ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ଜଘନ୍ୟ ହତ୍ୟାକାଣ୍ଡ, ଛୁରୀ ଭୁସି ଯୁବକଙ୍କୁ ହତ୍ୟା - Kendrapara Crime - KENDRAPARA CRIME

Youth dies after man stabs: 16 ଥର ଛୁରୀ ଭୁସି ଯୁବକଙ୍କୁ ହତ୍ୟା । କେନ୍ଦ୍ରାପଡାରେ ଘଟିଛି ଏପରି ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

MAN STABS 16 TIMES
MAN STABS 16 TIMES

By ETV Bharat Odisha Team

Published : Apr 19, 2024, 9:24 AM IST

MAN STABS 16 TIMES

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଜଘନ୍ୟ ହତ୍ୟାକାଣ୍ଡ । ଯୁବକଙ୍କୁ ଛୁରୀ ଭୁସି ବୀଭତ୍ସ ହତ୍ୟା । ଥରେ କି ଦୁଇଥର ନୁହେଁ ୧୬ ଥର ଛୁରୀ ଭୁସି ଯୁବକଙ୍କ ଜୀବନ ନେଲା ଅଭିଯୁକ୍ତ । ଏଭଳି ହତ୍ୟାକାଣ୍ଡ ଘଟିଛି ଟାଉନ ଥାନା ଅନ୍ତର୍ଗତ ଟାଉନ୍ ବଲରାମପୁରରେ । ଛୁରା ମାଡରେ ମୃତ୍ୟୁ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ସାରଙ୍ଗ ଗାଁର ଅକ୍ଷୟ ଖଟୁଆ । ସେ ଜଣେ ଏସି ମେକାନିକ। ଗତକାଲି ଅପରାହ୍ନପରେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତ ଆଦିତ୍ୟ ପ୍ରସାଦ ବେହେରାକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଏହା ମଧ୍ୟ ପଢନ୍ତୁ-ତ୍ରିକୋଣୀୟ ପ୍ରେମରୁ ଜଘନ୍ୟ କାଣ୍ଡ, ଯୁବକଙ୍କୁ 50 ଥର ଛୁରୀ ଭୁସି ହତ୍ୟା

ଗୁରୁବାର ପ୍ରାୟ ସାଢେ ୪ ଟା ବେଳ ଅକ୍ଷୟ ଏବଂ ତାଙ୍କ ବନ୍ଧୁ ବଳରାମ ମହାରଣା ମାର୍ଶାଘାଇ ଅଞ୍ଚଳରୁ ଏକ ଏସି ମରାମତି ସାରି ଫେରୁଥିଲେ । ଏହି ସମୟରେ ଟାଉନ୍ ବଳରାମପୁର ହନୁମାନ ମନ୍ଦିର ନିକଟରେ ଅଟକି ଏକ ପାନ ଦୋକାନରେ ପାନ କିଣୁଥିବା ବେଳେ ହଠାତ୍ ସ୍ଥାନୀୟ ଯୁବକ ଆଦିତ୍ୟ ପ୍ରସାଦ ସେଠାରେ ପହଞ୍ଚି ପ୍ରଥମେ ବଳରାମଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା । ବଳରାମ ଜୀବନ ବିକଳରେ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ପରେ ଆଦିତ୍ୟ ଅକ୍ଷୟଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଅକ୍ଷୟ ତଳେ ପଡିଯିବା ପରେ ଆଦିତ୍ୟ ତାଙ୍କୁ ବାରମ୍ବାର ଛୁରୀରେ ଆକ୍ରମଣ କରି ଚାଲିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆଦିତ୍ୟକୁ କାବୁ କରି ନେଇଥିଲେ। ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ ତୁରନ୍ତ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Delhi Murder: 21 ଥର ଛୁରୀ ଭୁସି ପ୍ରେମିକାକୁ ହତ୍ୟା, ନୃଶଂସ ପ୍ରେମିକ ଗିରଫ

ଅଭିଯୁକ୍ତ ଆଦିତ୍ୟକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଦିତ୍ୟ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଓ ସେ ପୂର୍ବରୁ ବାରମ୍ବାର ଏପରି ଘଟଣା ଘଟାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ଅଭିଯୁକ୍ତ ଆଦିତ୍ୟ ସମ୍ପର୍କରେ ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇଛି । ବାରମ୍ବାର ଅଭିଯୋଗ ପରେବି ପୋଲିସ ପୂର୍ବରୁ କାହିଁକି ଆଦିତ୍ୟକୁ ଅଟକ ରଖିନଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ମୃତକଙ୍କ ପରିବାର ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details