ହାଇଦ୍ରାବାଦ:ଇସ୍ରୋର ସୌର ମିଶନ ଆଦିତ୍ୟ ଏଲ-1କୁ ବଡ ସଫଳତା ମିଳିଛି । ଆଦିତ୍ୟ ଏଲ-1ରେ ରହିଥିବା ଏକ ପେଲୋଡର ଆଡଭାନ୍ସ ସ୍ପେନ୍ସର ସୌରପୃଷ୍ଠରେ ହେଉଥିବା କୋରୋନଲ ମାସ ଇଜେକ୍ସନର ପ୍ରଭାବକୁ ନେଇ ଗୁରୁତ୍ବପୂର୍ଣ୍ଣ ଖୁଲାସା କରିଛି । କୋରୋନଲ ମାସ ଇଜେକ୍ସନ ସମୟରେ ସୌରପବନରେ ଇଲେକ୍ଟ୍ରନ ଏବଂ ଆୟନରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ପାପା(Plasma Analyzer Package for Aditya) ପୋଲୋଡର ସେନ୍ସର ଏହାକୁ ଚିହ୍ନଟ କରିଛି । କହିରଖୁଛୁ କି, କୋରୋନାଲ ମାସ ଇଜେକ୍ସନ ସୂର୍ଯ୍ୟର କୋରୋନା ଏବଂ ସୌର ପବନରେ ପ୍ଲାଜମା ସହିତ ଚୁମ୍ବକୀୟ କ୍ଷେତ୍ରରେ ରିଲିଜ ହେଉଥିବା ଏକ ଘଟଣା ଅଟେ । କୋରୋନାଲ ମାସ ଇଜେକ୍ସନ ପ୍ରାୟତଃ ସୌର ଜ୍ବଳା ଏବଂ ସୌର ଗତିବିଧିର ଅନ୍ୟରୂପ ସହିତ ଜଡିତ ରହିଥାଏ ।
ଇସ୍ରୋର ସୂଚନା ଅନୁସାରେ, ସୌର ପବନରେ ଇଲେକ୍ଟ୍ରନ ଏବଂ ଆୟନ ଚିହ୍ନଟ କରିବା ପାଇଁ ପେଲୋଡ PAPAକୁ ଡିଜାଇନ କରାଯାଇଛି । ଏଥିରେ ଦୁଇଟି ସେନ୍ସର ସୋଲାର ୱିଣ୍ଡ ଇଲେକ୍ଟ୍ରୋନ ଏନର୍ଜି ପ୍ରୋବ (SWEEP) ରହିଛି ଏବଂ ସୋଲାର ଓ୍ବିଣ୍ଡ ଆୟନକମ୍ପୋଜିସନ ଆନାଲାଇଜର(SWICAR) ରହିଛି । SWEEP ସେନ୍ସର10 eV ଠାରୁ ଆରମ୍ଭ କରି 3 KeV ରେଞ୍ଜର ଇଲେକ୍ଟ୍ରୋନକୁ ଗଣନା କରିପାରିବ । ଅନ୍ୟପଟେ SWICAR 10eV ଠାରୁ ଆରମ୍ଭ କରି 25 KeV ମଧ୍ୟରେ ଇଲେକ୍ଟ୍ରୋନ ଗଣନା କରିପାରେ । ଏହି ସେନ୍ସର ସାହାଯ୍ୟରେ ପବନର ଦିଗ ମଧ୍ୟ ଚିହ୍ନଟ କରାଯାଇ ପାରିବ । ପେଲୋଡ PAPAକୁ ବିକ୍ରମ ସାରଭାଇ ସ୍ପେସ୍ ସେଣ୍ଟରର ସ୍ପେସ୍ ଫିଜିକ୍ସ ଲାବୋରେଟୋରୀ ଆଣ୍ଡ ଏବିୟୋନିକ୍ସ ଦ୍ବାରା ବିକଶିତ କରାଯାଇଛି । ତେବେ କରୋନାଲ ମାସ ଇଜେକ୍ସନକୁ ପ୍ରଥମେ ଗତ ଡିସେମ୍ବର 15 ତାରିଖ ଏବଂ ପୁନଃ ଫେବୃଆରୀ 10-11 ତାରିଖରେ ପେଲୋଡ ପାପା ଦ୍ବାରା ରେକର୍ଡ କରାଯାଇଥିବା ନେଇ ଇସ୍ରୋ ପକ୍ଷରୁ କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଉପଲବ୍ଧିର ବର୍ଷ ୨୦୨୩: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ ୧ ପ୍ରେରଣରେ ଇସ୍ରୋର ଅସୀମ ସଫଳତା