ଓଡିଶା

odisha

By ETV Bharat Odisha Team

Published : Apr 18, 2024, 9:30 AM IST

ETV Bharat / state

ବ୍ୟବସାୟୀଙ୍କ ନିଆରା ପ୍ରୟାସ; ଦିବ୍ୟାଙ୍ଗ ପିଲାଙ୍କ ହାତରେ କଲେ ଦୋକାନ ଉଦଘାଟନ - Disabled Children Inaugurates Shop

Showroom Inaugurated By Disabled Children: କୁନି କୁନି ଦିବ୍ୟାଙ୍ଗ ପିଲାଙ୍କ ଦ୍ବାରା Buy 2 Hand ମୋବାଇଲ ଦୋକାନର ଉଦଘାଟନ କରାଇଲେ ଭୁବନେଶ୍ୱର ବ୍ୟବସାୟୀ । ଅଧିକ ପଢ଼ନ୍ତୁ

ଦିବ୍ୟାଙ୍ଗ ହାତରେ କରାଇଲେ ଦୋକାନ ଉଦଘାଟନ
ଦିବ୍ୟାଙ୍ଗ ହାତରେ କରାଇଲେ ଦୋକାନ ଉଦଘାଟନ

ଦିବ୍ୟାଙ୍ଗ ହାତରେ କରାଇଲେ ଦୋକାନ ଉଦଘାଟନ

ଭୁବନେଶ୍ବର: ଯୁବ ବ୍ୟବସାୟୀଙ୍କ ମହତ୍ ପ୍ରୟାସ । ଦିବ୍ୟାଙ୍ଗ ପିଲାଙ୍କ ହାତରେ କଲେ ନିଜର ମୋବାଇଲ ଦୋକାନ ଉଦଘାଟନ । ବୁଧବାର ଦିନ ଭୁବନେଶ୍ବରର ସହିଦନଗରରେ ଖୋଲିଛି Buy 2 Hand ମୋବାଇଲ ଦୋକାନ । କୁନି କୁନି ଦିବ୍ୟାଙ୍ଗ ପିଲାଙ୍କ ଦ୍ବାରା ନିଜ ଦୋକାନର ଉଦଘାଟନ କରାଇଛନ୍ତି ଦୋକାନର ମାଲିକ ରଶ୍ମି ରଞ୍ଜନ ମହାନ୍ତି । ସାଧାରଣତଃ ବ୍ୟବସାୟୀମାନେ ରାଜନେତା ଓ ସେଲିବ୍ରିଟଙ୍କ ହାତରେ ନିଜର ବ୍ୟବସାୟିକ ପ୍ରତିଷ୍ଠାନର ଉଦଘାଟନ କରୁଥିବା ବେଳେ ଦେଖିବାକୁ ମିଳୁଥିବା ବେଳେ ରଞ୍ଜି ରଞ୍ଜନଙ୍କ ଏଭଳି ପଦକ୍ଷେପ ତାଙ୍କ ମହତ ଚିନ୍ତାଧାରାକୁ ଦର୍ଶାଉଛି । ଯାହା ପାଇଁ ସେ ସାଉଣ୍ଟିଛନ୍ତି ଅନେକ ପ୍ରଶଂସା ।

ଦୀର୍ଘ ବର୍ଷ ହେବ ରଶ୍ମିରଞ୍ଜନ ମହାନ୍ତି ଏହିଭଳି ମୋବାଇଲ ସୋ' ରୁମ ବ୍ୟବସାୟ କରୁଛନ୍ତି । ଆଉ ସେଥିରୁ ଆସୁଥିବା ଲାଭର ଦଶ ପ୍ରତିଶତ ସେ ଦିବ୍ୟାଙ୍ଗଙ୍କ ପାଇଁ ଉତ୍ସର୍ଗ କରିଥାନ୍ତି । ତେବେ ନୂଆ ଦୋକାନ ଉଦ୍‌ଘାଟନ ଭଳି ଏକ ଖୁସିର ମୂହୁର୍ତ୍ତକୁ ସେ ଏହି ଦୃଷ୍ଟିବାଧିତ ପିଲାମାନଙ୍କ ସହିତ ଅତି ଆନନ୍ଦର ସହିତ ପାଳନ କରିଛନ୍ତି । ରଶ୍ମି ସେମାନଙ୍କୁ ସମ୍ମାନର ସହ ଆଣି ଏକ ଭୋଜିର ଆୟୋଜନ କରିଥିଲେ । ଏହି ପିଲାମାନଙ୍କୁ ଖୁସି କରିବା ପାଇଁ ଗିଫ୍ଟରେ ପାଣି ବୋତଲ ଦେଇଥିବା ଜଣାପଡ଼ିଛି । ଏନେଇ ରଶ୍ମିରଞ୍ଜନ କହିଛନ୍ତି "ଆମ ବ୍ୟବସାୟର 10 ପ୍ରତିଶତ ଆମେ ଏଭଳି ସାମାଜିକ ସେବା ବିଶେଷକରି ଦିବ୍ୟାଙ୍ଗ, ଦୃଷ୍ଟିହୀନ ପିଲାଙ୍କ ସେବାରେ ଖର୍ଚ୍ଚ କରିଥାଉ ।"

ଏହା ମଧ୍ୟ ପଢ଼ନ୍ତୁ... ଭିନ୍ନ ଏକ ଚିତ୍ରଶିଳ୍ପୀ 'ରୂପଙ୍କନ', ଚିତ୍ରାଙ୍କନ ଦେଇଛି ମାନସିକ ସ୍ଥିରତା ! - Mind Stabilization By Art

ତେବେ ଦିବ୍ୟାଙ୍ଗମାନେ କୌଣସି ତୁଳନାରେ କମ ନୁହନ୍ତି । ସେହିଭଳି ଏକ କାହାଣୀ ହେଉଛି ଦାମନଯୋଡି ସ୍ଥିତ ନାଲକୋ କମ୍ପାନୀରେ ଉଦ୍ୟାନବିତ୍ ଭାବେ କାର୍ଯ୍ୟରତ ମନୋରଞ୍ଜନ ରଥଙ୍କ ଏକ ମାତ୍ର ପୁଅ ରୂପଙ୍କନଙ୍କର । ପିଲାଟି ବେଳୁ କିଛି ଜାଣିପାରୁନଥିଲେ ରୂପଙ୍କନ ରଥ । ଏପରିକି ଦୁଇ ମିନିଟ ଗୋଟିଏ ସ୍ଥାନରେ ସ୍ଥିର ହୋଇ ବସି ପାରୁନଥିଲେ । ବର୍ତ୍ତମାନ ତାଙ୍କୁ 28 ବର୍ଷ ବୟସ ହୋଇଥିଲେ ବି ସେ କଥାବାର୍ତ୍ତା କରିପାରୁନାହାନ୍ତି । ତାଙ୍କ ଭିତରେ ଚିତ୍ର ଆଙ୍କିବାର ଆବେଗର ଆବିଷ୍କାର କରିବା ପରେ ସେ ନିଜ ଦକ୍ଷତା ହାସଲ କରିପାରିଛନ୍ତି । ସୁନାବେଡ଼ାରେ ରହୁଥିବା ଅମଳେନ୍ଦୁଙ୍କ ଅଦମ୍ୟ ପ୍ରୟାସ ବଳରେ ପୁଅ ସଫଳତା ପାଇଥିବା ନେଇ ମତ ରଖିଛନ୍ତି ରୂପଙ୍କନଙ୍କ ମା' ସସ୍ମିତା । ଆଜି ରୂପଙ୍କନ ପ୍ରକୃତିର ଅନନ୍ୟ ରୂପକୁ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିପାରୁଛନ୍ତି । ସାମାଜିକ ଓ ଆଧ୍ୟାତ୍ମିକ ଧାରା ଉପରେ ଆଧାରିତ ଜନଜୀବନର ଚିତ୍ର ଆଙ୍କିବାରେ ସିଦ୍ଧହସ୍ତ ହୋଇପାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details