ଓଡିଶା

odisha

ETV Bharat / state

ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ମହିଳାଙ୍କ ଭଙ୍ଗାରୁଜା, ପଞ୍ଚାୟତ ଅଫିସରେ ତାଲା - ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ

Women Protest in front of panchayat office: ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ନେଇ ଉତ୍ତେଜନା । ପଞ୍ଚାୟତ କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣାରେ ମହିଳା । ଅଧିକ ପଢନ୍ତୁ

Women Protest
Women Protest

By ETV Bharat Odisha Team

Published : Feb 1, 2024, 1:52 PM IST

Women Protest

ଜଗତସିଂହପୁର: ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ନେଇ ଉତ୍ତେଜନା ପ୍ରକାଶ । ଗ୍ରାମର ଶତାଧିକ ମହିଳା ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ତେବେ ଏନେଇ ଖବରପାଇ ଏରସମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଏରସମା ବ୍ଲକ ନୂଆଗାଁ ପଞ୍ଚୟତରେ ଗତକାଲି ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଏହାର ଦାୟିତ୍ବ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପରେ ନ୍ୟସ୍ଥ କରାଯାଇଥିଲା। ଏଥିରେ ପଞ୍ଚାୟତର ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ତେବେ ଏଥିରେ ପଞ୍ଚାୟତର ଏକ ହଜାରରୁ ଉର୍ଦ୍ଧ୍ବ ମହିଳାଙ୍କୁ ନିମନ୍ତ୍ରଣ ହୋଇଥିବା ବେଳେ ମାତ୍ର ୪ଶହ ଲୋକଙ୍କ ପାଇଁ ରୋଷେଇ ହୋଇଥିଲା । ଫଳରେ ଏହାକୁ ନେଇ ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ହଜାରେ ଲୋକଙ୍କୁ ଡାକି କାହିଁକି 400 ଲୋକଙ୍କ ଖାଦ୍ୟ ରନ୍ଧା ହୋଇଛି ବୋଲି ମହିଳାମାନେ କହିବା ସହିତ ହୋହଲା କରି ଚେୟାର ଭଙ୍ଗାରୁଜା କରିଥିଲେ । ଏହାଦେଖି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସେଠାରୁ ଖସି ପଳାଇଥିବା ବେଳେ ଏନେଇ ଉତେଜନା ଆହୁରି ଅଧିକ ତୀବ୍ର ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- କଳାହାଣ୍ଡିରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ, ଫୋକସରେ ଯୁବପିଢି

ମହିଳାମାନେ ପଞ୍ଚାୟତ ଅଫିସ ଭିତରେ ପଶି କାଗକପତ୍ର ଚିରି ଦେବା ସହିତ ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଏନେଇ ମହିଳାମାନଙ୍କ କହିବା କଥା ଯେ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। କିନ୍ତୁ ଏହି ଅର୍ଥର ଅଧା ଭାଗ ସରକାରୀ ଅଧିକାରୀମାନେ ଲୁଟି ଖାଉଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସମସ୍ତ ମହିଳାମାନଙ୍କୁ ଡକାଯାଇଥିଲା । ପଞ୍ଚାୟତ କାର୍ଯ୍ୟାଳୟରେ ମିଟିଂ ହେବ ଏହା ପରେ ଖାଇବା ବ୍ୟବସ୍ଥା ମଧ୍ୟ ରହିଥିବା କହିଥିଲେ। କିନ୍ତୁ ହଜାରେ ମହିଳାଙ୍କୁ ଡାକି ମାତ୍ର 400 ଲୋକଙ୍କ ପାଇଁ ବ୍ୟବସ୍ଥା କରା ଯାଇଛି । ତେବେ କଣ ପାଇଁ ମହିଳାମାନଙ୍କୁ ଡକା ଯାଉଥିଲା ବୋଲି ମହିଳା ମାନେ ପ୍ରଶ୍ନ କରିଛନ୍ତି। ଏହି ଘଟଣାକୁ ନେଇ ପଞ୍ଚାୟତର ଅଫିସ ଆଗରେ କିଛି ମହିଳା ଧାରଣାରେ ବସିଛନ୍ତି। ସରକାର ଦେଇଥିବା 3 ଲକ୍ଷ ଟଙ୍କା କେଉଁ ବାବଦରେ ବ୍ୟୟ କରାଯାଇଛି ତାହା ହିସାବ ମାଗିଛନ୍ତି ସ୍ଥାନୀୟ ମହିଳା। ଅନ୍ୟପଟେ ଖବର ପାଇ ଏରସମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରୁଥିବା ବେଳେ ମହିଳାମାନେ ତାଙ୍କ ଜିଦରେ ଅଟଳ ରହିଛନ୍ତି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details