ଓଡିଶା

odisha

ETV Bharat / state

ବନ୍ୟପ୍ରାଣୀଙ୍କୁ ଧରି ଫଟୋ ଭିଡିଓ କରିବାକୁ କାହିଁକି କରାଯାଉଛି ବାରଣ, ଜାଣନ୍ତି କି - Wildlife Violation Social Media - WILDLIFE VIOLATION SOCIAL MEDIA

Workshop On Wildlife And Social Media: ବନ୍ୟପ୍ରାଣୀ ଏବଂ ସୋସିଆଲ ମିଡିଆ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବନ୍ୟପ୍ରାଣୀଙ୍କୁ ଧରି ଫଟୋ/ଭିଡିଓକୁ ପୋଷ୍ଟ କରିବାକୁ ଓଡ଼ିଶାରେ ବେଆଇନ ବୋଲି ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ବନ୍ୟପ୍ରାଣୀ ଓ ମିଡିଆ ଉପରେ କର୍ମଶାଳା, ବନ୍ୟପ୍ରାଣୀଙ୍କୁ ଧରିଲେ ହୋଇପାରେ ମାରାତ୍ମକ ରୋଗ
ବନ୍ୟପ୍ରାଣୀ ଓ ମିଡିଆ ଉପରେ କର୍ମଶାଳା, ବନ୍ୟପ୍ରାଣୀଙ୍କୁ ଧରିଲେ ହୋଇପାରେ ମାରାତ୍ମକ ରୋଗ

By ETV Bharat Odisha Team

Published : Apr 21, 2024, 8:15 PM IST

ବନ୍ୟପ୍ରାଣୀ ଓ ମିଡିଆ ଉପରେ କର୍ମଶାଳା, ବନ୍ୟପ୍ରାଣୀଙ୍କୁ ଧରିଲେ ହୋଇପାରେ ମାରାତ୍ମକ ରୋଗ

ଭୁବନେଶ୍ବର: ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ସରକାରୀ ପଦକ୍ଷେପ ନିଆଯାଇଛି । ବନ୍ୟପ୍ରାଣୀଙ୍କୁ ଧରି ଫଟୋ, ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ନ କରିବା ପାଇଁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବନ୍ୟପ୍ରାଣୀଙ୍କୁ ଧରି ଫଟୋ/ଭିଡିଓକୁ ପୋଷ୍ଟ କରିବାକୁ ଓଡ଼ିଶାରେ ବେଆଇନ ବୋଲି ଘୋଷଣା କରାଯାଇଛି । ତେଣୁ ବନ୍ୟପ୍ରାଣୀ ଏବଂ ସୋସିଆଲ ମିଡିଆ ମଧ୍ୟରେ ଏକ ଲକ୍ଷ୍ମଣ ରେଖା ଟାଣିବା ପାଇଁ ଆଜିର ଏକ କର୍ମଶାଳା “ବନ୍ୟପ୍ରାଣୀ, ସୋସିଆଲ ମିଡିଆ ଓ ଲକ୍ଷ୍ମଣରେଖା” ଆୟୋଜନ କରାଯାଇଛି । ତେବେ ଏନେଇ ସିସିଏଫ (ବନ୍ୟପ୍ରାଣୀ) ବିକାଶ ଦାଶ କହିଛନ୍ତି ଯେ, ବନ୍ୟପ୍ରାଣୀ ସଂରକ୍ଷଣ ଆଇନକୁ ଆହୁରି କଡାକଡି ଭାବରେ ପାଳନ କରିବା ସହିତ ବନ୍ୟପ୍ରାଣୀଙ୍କ ସହିତ କୌଣସି ଫଟୋ ବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବନ୍ୟପ୍ରାଣୀଙ୍କ ସହ ସେଲଫି ସୋସିଆଲ ମିଡିଆରେ ପୋଷ୍ଟ କଲେ, ହେବ ଜେଲ୍

ଅନ୍ୟପକ୍ଷେ ଭୁବନେଶ୍ବର ବିଏମସି ହସ୍ପିଟାଲର ମେଡ଼ିସିନ ସ୍ପେସାଲିଷ୍ଟ ଡାକ୍ତର ନିରଞ୍ଜନ ପାଢୀ କହିଛନ୍ତି ଯେ, ବନ୍ୟପ୍ରାଣୀଙ୍କ ଠାରୁ ମଣିଷ ଦେହକୁ ସଂକ୍ରମଣ ହେଉଥ‌ିବା ଜୁନୋଟିକ୍ସ ଡିଜିଜ୍ ଉପରେ ଆଲୋକପାତ କରିବା ସହିତ ବଣ୍ୟପ୍ରାଣୀଙ୍କୁ ଅଯଥାରେ ନ ଧରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଏମ୍ସ ଭୁବନେଶ୍ବରର ଫୋରେନସିକ ମେଡ଼ିସିନ ବିଭାଗର ପ୍ରଫେସର ଡାକ୍ତର ସୁଦୀପ୍ତ ରଞ୍ଜନ ସିଂହ କହିଛନ୍ତି ଯେ, ବନ୍ୟପ୍ରାଣୀଙ୍କ ଦ୍ବାରା ମଣିଷ ପ୍ରତି ସମ୍ଭାବ୍ୟ ବିପଦ ଯାହାକି ପ୍ରାଣଘାତୀ ହୋଇପାରେ ବୋଲି କହିଛନ୍ତି । ଯେଭଳି କୋଭିଡ଼ ୧୯ ଏକ ପଶୁଙ୍କ ଠାରୁ ଆସିଥିବାର ଚର୍ଚ୍ଚା ହେଉଥିଲା । ସେହିଭଳି ଭାବରେ ଅଯଥାରେ ଜୀବମାନଙ୍କୁ ଧରିବା ଦ୍ଵାରା ଅନେକ ରୋଗ ମଣିଷ ଶରୀରକୁ ଆସିଥାଏ । ସେହି ରୋଗୀ କେତେ ମାରାତ୍ମକ ହୋଇପାରେ ତାହା ଜାଣିବା କଷ୍ଟକର । ତେବେ ଏହାଠାରୁ ଯେତେ ଦୂରରେ ରହିବା ବହୁତ୍ ଭଲ ବୋଲି କହିଛନ୍ତି ଏମ୍ସ ଡାକ୍ତର ।

ବନ୍ୟପ୍ରାଣୀଙ୍କ ସହ ଫଟୋ କିମ୍ବା ଭିଡିଓ ସେୟାର କରିବା ନେଇ ଓଡ଼ିଶାର ବନ୍ୟପ୍ରାଣୀ ପିସିସିଏଫ ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ସୁଶାନ୍ତ ନନ୍ଦ ଗତ ୧୫ ମାର୍ଚ୍ଚ ୨୦୨୪ ତାରିଖରେ ନିର୍ଦ୍ଦେଶାନାମା ଜାରି କରିଥିଲେ । ତେବେ ଏହାକୁ ଉଲ୍ଲଘଂନ କରି ପ୍ରଥମେ ଭଦ୍ରକର ସାପ ଧରାଳି ମିର୍ଜା ଅରିଫ ଏବଂ ପରବର୍ତ୍ତୀ ସମୟରେ ଯାଜପୁରର ମୋନାଲିସା ଭଦ୍ରା ଏବଂ ତାଙ୍କ ସ୍ବାମୀ ବଦ୍ରି ନାରାୟଣ ଭଦ୍ରାଙ୍କୁ ଗିରଫ କରାଯାଇଥିଲା । ଯଦିଓ ଗିରଫଦାରୀ ଭୟରେ ଅନେକ ବ୍ୟକ୍ତି ନିଜର ୟୁଟ୍ୟୁବ ଚ୍ୟାନେଲରୁ ବନ୍ୟପ୍ରାଣୀଙ୍କ ସହିତ ଥ‌ିବା ଭିଡିଓ ହଟାଇ କରି ଦେଇଛନ୍ତି, ତଥାପି ଅନେକ ଅମାନିଆ ଏଯାଏଁ ଭିଡିଓ ଏବଂ ଫଟୋ ରଖିଛନ୍ତି । ସେମାନଙ୍କୁ ଯେ କୌଣସି ମୁହୂର୍ତ୍ତରେ ଗିରଫ କରାଯାଇପାରେ ବୋଲି ବନବିଭାଗ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details