ଓଡିଶା

odisha

ETV Bharat / state

ପ୍ରଥମ କରି ସମ୍ବଲପୁରୀ ଭାଷାରେ ମଞ୍ଚସ୍ଥ ହେବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା

Sambalpuri Dhanuyatra: ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଯାଉଛି ସମ୍ବଲପୁରୀ ଭାଷାର ଧନୁଯାତ୍ରା । ଆସନ୍ତା ମାର୍ଚ୍ଚ 6 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସମ୍ବଲପୁରୀ ଭାଷାର ପ୍ରଥମ ଧନୁଯାତ୍ରା । ଅଧିକ ପଢନ୍ତୁ

ପ୍ରଥମ କରି ସମ୍ବଲପୁରୀ ଭାଷାରେ ମଞ୍ଚସ୍ଥ ହେବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା
ପ୍ରଥମ କରି ସମ୍ବଲପୁରୀ ଭାଷାରେ ମଞ୍ଚସ୍ଥ ହେବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା

By ETV Bharat Odisha Team

Published : Mar 5, 2024, 7:09 AM IST

ପ୍ରଥମ କରି ସମ୍ବଲପୁରୀ ଭାଷାରେ ମଞ୍ଚସ୍ଥ ହେବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା

ସମ୍ବଲପୁର: ପ୍ରଥମ ଥର ପାଇଁ ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଯାଉଛି ସମ୍ବଲପୁରୀ ଭାଷାର ଧନୁଯାତ୍ରା । ବରଗଡ଼ ଜିଲ୍ଲାର ଧନୁଯାତ୍ରା ବିଶ୍ବ ପ୍ରସିଦ୍ଧ ହୋଇଥିବା ବେଳେ ସମ୍ବଲପୁରରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ସମ୍ବଲପୁରୀ ଭାଷାରେ ଧନୁଯାତ୍ରା । ଏନେଇ ସୋମବାର ଆୟୋଜକ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆସନ୍ତା ମାର୍ଚ୍ଚ 6 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସମ୍ବଲପୁରୀ ଭାଷାର ପ୍ରଥମ ଧନୁଯାତ୍ରା । ଦୀର୍ଘ 5 ଦିନ ଧରି ଚାଲିବାକୁ ଥିବା ଏହି ଧନୁଯାତ୍ରାରେ କଂସ ଦରବାର, ରଙ୍ଗସଭାରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ଆଦି କାର୍ଯ୍ୟକ୍ରମ କରାଯିବ । ପ୍ରତ୍ୟେକ ଦିନ ଅପରାହ୍ନ ସମୟରେ ମହାରାଜ କଂସ ହାତୀ ଉପରେ ବିରାଜମାନ ହୋଇ ନଗର ପରିକ୍ରମା କରିବେ ।

ପ୍ରଥମ କରି ସମ୍ବଲପୁରୀ ଭାଷାରେ ଧନୁଯାତ୍ରା ହେଉଥିବାରୁ ସମ୍ବଲପୁରୀ ନୃତ୍ୟ ଗୀତ ଓ କଳା ସଂସ୍କୃତି କୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ଧନୁଯାତ୍ରା କମିଟି ସଭାପତି ସଂଜୟ ବାବୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 6 ତାରିଖରେ ରାଜ ଅତିଥି ସେବା, ରଙ୍ଗସଭା, ଉଗ୍ରସେନ ଙ୍କ ଗାଦିଚ୍ୟୁତ ଓ କଂସ ମହାରାଜ ଆସନରେ ବିରାଜମାନ ହେବେ । 7 ତାରିଖରେ ଶ୍ରୀକୃଷ୍ଣ ଜନ୍ମ ଓ ଗୋପପୁର ପ୍ରେରଣ ସହିତ ବିଜୁଳି କନ୍ୟା ଆବିର୍ଭାବ କାର୍ଯ୍ୟକ୍ରମ ହେବ । 8 ତାରିଖରେ ପୁତନା ବଧ ସମାଚାର ସହିତ କୃଷ୍ଣ ବଧ ପାଇଁ ମନ୍ତ୍ରୀ ପରିଷଦ ସହ ମହାରାଜ କଂସ ଗୁପ୍ତ ମନ୍ତ୍ରଣା କରିବା କାର୍ଯ୍ୟକ୍ରମ ରହିଛି । 9 ତାରିଖରେ କୃଷ୍ଣଙ୍କ ଜଳକ୍ରୀଡ଼ା ସହ କାଳୀୟ ଦଲନ କାର୍ଯ୍ୟକ୍ରମ ଓ 10 ତାରିଖରେ ଅକ୍ରୁର ଗମନ ସହ କଂସ ବଧ କାର୍ଯ୍ୟକ୍ରମ କରାଯିବ ।ସମ୍ବଲପୁର ମୁନିସିପାଳିଟି ଛକ ସ୍ଥିତ ଗଙ୍ଗାଧର ମଣ୍ଡପକୁ କଂସ ଦରବାର ଓ ଚାଉରପୁର ଗାଁ କୁ ଗୋପପୁର କରାଯାଇଛି । ଗୋପପୁରରୁ କୃଷଙ୍କୁ ଅକ୍ରୁର ଆଣିବା ସମୟର ଦୃଶ୍ୟକୁ ଆକର୍ଷଣୀୟ କରାଯାଇଛି ବୋଲି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି । ନଗର ପରିକ୍ରମା ସମୟରେ ମହାରାଜ କଂସ ଯେପରି ସହରର ସବୁ ସ୍ଥାନକୁ ଯାଇପାରିବେ ସେ ଦିଗରେ ରୋଡ଼ ମ୍ୟାପ ତିଆରି କରାଯାଉଛି ବୋଲି ସେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ନିୟମଗିରି ଶିଖରରେ ପାଳିତ ହେଲା ନିୟମରାଜା ପର୍ବ

ଏହି ଧନୁଯାତ୍ରାରେ କଂସ ଭୂମିକାରେ ଫନୀନ୍ଦ୍ର କୁମାର ପଣ୍ଡା, ଉଗ୍ରସେନ ଭୂମିକାରେ ଘୁନୁ ଚରଣ ପାଢ଼ୀ, ଦୁର୍ମିଳ ରାକ୍ଷସ ଭୂମିକାରେ ଲଳିତ ମୋହନ ବେବର୍ତା, ନାରଦ ଭୂମିକାରେ ସନ୍ତୋଷ ରାୟଗୁରୁ, ଅକ୍ରୁର ଭୂମିକାରେ ସତ୍ୟନାରାୟଣ ସାହୁ, ଯଶୋଦା ଭୂମିକାରେ ଅର୍ଣ୍ଣପୂର୍ଣା ମିଶ୍ର, ଦେବକୀ ଭୂମିକାରେ ପ୍ରିୟଙ୍କା ପ୍ରଧାନ, ନନ୍ଦ ରାଜା ଭୂମିକାରେ ଯୋଗେଶ ନନ୍ଦ, ରୋହିଣୀ ଭୂମିକାରେ ସୁରେଖା ସାହୁ, ଶ୍ରୀକୃଷ୍ଣ ଭୂମିକାରେ ଓଁମ ସାଇରାମ ଓ ବଳରାମ ଭୂମିକାରେ ସତ୍ୟବ୍ରତ ଅଂଶଗ୍ରହଣ କରିଛନ୍ତି ବୋଲି ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ସଭାପତି ସଞ୍ଜୟ ବାବୁ ଙ୍କ ସହିତ ସମ୍ପାଦକ ଗୁଣମଣି ସଲିମା, ନିର୍ଦ୍ଦେଶକ ବାବୁଲୁ ବାଗ, କଂସା ଭୂମିକାରେ ଅଭିନୟ କରୁଥିବା ଫଣିନ୍ଦ୍ର ପଣ୍ଡା, ଗୋପପୁର କମିଟିର ସଭାପତି ଆଦିତ୍ୟ ନାୟକ ଓ ସମ୍ପାଦକ ଗଣେଶ ମହତ୍ତମ୍ ପ୍ରମୁଖ ପ୍ରେସ ବାର୍ତ୍ତାରେ ସୂଚନା ଦେଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details