ଓଡିଶା

odisha

ETV Bharat / technology

Airtelର ଏହି ୟୁଜରଙ୍କୁ ମିଳିବ ମାଗଣା Apple TV+ ଆକ୍ସେସ; ₹999ରୁ ଆରମ୍ଭ - FREE APPLE TV PLUS SUBSCRIPTION

ଏୟାରଟେଲ୍‌ ଆପଲ୍‌ ସହିତ ପାର୍ଟନରସିପ୍‌ କରିଛି । ଫଳରେ ହୋମ୍‌ ୱାଇଫାଇ ଓ ପୋଷ୍ଟପେଡ୍‌ ୟୁଜରଙ୍କୁ ମିଳିବ ମାଗଣା Apple Music ଓ Apple TV+ ସବସ୍କ୍ରିପସନ । ଅଧିକ ପଢନ୍ତୁ

Airtel Apple Partnership
Airtel Apple Partnership (Image: Apple/Airtel)

By ETV Bharat Tech Team

Published : Feb 26, 2025, 11:52 AM IST

ହାଇଦ୍ରାବାଦ:ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ୍‌ ନିଜର ପୋଷ୍ଟପେଡ୍‌ ୟୁଜର ଓ ହୋମ ୱାଇଫାଇ ୟୁଜରଙ୍କ ଲାଗି ଆମେରିକୀୟ ଟେକ୍‌ କମ୍ପାନୀ ଆପଲ୍‌ ସହିତ ହାତ ମିଳାଇଛି । ଏହି ପାର୍ଟନରସିପ୍‌ ଯୋଗୁଁ ଭାରତରେ ଏୟାରଟେଲ୍‌ର ପୋଷ୍ଟପେଡ୍‌ ଓ Xstream Fiber ୟୁଜରଙ୍କୁ Apple Music ଓ Apple TV+ର ମାଗଣା ସବସ୍କ୍ରିପସନ ମିଳିବ । ତେବେ କେତେ ଟଙ୍କିଆ ପ୍ଲାନରେ କଣ ସୁବିଧା ମିଳିବ ବିସ୍ତୃତ ଭାବରେ ନିମ୍ନରେ ଜାଣନ୍ତୁ ।

କଣ ମିଳିବ ସୁବିଧା ?

ଫେବୃଆରୀ 24ରୁ ଏୟାରଟେଲ୍‌ ହୋମ୍‌ ୱାଇ-ଫାଇ ଗ୍ରାହକ ମାନେ 999 ଟଙ୍କିଆ ପ୍ଲାନ ରିଚାର୍ଜ କଲେ Apple TV+ର ମାଗଣା ସବସ୍କ୍ରିପସନ ପାଇବେ । ସେହିପରି ପୋଷ୍ଟପେଡ୍‌ ୟୁଜର ମଧ୍ୟ ସମାନ 999 ଟଙ୍କିଆ ପ୍ଲାନ ରିଚାର୍ଜ କଲେ ଏଥିରେ ଅତିରିକ୍ତ ଭାବେ Apple TV+ ଆକ୍ସେସ୍‌ ଓ 6ମାସ ପର୍ଯ୍ୟନ୍ତ ମାଗଣା Apple Music ଆକ୍ସେସ ମିଳିବ ।

Apple TV+ ଆକ୍ସେସ ଦେବାରେ ପ୍ରଥମ କମ୍ପାନୀ ଏୟାରଟେଲ୍‌

ଆପଲ୍ ଟିଭି ପ୍ଲସର କଣ୍ଟେଣ୍ଟ ଆକ୍ସେସ ପ୍ରଦାନ କରିବାରେ ଏୟାରଟେଲ ଭାରତର ପ୍ରଥମ ଟେଲିକମ୍ କମ୍ପାନୀ ହୋଇପାରିଛି । କମ୍ପାନୀ ଏହାର ପ୍ରେସ ବିଜ୍ଞପ୍ତିରେ କହିଛି ଯେ ବର୍ତ୍ତମାନ ଏହାର ୟୁଜରଙ୍କ ପାଇଁ ଆପଲ୍ ଟିଭି ପ୍ଲସ୍ କଣ୍ଟେଣ୍ଟ ଉପରେ କମ୍ପାନୀର ସ୍ବତନ୍ତ୍ର ଅଧିକାର ରହିଛି । ₹999 କିମ୍ବା ତା’ଠାରୁ ଅଧିକ ପ୍ଲାନ୍‌ ଥିବା ସମସ୍ତ ଏୟାରଟେଲ୍ ଏକ୍ସଟ୍ରିମ୍ ଫାଇବର ୟୁଜରମାନେ ଆପଲ୍ ଟିଭି ପ୍ଲସ୍ ବିଷୟବସ୍ତୁ ଦେଖିପାରିବେ । ଏହାସହ ଏୟାରଟେଲର ପୋଷ୍ଟପେଡ୍ ମୋବାଇଲ୍ ଉପଭୋକ୍ତାମାନେ ମଧ୍ୟ 999 ଟଙ୍କା ଏବଂ ତା’ଠାରୁ ଅଧିକ ଯୋଜନା ସହିତ 6 ମାସ ପାଇଁ ଆପଲ୍ ଟିଭି ପ୍ଲସ୍ ଏବଂ ଆପଲ୍ ମ୍ୟୁଜିକ୍‌ର ମାଗଣା ସବସ୍କ୍ରିପସନ୍ ପାଇବେ ।

Home Wi-Fi ପ୍ଲାନ୍‌

ଏୟାରଟେଲ୍‌ର ୱାଇ-ଫାଇ ପ୍ଲାନର ଦାମ 999ଟଙ୍କାରୁ ଆରମ୍ଭ ହେଉଛି, ୟେଉଁଥିରେ 200Mbps ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସ୍ପିଡ୍‌ ମିଳିବ । ଏଥିରେ Apple TV+ ଆକ୍ସେସ ସହିତ Amazon Prime, Jio Hotstar ସମେତ 23 ଅନ୍ୟ OTT ପ୍ଲାଟଫର୍ମ ସବସ୍କ୍ରିପସନ ମାଗଣା ମିଳିବ । ଆଉ କେଉଁ ପ୍ଲାନରେ କଣ ସୁବିଧା ମିଳିବ ନିମ୍ନରେ ଦିଆଯାଇଥିବା ଟେବୁଲ୍‌ରେ ଦେଖନ୍ତୁ:

ପ୍ଲାନ୍ସସ୍ପିଡ୍‌ଓଟିଟି ସୁବିଧା
₹999 200Mbps ଆପଲ୍‌ ଟିଭି+, ଜି5, ଆମାଜନ୍ ପ୍ରାଇମ୍, ଜିଓ ହଟଷ୍ଟାର୍, 23+ ଓଟିଟି ଓ ଅନ୍ୟାନ୍ୟ
₹1099 200Mbps ଆପଲ୍‌ ଟିଭି+, ଜି5, ଆମାଜନ୍ ପ୍ରାଇମ୍, ଜିଓ ହଟଷ୍ଟାର୍, 23+ ଓଟିଟି ଓ ଅନ୍ୟାନ୍ୟ
₹1599 300Mbps ଆପଲ୍‌ ଟିଭି+, ଜି5, ନେଟଫ୍ଲିକ୍ସ, ଆମାଜନ୍ ପ୍ରାଇମ୍, ଜିଓ ହଟଷ୍ଟାର୍, 23+ ଓଟିଟି ଓ ଅନ୍ୟାନ୍ୟ
₹3999 1Gbps ପର୍ଯ୍ୟନ୍ତ ଆପଲ୍‌ ଟିଭି+, ଜି5, ନେଟଫ୍ଲିକ୍ସ, ଆମାଜନ୍ ପ୍ରାଇମ୍, ଜିଓ ହଟଷ୍ଟାର୍, 23+ ଓଟିଟି ଓ ଅନ୍ୟାନ୍ୟ

ପୋଷ୍ଟପେଡ୍‌ ପ୍ଲାନ୍‌

ଏୟାରଟେଲ୍‌ର ପୋଷ୍ଟପେଡ୍‌ ୟୁଜର ମାଗଣାରେ Apple TV+ କଣ୍ଟେଣ୍ଟ ଦେଖିପାରିବେ ଯାହାର ଦାମ ₹999ରୁ ଆରମ୍ଭ ହେଉଛି । ଏହି ପ୍ଲାନ୍‌ ସହିତ ୟୁଜର 150GB ଡେଟା ପାଇବେ । ଏହାସହିତ ଆପଲ୍‌ ମ୍ୟୁଜିକ୍‌, ଆମାଜନ ପ୍ରାଇମ୍‌, ଜିଓ ହଟଷ୍ଟାର୍‌ ସମେତ 20ରୁ ଅଧିକ ଓଟିଟି ପ୍ଲାଟଫର୍ମ ସବସ୍କ୍ରିପସନ ମିଳିବ । ନିମ୍ନ ଟେବୁଲରେ ପ୍ଲାନର ସୁବିଧା ଯାଞ୍ଚ କରନ୍ତୁ:

ପ୍ଲାନ୍ସଡାଟା ସୁବିଧାଏଡ-ଅନ୍ ସିମ୍ସଓଟିଟି ସୁବିଧା
₹999 150 ଜିବି 2 ଆପଲ୍ ଟିଭି+, ଆପଲ୍ ମ୍ୟୁଜିକ୍, ଆମାଜନ୍ ପ୍ରାଇମ୍, ଜିଓ ହଟଷ୍ଟାର୍, ଏକ୍ସସ୍ଟ୍ରିମ୍ ପ୍ଲେ ଅନଲିମିଟେଡ୍ (20+ ଓଟିଟି) ଓ ଅନ୍ୟାନ୍ୟ
₹1199 190 ଜିବି 3 ଆପଲ୍ ଟିଭି+, ଆପଲ୍ ମ୍ୟୁଜିକ୍, ଆମାଜନ୍ ପ୍ରାଇମ୍, ଜିଓ ହଟଷ୍ଟାର୍, ଏକ୍ସସ୍ଟ୍ରିମ୍ ପ୍ଲେ ଅନଲିମିଟେଡ୍ (20+ ଓଟିଟି) ଓ ଅନ୍ୟାନ୍ୟ
₹1399 240 ଜିବି 3 ଆପଲ୍ ଟିଭି+, ଆପଲ୍ ମ୍ୟୁଜିକ୍, ନେଟଫ୍ଲିକ୍ସ ବେସିକ୍ ଅନଲିମିଟେଡ୍, ଆମାଜନ୍ ପ୍ରାଇମ୍, ଜିଓ ହଟଷ୍ଟାର୍, ଏକ୍ସସ୍ଟ୍ରିମ୍ ପ୍ଲେ ଅନଲିମିଟେଡ୍ (20+ ଓଟିଟି) ଓ ଅନ୍ୟାନ୍ୟ
₹1749 320 ଜିବି 4 ଆପଲ୍ ଟିଭି+, ଆପଲ୍ ମ୍ୟୁଜିକ୍, ନେଟଫ୍ଲିକ୍ସ ସ୍ଟାଣ୍ଡାର୍ଡ ଅନଲିମିଟେଡ୍, ଆମାଜନ୍ ପ୍ରାଇମ୍, ଜିଓ ହଟଷ୍ଟାର୍, ଏକ୍ସସ୍ଟ୍ରିମ୍ ପ୍ଲେ ଅନଲିମିଟେଡ୍ (20+ ଓଟିଟି) ଓ ଅନ୍ୟାନ୍ୟ
ଏହା ବି ପଢନ୍ତୁ
  1. ମାର୍ଚ୍ଚରେ ଲଞ୍ଚ ହୋଇପାରେ ନୂଆ MacBook Air ମଡେଲ; ମିଳିବ M4 ଚିପ୍‌ ପାୱାର
  2. TRAIର ନିର୍ଦ୍ଦେଶ ପରେ କେବଳ ଭଏସ ଓ SMS ରିଚାର୍ଜ ପ୍ଲାନ କମାଇଲା Airtel; ଏବେ କେତେ ଜାଣନ୍ତୁ

ABOUT THE AUTHOR

...view details