ଓଡିଶା

odisha

ETV Bharat / technology

ଆଜି ଆକାଶରେ ଏକାସାଙ୍ଗରେ ଦିଶିବେ 6ଟି ଗ୍ରହ; କେତେବେଳେ ଦେଖିବେ ଜାଣନ୍ତୁ - 2025 PLANET PARADE

ଆଜି (ମଙ୍ଗଳବାର) ଆକାଶରେ ଦିଶିବ ଦୁର୍ଲଭ ଦୃଶ୍ୟ । ଗୋଟିଏ ସରଳରେଖାରେ ଦିଶିବେ ଏହି 6ଟି ଗ୍ରହ । ଏହାକୁ 'ପରେଡ୍‌ ଅଫ୍‌ ପ୍ଲାନେଟ୍ସ' ବୋଲି କୁହାଯାଉଛି । ଅଧିକ ପଢନ୍ତୁ

2025 Planet Parade
2025 Planet Parade (Image Credit- X)

By ETV Bharat Tech Team

Published : Jan 21, 2025, 6:05 PM IST

Updated : Jan 21, 2025, 6:41 PM IST

ହାଇଦ୍ରାବାଦ:ଯଦି ଆପଣ ଗ୍ରହଣ ନକ୍ଷତ୍ର ଆଦି କ୍ଷେତ୍ର ସମ୍ପର୍କରେ ଜାଣିବାକୁ ଆଗ୍ରହୀ ତେବେ ଆଜି (ଜାନୁଆରୀ 21) ଦିନଟି ଆପଣଙ୍କ ପାଇଁ । କାରଣ ଆଜି ଆକାଶରେ ଦିଶିବାକୁ ଯାଉଛି ମହାଜାଗତିକ ଦୃଶ୍ୟ । ସନ୍ଧ୍ୟା ହେବା ମାତ୍ରେ ଆକାଶରେ ଗୋଟିଏ ସରଳରେଖାରେ 6ଟି ଗ୍ରହ ଦୃଶ୍ୟମାନ ହେବେ । ଏହାକୁ 'ପରେଡ୍‌ ଅଫ୍‌ ପ୍ଲାନେଟ୍ସ' ବୋଲି କୁହାଯାଉଛି । ଖାସ କଥା ହେଉଛି ଖାଲି ଆଖିରେ ଆଜି 4ଟି ଗ୍ରହ ନଜର ଆସିବେ ।

ଗ୍ରହମାନଙ୍କର ପରେଡ୍‌

ଆଜି ଆକାଶରେ 6ଟି ଗ୍ରହ ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ୟୁରାନସ ଓ ନେପଚୁନ୍‌ ଏକ ସରଳରେଖାରେ ଦୃଶ୍ୟମାନ ହେବେ । ଆସନ୍ତା ମାର୍ଚ୍ଚ 8 ତାରିଖ ପର୍ଯ୍ୟନ୍ତ ଆକାଶରେ ଏହି ସୁନ୍ଦର ମହାଜାଗତିକ ଦୃଶ୍ୟ ଦିଶିବ । ଆପଣ ଖାଲି ଆଖିରେ 4ଟି ଗ୍ରହକୁ ଦେଖିପାରିବେ । ନେପଚୁନ୍‌ ଓ ୟୁରାନସ ଗ୍ରହକୁ ଦେଖିବା ଲାଗି ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକ ପଡ଼ିବ ।

ସାରା ବିଶ୍ବରେ ଦିଶିବ ନଜାରା

  • ଆଜି ସୂର୍ଯ୍ୟାସ୍ତ ପରେ ପ୍ରାୟ 08:30 ପରଠାରୁ ଏହା ଦୃଶ୍ୟମାନ ହେବ । ରାତି ସାଢେ 11ଟା ପରେ କିଛି ଗ୍ରହଗୁଡ଼ିକ ଗାଏବ ହୋଇଯିବେ ।
  • କିନ୍ତୁ ସାରା ରାତି ମଙ୍ଗଳ, ବୃହସ୍ପତି ଓ ୟୁରାନସ ନଜର ଆସିବେ ।
  • ମଙ୍ଗଳ ଗ୍ରହ ସୂର୍ଯ୍ୟଙ୍କ ଉଦୟ ହେବା ପୂର୍ବରୁ ଅଦୃଶ୍ୟ ହୋଇଯିବ । ଏହାପରେ ଶନି, ବୁଧ, ନେପଚୁନ୍‌ ଯେତେବେଳେ ଅଦୃଶ୍ୟ ହେବେ ସେତେବେଳେ ସୂର୍ଯ୍ୟଙ୍କ ଅତି ନିକଟରେ ଥିବେ ।
  • ଶୁକ୍ର-ଶନି ପଶ୍ଚିମ ଦିଗରେ ଓ ବୃହସ୍ପତି-ମଙ୍ଗଳ ଗ୍ରହ ପୂର୍ବ ଦିଗରେ ନଜର ଆସିବେ ।
  • ସୂର୍ଯ୍ୟାସ୍ତ ହେବାର ପ୍ରାୟ 45 ମିନିଟ ପରେ ସବୁ ଗ୍ରହ ଗୋଟିଏ ଲାଇନରେ ଆସିଯିବେ ।
  • ବିଶ୍ବବାସୀ ଏହି ଅଦ୍ଭୁତ ନଜାରା ମାର୍ଚ୍ଚ 8 ତାରିଖ ପର୍ଯ୍ୟନ୍ତ ଦେଖିପାରିବେ ।
  • ଏହାକୁ ଭଲ ଭାବେ ଦେଖିବା ଲାଗି 21 ଜାନୁଆରୀଠାରୁ 21 ଫେବୃଆରୀ 2025 ଉପଯୁକ୍ତ ସମୟ ।
  • ବିଶେଷ କରି ଅମାବାସ୍ୟାରେ ଏହି ଦୃଶ୍ୟ ଆହୁରି ଭଲ ଭାବେ ଦିଶିବ ।

କେତେବେଳେ ଗ୍ରହ ଗୋଟିଏ ସରଳରେଖାକୁ ଆସନ୍ତି ?

ଆମେରିକା ଫ୍ଲୋରିଡାର ବିଶପ ମ୍ୟୁଜିଅମ ଅଫ ସାଇନ୍ସ ଆଣ୍ଡ ନେଚରର ପ୍ଲାନେଟୋରୀ ସୁପରଭାଇଜର ହନ୍ନା ସ୍ପାର୍କ୍ସଙ୍କ କହିବାନୁସାରେ, ମହାକାଶରେ ସମସ୍ତ 8ଟି ଗ୍ରହ ସୂର୍ଯ୍ୟଙ୍କ ଚାରିପଟେ ଘୂରିଥାନ୍ତି, ଯେଉଁଥିରେ ଆମ ଗ୍ରହ ପୃଥିବୀ ସାମିଲ । ସମସ୍ତ ଗ୍ରହ ପରସ୍ପରଠାରୁ ଦୂରରେ, କିନ୍ତୁ ବୃତ୍ତାକାର ପଥରେ ସୂର୍ଯ୍ୟଙ୍କ ପରିକ୍ରମା କରନ୍ତି । ଏହି ପରିକ୍ରମା କରିବା ସମୟରେ ସମସ୍ତ ଗ୍ରହର ବେଗ ଓ ସମୟ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ । କିନ୍ତୁ ଏପରି ସମୟ ଆସେ ଯେତେବେଳେ ପରିକ୍ରମା କରିବା ସମୟରେ ସମସ୍ତ ଗ୍ରହ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ବକୁ ଆସିବା ସହ ପୃଥିବୀରୁ ଏକ ସରଳରେଖାରେ ଦୃଶ୍ୟମାନ ହୁଅନ୍ତି । କିନ୍ତୁ ବାସ୍ତବରେ ଏମାନେ ପରସ୍ପରଠାରୁ ବହୁ ଦୂରରେ ରହିଥାନ୍ତି । ଏମିତି ଅନେକ ଦିନ ଗୋଟିଏ ସରଳରେଖାରେ ପରିକ୍ରମା କରିବା ପରେ ସେମାନେ ପୁଣି ପରସ୍ପରଠାରୁ ଦୂରକୁ ଚାଲିଯାଆନ୍ତି ।

ଏମିତି ଦିଶିବେ ଗ୍ରହ

ଫୋର୍ବସ ରିପୋର୍ଟ ଅନୁସାରେ, ଗ୍ରହଗୁଡ଼ିକ ସିଧା ଲାଇନରେ ଥିବା ସତ୍ତ୍ବେ ପରସ୍ପରଠାରୁ କିଛି ଡିଗ୍ରୀ ବା ଲକ୍ଷ ଲକ୍ଷ କିଲୋମିଟର ଦୂରରେ ରହିଥାନ୍ତି । କିନ୍ତୁ ପୃଥିବୀରୁ ଗୋଟିଏ ସରଳରେଖାରେ ଦେଖାଯାଆନ୍ତି । ପରେଡ୍‌ ସମୟରେ ସବୁଠୁ ଉଜ୍ଜ୍ବଳମୟ ଗ୍ରହ ହେବ ବୁଧ । ମଙ୍ଗଳ ଗ୍ରହ ପୃଥିବୀରୁ ଦେଖିଲେ ଲାଲ ଲଙ୍ଗର ଦିଶିବ । ଶନି ଅସ୍ପଷ୍ଟ ବିନ୍ଦୁ ଓ ବୃହସ୍ପତି ଧଳା ବିନ୍ଦୁ ପରି ଦିଶିବ । ଫୋନରେ ଷ୍ଟାର ୱାକ୍‌, ଷ୍ଟେରିଲିୟମ, ସ୍କାଏ ପୋର୍ଟାଲ ଆପ୍‌ ଜରିଆରେ ଏହି ଗ୍ରହକୁ ଟ୍ରାକ୍‌ କରିହେବ ।

କେତେ ବିରଳ ଏହି ଦୃଶ୍ୟ ?

ଏହି ବିରଳ ଦୃଶ୍ୟ 396 ବିଲିୟନ ବର୍ଷ ବା 39600 କୋଟି ବର୍ଷ ଉପରେ ଦୃଶ୍ୟମାନ ହେଉଛି ବୋଲି ଦାବି କରାଯାଉଛି । କିନ୍ତୁ ଏପରି କହିବା ଭୁଲ ବୋଲି ଅନେକ ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି । କାରଣ ବ୍ରହ୍ମାଣ୍ଡ ବା ୟୁନିଭର୍ସ 13.8 ବିଲିୟନ ବର୍ଷ (1380 କୋଟି) ପୁରୁଣା । ବ୍ରହ୍ମାଣ୍ଡ ପରେ ହିଁ ଏହି ଗ୍ରହ ନକ୍ଷତ୍ରର ଆବିର୍ଭାବ ହୋଇଥିଲା ବୋଲି ବିଶ୍ବାସ କରାଯାଏ । ଏହା ପୂର୍ବରୁ ମଧ୍ୟ ଏମିତି ପରେଡ୍‌ ଦୃଶ୍ୟମାନ ହୋଇଛି । 2024 ଅଗଷ୍ଟ 25ରେ ଏହି ଦୃଶ୍ୟ ଦିଶିଥିଲା, ଯେତେବେଳେ 5ଟି ଗ୍ରହ ମଙ୍ଗଳ, ୟୁରାନସ, ନେପଚୁନ, ଶନି ଓ ବୁଧ ଗୋଟିଏ ସରଳରେଖାରେ ଦିଶିଥିଲେ । ଏହାକୁ ଆମେରିକା, ଆଫ୍ରିକା ଓ ୟୁରୋପ ବାସୀ ଦେଖିପାରିଥିଲେ । ସେହିପରି 2023 ମାର୍ଚ୍ଚ 28 ତାରିଖରେ 5ଟି ଗ୍ରହ ଶୁକ୍ର, ମଙ୍ଗଳ, ବୃହସ୍ପତି, ବୁଧ ଓ ୟୁରାନସକୁ ମଧ୍ୟ ଏପରି ଦେଖାଯାଇଥିଲା । ଚଳିତ ବର୍ଷ ଏପରି ଦୃଶ୍ୟ 2ଥର ଦେଖିବାକୁ ମିଳିବ । ଏହାପରେ ଆସନ୍ତା 151 ବର୍ଷ ପରେ 4ଥର ଏପରି ଦୃଶ୍ୟ ଦେଖିପାରିବେ ପୃଥିବୀବାସୀ ।

ଏହା ବି ପଢନ୍ତୁ
  1. 2025ରେ ଲାଗିବ 4 ଗ୍ରହଣ; ଭାରତରେ କେଉଁଟା ଦୃଶ୍ୟମାନ ହେବ ?
  2. ପ୍ରାଚୀନ ମଙ୍ଗଳ ଗ୍ରହରେ ଥିଲା ଲୁକ୍କାୟିତ ଜଳ ଭଣ୍ଡାର ଓ ବିରଳ ମ୍ୟାଗମା; ମିଳିଲା ପ୍ରମାଣ
Last Updated : Jan 21, 2025, 6:41 PM IST

ABOUT THE AUTHOR

...view details