୍ ସାନ୍ ଚାଉ କହିଛନ୍ତି, "ଆମେ ବିଶ୍ବାସ କରୁ ଯେ ଆମର ପ୍ରିମିୟମ ଏସୟୁଭି VF 7 ଓ VF 6 ଭାରତରେ ଇଲେକଟ୍ରିକ ଯାନ ଗ୍ରହଣ କରିବା ଦିଗରେ ଦ୍ରୁତ ଗତିରେ କାମ କରିବ । ଏକ୍ସପୋରେ ଆମର ଇଲେକଟ୍ରିକ ଯାନକୁ ପ୍ରଦର୍ଶନ କରି ବେଶ ଉତ୍ସାହିତ । ଏଠାରେ ଆମର ଉପସ୍ଥିତି ନା ଯେ କେବଳ ଭାରତୀୟ ବଜାରରେ ଆମର ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି, ବରଂ ଦୀର୍ଘସ୍ଥାୟୀ ଭାବେ ଗତିଶୀଳତା ସମାଧାନ ଓ ଉନ୍ନତ ଟେକନିକ୍ ଲାଗି ଆମର ଦୃଷ୍ଟିକୋଣକୁ ପ୍ରଦର୍ଶିତ କରୁଛି ।"
- 2025 ଦ୍ବିତୀୟାର୍ଦ୍ଧରୁ ସେଲ୍ ଆରମ୍ଭ
ଭିନଫାଷ୍ଟ ଇଣ୍ଡିଆର ସେଲ୍ସ ଆଣ୍ଡ ମାର୍କେଟିଂର ଡେପୁଟି ସିଇଓ ଅଶ୍ବିନ ଅଶୋକ ପାଟିଲ ଏହି କାର ସେଲ୍ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, "ଆମର ଭାରତ କେନ୍ଦ୍ରିତ ପ୍ରିମିୟମ ଏସୟୁଭି VF 7 ଓ VF 6କୁ ବର୍ଷ 2025ର ଦ୍ବିତୀୟାର୍ଦ୍ଧର ପ୍ରାରମ୍ଭରୁ ସେଲ୍ ଲାଗି ଉପଲବ୍ଧ କରାଯିବ ।" ଭାରତର ପ୍ରମୁଖ ସହରର କୋଣ ଅନୁକୋଣରେ ପହଞ୍ଚିବାକୁ ଭିନଫାଷ୍ଟ ଡିଲରଙ୍କୁ ନିଯୁକ୍ତ କରୁଛି ।
- ଆଉ କେଉଁ ଉତ୍ପାଦ ପ୍ରଦର୍ଶନ କଲା VinFast ?
ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2025ରେ, ଭିନଫାଷ୍ଟ VF 7 ଓ VF 6 ଏସୟୁଭି ବ୍ୟତୀତ VF3, VF e34, VF 8, VF 9 ଏସୟୁଭି ପ୍ରଦର୍ଶିତ କରିଛି । ଏହାସହିତ Evo 200, Klara, Feliz, Vento, Theon ଇଲେକଟ୍ରିକ ସ୍କୁଟର ଏବଂ DrgnFly ଇଲେକଟ୍ରିକ ବାଇକ ଓ VF Wild ପିକଅପ୍ ଟ୍ରକ୍ କନସେପ୍ଟକୁ ପ୍ରଦର୍ଶିତ କରିଛି ।
- ତାମିଲନାଡୁରେ ରହିଛି ପ୍ଲାଣ୍ଟ
କମ୍ପାନୀ ଗ୍ଲୋବାଲ ଉତ୍ପାଦନ କ୍ଷମତାକୁ ମଜଭୁତ କରିବା ଲାଗି ଗତବର୍ଷ ଦକ୍ଷିଣାଞ୍ଚଳ ରାଜ୍ୟ ତାମିଲନାଡୁର ଠୁଥୁକୁଡିରେ ଇଲେକଟ୍ରିକ ଯାନ ମ୍ୟାନୁଫାକଚରିଂ ପ୍ଲାଣ୍ଟ ସ୍ଥାପିତ କରିଛି । ଏହାସହିତ ବଢୁଥିବା ଚାହିଦା ପୂରଣ କରିବା ଏବଂ ଭାରତ ସହ ବିଶ୍ବରେ ସ୍ଥାୟୀ ଗତିଶୀଳତା ଗ୍ରହଣ କରିବା ଲାଗି କମ୍ପାନୀ ଏହି ପ୍ଲାଣ୍ଟ ସ୍ଥାପିତ କରିଛି ।
- ଭିନଫାଷ୍ଟ କମ୍ପାନୀ ସମ୍ପର୍କରେ...
କହି ରଖୁଛୁ କି, ଭିନଫାଷ୍ଟ ପ୍ରଡକ୍ଟ ଲାଇନଅପ୍ରେ ଇଲେକଟ୍ରିକ ଏସୟୁଭି, ଇ-ସ୍କୁଟର ଓ ଇ-ବସ୍ ସାମିଲ । କମ୍ପାନୀ ପରବର୍ତ୍ତୀ ଅଭିବୃଦ୍ଧି ପ୍ରକ୍ରିୟାକୁ ଧ୍ୟାନରେ ରଖି ସାରା ବିଶ୍ବରେ ଏହାର ବିତରଣ ଓ ଡିଲରସିପ୍ ବିସ୍ତାର ଲାଗି ଉଦ୍ୟମ ଜାରି ରଖିଛି । ଏହାସହ ଉତ୍ତର ଆମେରିକା, ୟୁରୋପ ଏବଂ ଏସିଆର ପ୍ରମୁଖ ବଜାର ଉପରେ ଧ୍ୟାନ ଦେଇ ଏହାର ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧି କରୁଛି ।