ଓଡିଶା

odisha

ETV Bharat / technology

Audi Q7 ଲଞ୍ଚ୍‌; ନୂଆ ମଡେଲରେ କଣ ପରିବର୍ତ୍ତନ କରିଛି କମ୍ପାନୀ, ଦାମ ₹88.66ଲକ୍ଷ

ଅଡି ଇଣ୍ଡିଆ Q7 କାରର ଫେସଲିଫ୍ଟ ଭାରିଏଣ୍ଟକୁ ଭାରତ ବଜାରରେ ଲଞ୍ଚ କରିଛି । ଏହାର ଦାମ ରହିଛି 88.66ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

Audi Q7 Facelift Launched In India
Audi Q7 Facelift Launched In India (Credit- Audi India)

By ETV Bharat Tech Team

Published : 5 hours ago

ହାଇଦ୍ରାବାଦ: ଲକ୍ସରୀ କାର ନିର୍ମାତା କମ୍ପାନୀ ଅଡି ଇଣ୍ଡିଆ (Audi India) ଭାରତୀୟ ବଜାରରେ ନୂଆ ବର୍ଷ ପୂର୍ବରୁ ଆଉ ଏକ ଦମଦାର କାର ଲଞ୍ଚ କରିଛି । କମ୍ପାନୀ ନିଜର Q7 କାରର ଫେସଲିଫ୍ଟ ଭାରିଏଣ୍ଟ Audi Q7 Facelift କୁ ଆଜି ଭାରତରେ 88.66 ଲକ୍ଷ ଟଙ୍କା ମୂଲ୍ୟରେ ବଜାର ପ୍ରବେଶ କରାଇଛି । ଭାରତରେ ଏହି କାରର 2ଟି ଭାରିଏଣ୍ଟ ଉପଲବ୍ଧ ହେବ । ଗ୍ରାହକ ଆଗୁଆ 2ଲକ୍ଷ ଟଙ୍କା ଦେଇ myAudi Connect App ଜରିଆରେ ଏହି କାରର ପ୍ରି-ବୁକିଂ କରିପାରିବେ ।

2017ରେ ଲଞ୍ଚ ହୋଇଥିଲା Q7 କାର:-

ସର୍ବପ୍ରଥମେ ଏହି କାରରୁ ଭାରତୀୟ ବଜାରରେ 2017ରେ ଲଞ୍ଚ କରାଯାଇଥିଲା । ଏବେ ପ୍ରାୟ 7ବର୍ଷ ପରେ କମ୍ପାନୀ ଏହାର ଦ୍ବିତୀୟ ଜେନେରେସନକୁ ଲଞ୍ଚ କରିଛି । କମ୍ପାନୀ କାରର ଇଞ୍ଜିନରେ କୌଣସି ପରିବର୍ତ୍ତନ କରିନାହିଁ । ହେଲେ ଏହାର ଭିତର ଓ ବାହାର ଡିଜାଇନକୁ ଆକର୍ଷଣୀୟ କରିବା ଲାଗି ଏଥିରେ ପରିବର୍ତ୍ତନ କରାଯାଇଛି ।

2025 New Audi Q7 India Launch (Credit- Audi India)

Audi Q7 Faceliftର ଡିଜାଇନ

  • ବାହାର ଡିଜାଇନ:ଏହି କାରର ଆଗରେ ନୂଆ ଗ୍ରିଲ ଦିଆଯାଇଛି । ଏଥିରେ ହେକ୍ସାଗୋନାଲ ପ୍ୟାଟର୍ଣ୍ଣ ରହିଥିବା ବେଳେ ଏହା Q8 SUV ସହିତ ମେଳ ଖାଉଛି । ଏଥିରେ LED ହେଡଲାଇଟ୍ସ ଦିଆଯାଇଛି ଯାହାକି ପୂର୍ବ ମଡେଲଠାରୁ ଟିକେ ଉପରେ ରହିଛି । କାରର ପଛରେ OLED ଟେଲ‌୍‌ ଲାଇଟ୍ସ ଦିଆଯାଇଛି, ଯାହାକି ଚାରୋଟି ଭିନ୍ନ ଭିନ୍ନ ଲାଇଟକୁ ସପୋର୍ଟ କରିଥାଏ ।
  • ଭିତର ଡିଜାଇନ: କାରର ଭିତର ବା ଇଣ୍ଟିରିଅର ଡିଜାଇନ ସମ୍ପର୍କରେ କହିଲେ ଏହାର ଭିତର ରଙ୍ଗ ଗ୍ରେ ଲେଦରର ରହିଛି । ଏଥିରେ 10.1 ଇଞ୍ଚର ଇନଫୋଟେନମେଣ୍ଟ ସିଷ୍ଟମ, 8.6 ଇଞ୍ଚର ଟଚସ୍କ୍ରିନ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ପେନାରୋମିକ୍‌ ସନରୁଫ୍‌, 4 ଜୋନ କ୍ଲାଇମେଟ୍‌ କଣ୍ଟ୍ରୋଲ ସମେତ ଅନେକ ଫିଚର ସାମିଲ ।
ଏହା ବି ପଢନ୍ତୁ
  1. Audi ଲଭରଙ୍କ ପାଇଁ ଖୁସି ଖବର; ଲଞ୍ଚ ହେଲା Audi Q8, କଣ ରହିଛି ଖାସ୍‌ ଜାଣନ୍ତୁ
  2. ଆହୁରି ମହଙ୍ଗା ହେବ ଭାରତର ସବୁଠୁ ମହଙ୍ଗା କାର
2025 New Audi Q7 India Launch (Credit- Audi India)

Audi Q7 Faceliftର ଇଞ୍ଜିନ

ନୂଆ ଅଡି A7 340hp ପାୱାର ଓ 500nm ଟର୍କ ଉତ୍ପାଦନ କରୁଥିବା 3.0 ଲିଟର B6 TFSI ଇଞ୍ଜିନ ସହିତ ଆସିଛି । ଏହା ମାତ୍ର 5.6 ସେକେଣ୍ଡରେ ବେଗ ଘଣ୍ଟା ପ୍ରତି 0-100କିମି ଧରିପାରେ । ଏହାର ସର୍ବାଧିକ ଘଣ୍ଟା ପ୍ରତି ବେଗ 250କିମି ରହିଛି । ଏଥିରେ 7ଟି ଡ୍ରାଇଭିଂ ମୋଡ୍‌ ରହିଛି ।

କାରର ସେଫ୍ଟି ଫିଚର:-ଏହି କାରର ସୁରକ୍ଷା ସମ୍ବନ୍ଧୀୟ ଫିଚର ସମ୍ପର୍କରେ କହିବାକୁ ଗଲେ ଏଥିରେ 8ଟି ଏୟାରବ୍ୟାଗ୍‌, Level-2 ADAS ରହିଛି ।

କଲର ଅପସନ:-ଅଡି Q7 ଫେସଲିଫ୍ଟ 5ଟି ରଙ୍ଗରେ ଉପଲବ୍ଧ । ସେଗୁଡ଼ିକ ହେଉଛି:

  • Carrara White
  • Mythos Black
  • Navarra Blue
  • Samurai Grey
  • Tamarind Brown

କାହା ସହ କରିବ ପ୍ରତିଯୋଗିତା ?

ଅଡି ଇଣ୍ଡିଆର ଏହି ନୂଆ କାର Audi Q7 faceliftର ମୁକାବିଲା BMW X5 (Rs 97-99 ଲକ୍ଷ), Mercedes GLE (Rs 97.85 ଲକ୍ଷ) ଓ Volvo XC90 (Rs 1.01 କୋଟି) କାର ସହିତ ହେବ ।

ABOUT THE AUTHOR

...view details