ଓଡିଶା

odisha

ETV Bharat / state

ଆରମ୍ଭ ହେଲା ଯୋରନ୍ଦା ମାଘ ମେଳା, ଦେଶ ବିଦେଶରୁ ମହିମା ସାଧୁଙ୍କ ସମାଗମ

Dhenkanal Joranda Magha Mela: ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଚଳଚଞ୍ଚଳ ବିଶ୍ୱ ପ୍ରସିଦ୍ଧ ଲାଭ କରିଥିବା ଢେଙ୍କାନାଳର ମହିମା ଗାଦି । ଜନ ସମାଗମକୁ ଦୃଷ୍ଟିରେ ରଖି 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅଧିକ ପଢନ୍ତୁ

Joranda Magha Mela
Joranda Magha Mela

By ETV Bharat Odisha Team

Published : Feb 22, 2024, 1:17 PM IST

Joranda Magha Mela

ଢେଙ୍କାନାଳ:ଆଜି(ଗୁରୁବାର) ଠାରୁ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା। ଏନେଇ ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିବା ଢେଙ୍କାନାଳର ମହିମା ଗାଦି ଚଳଚଞ୍ଚଳ। ଅଲେଖ ମହିମା ଧ୍ୱନିରେ କମ୍ପୁଛି ପୂରା ପରିବେଶ । ସାରା ଭାରତର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ଯୋରନ୍ଦା ମହିମା ଗାଦି ମୁହାଁ ହୋଇଛନ୍ତି ।

ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ୧୫୧ ବାର୍ଷିକ ଉତ୍ସବ ପାଳନ କରୁଛନ୍ତି ମହିମା ସାଧୁ । ପ୍ରତ୍ୟେକ ବର୍ଷ ପରି ମାଘ ଶୁକ୍ଳ ଚତୁଦର୍ଶୀ ଠାରୁ ଏହି ମେଳା ଆରମ୍ଭ ହୋଇଛି । ଏହି ମେଳାକୁ ମହିମା ସାଧୁମାନେ ତିନି ଦିନ ଧରି ପାଳୁଥିବା ବେଳେ ୫ ରୁ ୬ ଦିନ ଧରି ବେଶ ଧୁମଧାମରେ ପାଳିଥାନ୍ତି ସ୍ଥାନୀୟ ବାସିନ୍ଦା ।ବ୍ରହ୍ମ ମୁହୂର୍ତ୍ତରୁ ମହିମା ଧର୍ମର ବିଭିନ୍ନ ନୀତିକାନ୍ତି ପାଳନ କରାଯଇଛି l ଏଥିପାଇଁ ବ୍ରହ୍ମ ମୁହୂର୍ତ୍ତ 3ଟା ୩୦ ମିନିଟରୁ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧ୍ୱନି ମନ୍ଦିର ସମେତ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହୋଇଥିଲାl ବ୍ରହ୍ମ ମୁହୁର୍ତ୍ତ ରୁ ଚlରି ଦ୍ୱାର ଖୋଲାଯାଇ ଧୁପ ଗରରେ ପାଣି ଛିଞ୍ଚନ କରାଯାଏ l ପାଣି ଛିଞ୍ଚନ କରାଯାଇ ଛାରାପହଁରା କରାଯାଇଥିଲା l ଅପରାହ୍ନ 5ଟା 5ମିନିଟରେ ଚାରିଦ୍ୱାରରେ ଝଡଦୀପ ପ୍ରଜ୍ବଳିତ କରାଯାଇଥିଲା l ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧ୍ବନୀ ଜାଳିଥିଲେ ମହିମା ସାଧୁ । ସେହିପରି ସନ୍ଧ୍ୟା ପରେ ମୁଖ୍ୟ ଗାଦିମନ୍ଦିର ଚାରିଦ୍ୱାରରେ ସରାବିଶ୍ୱର କଲ୍ୟାଣ ନିମନ୍ତେ ବିଶାଳକାୟ ଝଡବତୀ ଜାଳିବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି ବକଳଧାରୀ ମହିମା ସନ୍ୟାସୀ ।

ଏହା ମଧ୍ୟ ପଢନ୍ତୁ - ଯୋରନ୍ଦା ପୀଠ ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ: ଖର୍ଚ୍ଚ ହେବ ୧୧୨ କୋଟି

ତେବେ ଚଳିତ ବର୍ଷ ୨୨ ତାରିଖ ଉଭୟ ତ୍ରୟୋଦଶୀ ଓ ଚତୁର୍ଦଶୀ ପଡୁଥିବା ରୁ ମହିମା ପରମ୍ପରା ମୁତାବକ ୨୨ ତାରିଖରେ ପ୍ରଭୁ ପୂର୍ଣ୍ଣିମା ଓ ୨୩ତାରିଖରେ ଗୁରୁପୁର୍ଣିମା ବା ଅଗ୍ନିଉତ୍ସଵ ପାଳୁଛନ୍ତି ବୋଲି କହିଛନ୍ତି ମହିମା ସତ୍ୟ ଧର୍ମ ସମାଜର ମୁଖ୍ୟ ବାବା ନିତ୍ୟାନନ୍ଦ ଦାସ। ଏନେଇ ଦେଶବ୍ୟାପି ମହିମା ସାଧୁ, ସନ୍ୟାସୀ , ଭକ୍ତ ଓ ଶ୍ରଦ୍ଧାଳୁମାନେ ମହିମା ଗୋସାଇଁଙ୍କ ଏହି ସମାଧିସ୍ଥଳ ଗୁରୁଧାମ ମହିମା ଗାଦିକୁ ଛୁଟି ଆସୁଥିବା ଦେଖିବାକୁ ମିଳିଛି। ଏପଟେ ମେଳାରେ ଲକ୍ଷ ଲକ୍ଷ ଜନ ସମାଗମ ଓ ବ୍ୟବସାୟକୁ ଆଖି ଆଗରେ ରଖି ବିଭିନ୍ନ କିସମର ଦୋକାନୀ ମାନେ ବ୍ୟବସାୟର ପସାରା ମେଲିଛନ୍ତି । ଏଥିସହ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁଁ ଏହି ମେଳାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି l

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details