ଓଡିଶା

odisha

By ETV Bharat Odisha Team

Published : Jan 23, 2024, 9:15 AM IST

ETV Bharat / state

ଆସାମରେ ରାହୁଲ ଗାନ୍ଧୀଙ୍କୁ ବିରୋଧ; ରାଉରକେଲାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

Congress protest in Rourkela: ରାଉରକେଲାରେ କଂଗ୍ରେସର ବିରୋଧ ପ୍ରଦର୍ଶନ । କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କ କଟାକ୍ଷ ଏବଂ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ଅଟକାଇବା ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ରାଉରକେଲାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ରାଉରକେଲାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ରାଉରକେଲାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା: ରାଉରକେଲାରେ କଂଗ୍ରେସର ବିରୋଧ ପ୍ରଦର୍ଶନ । ରାଉରକେଲା ସହରରେ ବିଜେପି ବିରୋଧରେ ଜିଲ୍ଲା କଂଗ୍ରେସ ଅଫିସ ନିକଟରେ ବିକ୍ଷୋଭ ସହ ବିରୋଧ ପ୍ରଦର୍ଶନ ହୋଇଛି । କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ କଟାକ୍ଷ ଏବଂ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ଅଟକାଇବା ଅଭିଯୋଗରେ ସୋମବାର ରାଉରକେଲାରେ କଂଗ୍ରେସ ଦଳ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆସାମ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଜାଳିଛି ଏବଂ ବିଜେପି ସରକାର ବିରୋଧରେ ନାରାବାଜି କରିଛି ।

ସୂଚନାଯୋଗ୍ୟ ଯେ, ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ କରିଛନ୍ତି କିଛି ଲୋକେ । ଆସାମର ନୂଆଗାଁଓ ଅଂଚଳରେ ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ କିଛି ଲୋକେ ପୋଷ୍ଟର ଓ ବ୍ୟାନର ଧରି ବିରୋଧ ପ୍ରଦର୍ଶନ କରିବା ସହ ଗୋ ବ୍ୟାକ ସ୍ଲୋଗାନ ଦେଇଥିଲେ । ଭାରତ ଯୋଡ ନ୍ୟାୟ ଯାତ୍ରା ବିରୋଧରେ ବି ନାରାବାଜି କରିଥିଲେ ଲୋକେ । ଏହାକୁ ବିଜେପିର ଷଡ଼ଯନ୍ତ୍ର ବୋଲି କହିଛନ୍ତି କଂଗ୍ରେସ କର୍ମୀ । ତେବେ ରାହୁଲ ଗାନ୍ଧୀ ଏକ ଦୋକାନ ବାହାରେ ଛିଡା ହୋଇଥିବାବେଳେ ଲୋକ ବିରୋଧ ପ୍ରଦର୍ଶନ କରିଥିବା ଚିତ୍ର ସାମ୍ନାକୁ ଆସିଛି । ଏହାକୁ ନେଇ ବର୍ତ୍ତମାନ ତେଜିବାରେ ଲାଗିଛି ଦେଶର ରାଜନୀତି ।

ତେବେ ବ୍ୟାପକ ବିରୋଧ ପ୍ରଦର୍ଶନ ହେବା ପରେ ରାହୁଲ ଗାନ୍ଧୀଙ୍କୁ ସୁରକ୍ଷାକର୍ମୀ ସେଠାରୁ ନେଇଯାଇଥିଲେ । ରାହୁଲ ଗାନ୍ଧୀ ନୂଆଗାଁଓରେ ଏକ ରାଲିକୁ ସମ୍ବୋଧିତ କରିଥିଲେ ଏବଂ କେନ୍ଦ୍ରର ବିଜେପି ସରକାରକୁ ସିଧାସଳଖ ଟାର୍ଗେଟ କରିଥିଲେ ଏବଂ ଅଭିଯୋଗ କରିଥିଲେ ଯେ ଆସାମରେ ବିଜେପିର କର୍ମୀ ଭାରତ ଯୋଡ ନ୍ୟାୟ ଯାତ୍ରାର ସଦସ୍ୟଙ୍କୁ ଆକ୍ରମଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ରାମମୟ ହେଲା ନିଆଳି, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ଚତୁଃର୍ଦିଗ

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ ଅବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, କାହାକୁ ବି କଂଗ୍ରେସ କି ରାହୁଲ ଗାନ୍ଧୀ ଡରନ୍ତି ନାହିଁ ବୋଲି କହିଥିଲେ ଏବଂ ବିଜେପି ଯେତେ ଚେଷ୍ଟା କଲେ ମଧ୍ୟ ଏହି ଯାତ୍ରାକୁ ଅଟକାଇ ପାରିବ ନାହିଁ ବୋଲି କହିଥିଲେ । ରବିବାର ଆସାମର ସୋନିତପୁରରେ ରାହୁଲଙ୍କ ବସକୁ କିଛି ଲୋକ ଅଟକାଇବା ସହ ଜୟ ଶ୍ରୀ ରାମ ନାରା ଏବଂ ବିଜେପି ଜିନ୍ଦାବାଦ ନାରା ଦେଇଥିଲେ । ସେଠାରେ ମଧ୍ୟ ଏକ ବିବାଦୀୟ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା ।

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ଗାଡି ଉପରକୁ ବି ଆକ୍ରମଣ ହୋଇଥିଲା ତେବେ ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ କଡା ସମାଲୋଚନା କରି ବିଜେପି ସରକାର ସମ୍ପୂର୍ଣ୍ଣ ଦେଶରେ ଗୁଣ୍ଡାରାଜ ଚଳାଇଥିବା ଅଭିଯୋଗ କରିଛି କଂଗ୍ରେସ ଦଳ । ଏହି ପରିପ୍ରେକ୍ଷୀରେ ଭାରତୀୟ ଯୁବ କଂଗ୍ରେସର ଆହ୍ବାନ କ୍ରମେ ସୋମବାର ବିଭିନ୍ନ ସ୍ଥାନରେ କଂଗ୍ରେସ ଦଳ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲା ଏବଂ ବିଜେପି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ବିରୋଧରେ ନାରାବାଜି କରିଥିଲେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details