ହାଇଦ୍ରାବାଦ:ଭାରତୀୟ ବଜାରରେ କାର ନିର୍ମାତା କମ୍ପାନୀ ଯାନ ବିକ୍ରି ନେଇ ନଭେମ୍ବର 2024ର ତଥ୍ୟ ପ୍ରକାଶ କରିଛି । Maruti Suzuki, Tata Motors ଓ Toyota India ଭଳି କମ୍ପାନୀର ବିକ୍ରି ବୃଦ୍ଧି ପାଇଥିବା ବେଳେ Hyundai India ବିକ୍ରି ହ୍ରାସ ପାଇଛି । ସେହିପରି ମହିନ୍ଦ୍ରା, ବଜାଜ୍ ଅଟୋ, ଟାଟା ମୋଟର୍ସ, ଟୟୋଟା ଆଦି କମ୍ପାନୀର ସେଲ୍ କିପରି ହୋଇଛି ନିମ୍ନରେ ବିସ୍ତୃତ ଭାବରେ ଜାଣନ୍ତୁ ।
Maruti Suzukiର ବିକ୍ରି:-
ସ୍ବଦେଶୀ କାର ନିର୍ମାତା ମାରୁତି ସୁଜୁକି ନଭେମ୍ବର 2024ରେ 1,81,531 ୟୁନିଟ୍ ବିକ୍ରି ପଞ୍ଜିକୃତ କରିଛି ଯେଉଁଥିରେ ହାଲୁକା ବ୍ୟବସାୟିକ ଯାନ ମଧ୍ୟ ସାମିଲ । କମ୍ପାନୀର ବର୍ଷ ତୁଳନାରେ 10.39 ପ୍ରତିଶତ ଅଭିବୃଦ୍ଧି ହୋଇଛି ସତ କିନ୍ତୁ ଅକ୍ଟୋବରରେ କମ୍ପାନୀର ବିକ୍ରୟ ସଂଖ୍ୟା ତୁଳନାରେ ଏହି ସଂଖ୍ୟା ବହୁତ କମ୍ ଅଛି । ଅକ୍ଟୋବରରେ କମ୍ପାନୀ 2,06,434 ୟୁନିଟ୍ ବିକ୍ରି କରିଥିଲା ଯାହାକି ସର୍ବାଧିକ ମାସିକ ବିକ୍ରି ଥିଲା । ନଭେମ୍ବର 2024 ପାଇଁ ମାରୁତିର ଘରୋଇ ଯାତ୍ରୀବାହୀ ଯାନ ବିକ୍ରି 1,41,312 ୟୁନିଟ୍ ଥିବା ବେଳେ ନଭେମ୍ବର 2023ରେ ବିକ୍ରି ସଂଖ୍ୟା ତୁଳନାରେ 5.33 ପ୍ରତିଶତ ଅଧିକ ଅଛି ।
Hyundai Indiaର ବିକ୍ରି:-
କୋରିଆ କାର ନିର୍ମାତା କମ୍ପାନୀ ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡର ବିକ୍ରି ଗ୍ରାମାଞ୍ଚଳରେ ବଢିବା ସତ୍ତ୍ବେ ନଭେମ୍ବରରେ ହ୍ରାସ ପାଇଛି । କମ୍ପାନୀ ବର୍ଷ ତୁଳନାରେ ସେଲ୍ 6.9% ହ୍ରାସ ପାଇଛି । ନଭେମ୍ବରରେ କମ୍ପାନୀ 61,252 ୟୁନିଟ କାର ବିକ୍ରି କରିଥିବା ବେଳେ ନଭେମ୍ବର 2023ରେ ଏହି ସଂଖ୍ୟା 65,801 ଥିଲା । ଅକ୍ଟୋବର 2024ରେ ପୂଜା ବଜାରରେ କମ୍ପାନୀର ବିକ୍ରି ତୁଳନାରେ ନଭେମ୍ବର ଏହା 12.5% କମ ବିକ୍ରି ହୋଇଛି । ଅକ୍ଟୋବରରେ କମ୍ପାନୀ 70,078 ୟୁନିଟ ବିକ୍ରି କରିଥିଲା । ଘରୋଇ ବଜାରରେ ନଭେମ୍ବର 2024ରେ 48,246 ୟୁନିଟ ବିକ୍ରି (2.4% ହ୍ରାସ) ଓ ରପ୍ତାନୀ ହୋଇଛି 13,006 ୟୁନିଟ ବିକ୍ରି (20.5% ହ୍ରାସ) ସାମିଲ ।
ଏହା ବି ପଢନ୍ତୁ |
Tata Motorsର ବିକ୍ରି:-
ନଭେମ୍ବର 2024ରେ ଟାଟା ମୋଟର୍ସର ମୋଟ ଯାତ୍ରୀବାହୀ ଯାନ ବିକ୍ରି 47,117 ୟୁନିଟରେ ପହଞ୍ଚିଥିବା ବେଳେ ଏହା 2023ର ସମାନ ମାସରେ ବିକ୍ରି ତୁଳନାରେ ମାତ୍ର 2 ପ୍ରତିଶତ ବୃଦ୍ଧି ଘଟିଛି । ଏହି ବିକ୍ରୟ ସଂଖ୍ୟା ଅକ୍ଟୋବର 2024ରେ କମ୍ପାନୀର ବିକ୍ରୟ ତୁଳନାରେ 2.69 ପ୍ରତିଶତ କମ୍ ଅଛି । ଟାଟା ମୋଟର୍ସ ବିକ୍ରୟରେ ଗୋଟିଏ ସକାରାତ୍ମକ ହେଉଛି ଏହାର ସମସ୍ତ ଇଲେକ୍ଟ୍ରିକ୍ ଯାତ୍ରୀବାହୀ ଯାନର ବିକ୍ରି ନଭେମ୍ବରରେ 9 ପ୍ରତିଶତ ବୃଦ୍ଧି ହୋଇ 5,202 ୟୁନିଟରେ ପହଞ୍ଚିଛି । ଅକ୍ଟୋବର 2023 ମଧ୍ୟରେ 74,172 ୟୁନିଟ୍ ତୁଳନାରେ ନଭେମ୍ବର 2024ରେ କମ୍ପାନୀର ସଂଗୃହିତ ବିକ୍ରୟ (ବାଣିଜ୍ୟିକ ବ୍ୟବସାୟକୁ ଅନ୍ତର୍ଭୁକ୍ତ କରି) 74,753 ୟୁନିଟ୍ ଥିଲା ।