ହାଇଦ୍ରାବାଦ:ବଜାରରେ ଉପଲବ୍ଧ ରହିଛି ଅନେକ ବଜେଟ ସ୍ମାର୍ଟଫୋନ । ଏତେ ଅପସନ୍ ମଧ୍ୟରେ କେଉଁଟା ବେଷ୍ଟ ? ବିଶେଷ କରି 10ହଜାରରୁ 25ହଜାର ମଧ୍ୟରେ ଆପଣଙ୍କୁ ଅନେକ ସ୍ମାର୍ଟଫୋନ ମିଳିଯିବ । ଫଳରେ ଆପଣ ଦ୍ବନ୍ଦ୍ବରେ ପଡ଼ିଯିବେ କି କେଉଁଟା କିଣିବେ ଆଉ କେଉଁଟା ନ କିଣିବେ । ଦେଖିବାକୁ ଗଲେ ଅଧିକାଂଶ ଲୋକେ 15ହଜାର ଟଙ୍କା ଭିତରେ ଭଲ ସ୍ମାର୍ଟଫୋନ କିଣିବାକୁ ପସନ୍ଦ କରନ୍ତି । ଯେଉଁଥିରେ ଭଲ କ୍ୟାମେରା, ଡିସପ୍ଲେ, ପ୍ରୋସେସର ଓ ବ୍ୟାଟେରୀ ମିଳିଯିବ ।
ଏହି ପ୍ରାଇସ ରେଞ୍ଜରେ ଆପଣଙ୍କୁ ମୋବାଇଲ କିଣିବା ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ । ଆସନ୍ତୁ ଜାଣିବା 15ହଜାର ଟଙ୍କା ଭିତରେ କେଉଁଟା ଭଲ ସ୍ମାର୍ଟଫୋନ ହୋଇପାରିବ । ଯେଉଁଥିରେ କ୍ୟାମେରା, ଡିସପ୍ଲେ, ପ୍ରୋସସେର, ବ୍ୟାଟେରୀ ଭଳି ଭଲ ଫିଚର ଆପଣଙ୍କୁ ମିଳିବ । ଏଠାରେ ଆମେ ଆପଣଙ୍କୁ ଏହି ପ୍ରାଇସ ରେଞ୍ଜରେ 3 ସବୁଠୁ ଭଲ ସ୍ମାର୍ଟଫୋନ ସମ୍ପର୍କରେ କହିବୁ ।
File photo of Samsung Galaxy M34 5G (Press Release by Samsung) ସ୍ୟାମସଙ୍ଗ ଗାଲାକ୍ସି M34 5G (Samsung Galaxy M34 5G):-
ଦକ୍ଷିଣ କୋରିଆ କମ୍ପାନୀ ସ୍ୟାମସଙ୍ଗ ସାରା ବିଶ୍ବରେ ଅନେକ ପ୍ରକାର ବୈଦ୍ୟୁତିକ ଉପକରଣ ବିକ୍ରି କରିଥାଏ । କମ୍ପାନୀ ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ନିୟମିତ ଭାବେ ସ୍ମାର୍ଟଫୋନର ନୂଆ ମଡେଲର ବଜାର ପ୍ରବେଶ କରିଥାଏ । ଏହି କ୍ରମରେ କମ୍ପାନୀ ନିକଟରେ ଭାରତୀୟ ବଜାରରେ ସ୍ୟାମସଙ୍ଗ ଗାଲାକ୍ସି M34 5G ନାମରେ 'M' ସିରିଜର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି ।
ଏହା ବି ପଢନ୍ତୁ- ଆପଣଙ୍କ ଆଣ୍ଡ୍ରୋଏଡ ଫୋନ ସ୍ଲୋ ଚାଲୁଛି କି ? ଏହି ଉପାୟ କଲେ ପୁଣି ନୂଆ ଫୋନ ଭଳି କାର୍ଯ୍ୟ କରିବ
ଏହି ଫୋନରେ 6.5 ଇଞ୍ଚର HD AMOLED ଡିସପ୍ଲେ, Exynos 1280 ପ୍ରୋସେସର, 6GB ର୍ୟାମ + 128GB ଷ୍ଟୋରେଜ ଏବଂ 8GB ର୍ୟାମ + 128GB ଷ୍ଟୋରେଜ ବିକଳ୍ପ ରହିଛି । ଏହି ଆଣ୍ଡ୍ରଏଡ 13 ଓଏସରେ ଚାଲିଥାଏ ଏବଂ ଏଥିରେ 50 ମେଗାପିକ୍ସେଲର ରିଅର କ୍ୟାମେରା ଦିଆଯାଇଛି । ଏହି ସ୍ମାର୍ଟଫୋନ 3ଟି ରଙଅଗରେ ଉପଲବ୍ଧ । ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ 13,888ଟଙ୍କା ମୂଲ୍ୟ ରହିଛି । ଏହି ମୋବାଇଲରେ ମୁଖ୍ୟ କ୍ୟାମେରା ସହିତ ଟ୍ରିପଲ ରିଅର କ୍ୟାମେରା ସେଟଅପ୍, 13 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା, 6000mAhର ବ୍ୟାଟେରୀ ଓ 25ୱାଟ୍ର ଚାର୍ଜିଂ ସପୋର୍ଟ ଭଳି ଅନେକ ଫିଚର ରହିଛି ।
File photo of Redmi Note 13 5G (Press Release by Xiaomi) Redmi Note 13 5G:-
ଚାଇନିଜ ମୋବାଇଲ ନିର୍ମାତା କମ୍ପାନୀ Redmiର Note ସିରିଜ ସ୍ମାର୍ଟଫୋନ ବହୁ ଲୋକପ୍ରିୟ ରହିଛି । ବଜାରରେ ମଧ୍ୟ ଏହାର ବେଶ ଚାହିଦା ରହିଛି । ଏହାର କାରଣ ହେଉଛି Xiaomiର ଏହି ସିରିଜରେ କମ ଦାମରେ ବଢଇଆ ଫିଚର ରହିଛି । Redmiର ଏହି ସିରିଜରେ Note 13 5G ରହିଛି । ଯାହାକି ଭାରତୀୟ ବଜାରରେ ବିକ୍ରି ହେଉଛି । ଫୋନରେ 6.67 ଇଞ୍ଚର 120 Hz, 3D କଭର୍ଡ AMOLED ଓ 1.5K ରିଜୋଲ୍ୟୁସନର ଫିଙ୍ଗରପ୍ରିଣ୍ଟ ଡିସପ୍ଲେ, TSMS 4nm ପ୍ରୋସେସର ଚିପସେଟ୍, 6 କନେକ୍ଟିଭିଟି ଜିଓ Wifi ଓ ଡୁଆଲ 5G ସିଷ୍ଟମ ସପୋର୍ଟରେ ଆସୁଛି । ଏହା 6GB RAM + 128GB ଷ୍ଟୋରେଜ ଓ 12GB RAM + 256GB ଷ୍ଟୋରେଜ ଉପଲବ୍ଧ । କମ୍ପାନୀର ଏହି ଫୋନରେ 5,000 mAh ବ୍ୟାଟେରୀ ସହିତ 120ୱାଟର ହାଇପରଚାର୍ଜିଂ ସପୋର୍ଟ ରହିଛି, ଯିଏକି 19ମିନିଟରେ ବ୍ୟାଟେରୀକୁ ପୁରା ଚାର୍ଜ କରିପାରିବ । ଏହି ଫୋନର ମୂଲ୍ୟ ଫ୍ଲିପକାର୍ଟରେ 14,905 ଟଙ୍କା ରହିଛି ।
File photo of Motorola G64 5G (Press Release by Motorola) Motorola G64 5G:-
ଦୀର୍ଘ ସମୟ ପରେ ଭାରତୀୟ ବଜାରରେ ପୁଣି ପ୍ରବେଶ କରିଛି ମୋଟୋରୋଲା ମୋବାଇଲ । ନୂଆ ମଡେଲ ସହିତ କମ୍ପାନୀ ପୁଣି ଥରେ ବଜାରରେ ନିଜ ସ୍ଥିତି ମଜଭୁତ କରିଛି । ବଜାରରେ ବିକ୍ରି ହେଉଥିବା ମୋଟୋରୋଲାର 'G' ସିରିଜ ଏକ ଭଲ ସିରିଜ । ଏଥିରେ ମୋଟୋ G64 5G ସ୍ମାର୍ଟଫୋନ ସାମିଲ । ଫୋନରେ 6.5ଇଞ୍ଚର ଫୁଲ ଏଚଡି ପ୍ଲସ ଏଲସିଡି ଡିସପ୍ଲେ ରହିଛି । ଏହାବାଦ ଏଥିରେ 6000mAh ବ୍ୟାଟେରୀ ରହିଛି । ଏହି ଫୋନର 2ଟି ଭାରିଏଣ୍ଟ 8ଜିବି ର୍ୟାମ + 128ଜିବି ଷ୍ଟୋରେଜ ଏବଂ 12ଜିବି ର୍ୟାମ + 256 ଷ୍ଟୋରେଜ ରହିଛି । ଏଥିରେ ଡୁଆଲ ରିଅର କ୍ୟାମେରା ସେଟଅପ ରହିଛି, ଯେଉଁଥିରେ 50 ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ଓ 8 ଏମପିର ସେକେଣ୍ଡାରୀ କ୍ୟାମେରା ରହିଛି । ଏହାବାଦ 16 ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ଓ 8ଏମପିର ସେକେଣ୍ଡାରୀ କ୍ୟାମେରା ରହିଛି । 5G ନେଟୱର୍କ ସହିତ ଏହି ଫୋନର 3ଟି ଭିନ୍ନ ଭିନ୍ନ କଲର ଅପସନ ରହିଛି । 33ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ଫ୍ଲିପକାର୍ଟରେ ଏହି ଫୋନର ମୂଲ୍ୟ 14,999 ରହିଛି ।