ଭୁବନେଶ୍ବର: ଚେନ ଝାମ୍ପିବାର ନିଶା ହଜାଇ ଦେଲା ହିତାହିତ ଜ୍ଞାନ । ମନ୍ଦିର ଯାଉଥିବା ମହିଳାଙ୍କ ଚେନ ଝାମ୍ପିବା ସମୟରେ ନେଇଥିଲା ଜୀବନ । ଝାଡଖଣ୍ଡରୁ ଆସି ଭୁବନେଶ୍ବର ଏପରି ଛାତିଥରା ଘଟଣା ଘଟାଇଥିବା ହତ୍ୟାକାରୀ ଶେଷରେ ପୋଲିସ ହାବୁଡରେ ଧରାପଡ଼ିଛି । ଆଜି ଅଭିଯୁକ୍ତକୁ ଝାରଖଣ୍ଡରୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏୟାରଫିଲ୍ଡ ଥାନା ଜଟଣୀ ରାସ୍ତା ସୋମନାଥ ମନ୍ଦିର ପାଖ ରାସ୍ତାରେ ଗତ ୧୧ ତାରିଖ ଛିନତାଇରୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।
ମୁଖ୍ୟ ଅଭିଯୁକ୍ତ ଗିରଫ:
ଗତ ନଭେମ୍ବର ୧୧ ତାରିଖ ଏୟାରଫିଲଡ ଥାନା ଅଞ୍ଚଳରେ ଦମ୍ପତି ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ହଠାତ ଏକ ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ସୁନା ଚେନ ଝାମ୍ପିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଲୁଟେରାମାନେ ପ୍ରଥମ ଚେଷ୍ଟାରେ ଅସଫଳ ହୋଇଥିଲେ । ପୁଣି ଲୁଟେରାମାନେ ରକ୍ତମୁଖା ହୋଇ ସେହି ମହିଳାଙ୍କୁ ଆକ୍ରମଣ କରିଥିଲେ ଯାହାଫଳରେ ସେ ଚଳନ୍ତା ବାଇକରୁ ଖସି ପଡ଼ି ପ୍ରାଣ ହରାଇଥିଲେ । ଯାହାକୁ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଅଭିଯୁକ୍ତକୁ ଧରିବା ପାଇଁ ଭୁବନେଶ୍ୱର ଠାରୁ ଆରମ୍ଭ କରି ଝାଡ଼ଖଣ୍ଡ ପର୍ଯ୍ୟନ୍ତ ପ୍ରାୟ ୪ ଶହରୁ ଅଧିକ ସିସିଟିଭି ଫୁଟେଜ ଓ ୭୬ଟି ସ୍ଥାନରେ ରେଡ କରିଥିଲା ପୋଲିସ । ଆଜି ମୁଖ୍ୟ ଅଭିଯୁକ୍ତ ରାଜୁ ନାଇଡୁକୁ ପୋଲିସ ଗିରଫ କରିଛି । ଝାଡ଼ଖଣ୍ଡ ପୂର୍ବ ସିଂହଭୂମି ବର୍ମା ମାଇନ୍ସ ଥାନା ଅଞ୍ଚଳର ଗାରେଜ କଲୋନିରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତ ଅନ୍ୟତମ ସହଯୋଗୀ ଏବେ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ଛାନଭିନ ଚଳାଇଛି ପୋଲିସ ।
ଝାରଖଣ୍ଡରେ ୪ ଦିନ ରେଡ କରିଥିଲା ପୋଲିସ:
ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, "ଗତ ୧୧ ତାରିଖରେ ଅଭୁଯୁକ୍ତମାନେ ଚେନ ଛିନତାଇ ବେଳେ ଜଣେ ମହିଳା ବାଇକରୁ ତଳେ ଖସିପଡିଥିଲେ । ସେହି ଘଟଣାକୁ ଅତି ଗୁରୁତର ସହ ନେଇଥିଲା ପୋଲିସ । ୧୩ ତାରିଖରେ ମହିଳାଙ୍କର ମୃତ୍ୟୁ ପରେ କମିସନରେଟ ପୋଲିସର ୬ଟି ଟିମ୍ ଗଠନ କରିଥିଲା । ପ୍ରଥମେ ଏ ଘଟଣାର କୌଣସି ସୁରାକ ମିଳିନଥିଲା । ୭୬ ଜଣ ଅପରାଧିଙ୍କ ତାଲିକା ବାହାର କରାଯାଇଥିଲା । ଆଖପାଖ ଜେଲ ନିମାପଡା, ଝାରପଡ଼ା, ଖୋର୍ଦ୍ଧା, କଟକ ଆଦି ଜେଲରୁ ଅପରାଧିଙ୍କ ତଥ୍ୟ ସଂଗ୍ରହ କରାଯାଇଥିଲା । ଅପରାଧି ବ୍ୟବହାର କରିଥିବା ଗାଡିକୁ ଆଧାରକରି ୪୦୦ରୁ ଅଧିକ ସିସିଟିଭି ଫୁଟେଜ ସହ ଭୁବନେଶ୍ୱରରୁ ଝାଡ଼ଖଣ୍ଡରେ ପହଞ୍ଚିଥିଲୁ । ସେଠାରେ ମଧ୍ୟ ୧୦ଟି ଜାଗାରେ ୪ ଦିନ ଧରି କମିସନରେଟ ପୋଲିସ ରେଡ କରିଥିଲା । ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛୁ ।"
ଏସବୁ ଜିନିଷ ଜବତ:
ସେପଟେ ଗିରଫ ପରେ ସେମାନଙ୍କ ଠାରୁ ଲୁଟ ହୋଇଥିବା ମହିଳାଙ୍କ ସୁନା ଚେନ ଜବତ କରାଯାଇଛି । ଏଥିସହ ସେମାନେ ବ୍ୟବହାର କରୁଥିବା ଗାଡ଼ିକୁ ମଧ୍ୟ ଠାବ କରାଯାଇଛି । ଏପରିକି ଛିନତାଇ ସମୟରେ ଅପରଧି ପିଧାଥାବା ପୋଷାକ ମଧ୍ୟ ଜବତ କରାଯାଇଛି । ସେମାନେ ଭୁବନେଶ୍ୱର ରହୁଥିବା ଭଡାଘର ଚାବି ଠାବ କରିଛି ପୋଲିସ । ଏଥି ସହ କିଛି କାଗଜପତ୍ର ମଧ୍ୟ ଜବତ ହୋଇଛି । ଅଭିଯୁକ୍ତ ଜଣେ ଲିଫ୍ଟ ମେକାନିକ । ଝାରଖଣ୍ଡରୁ ଆସି ଅନ୍ୟତମ ସହଯୋଗୀ ସହ ଭୁବନେଶ୍ୱରରେ ରହୁଥିଲା । ତେବେ ଏପରି ଛିନତାଇ ସମୟରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିବା ବେଳେ ସେହି ମହିଳାଙ୍କର ମୃତ୍ୟୁ ହୋଇଥିଲା
ସୁନ୍ଦରପଦାରୁ ଜଟଣୀ ରାସ୍ତାରେ ଘଟିଥିଲା ଘଟଣା । ମହିଳା ଜଣଙ୍କ ନିଜ ସ୍ବାମୀଙ୍କ ସହ ମନ୍ଦିର ଯିବା ସମୟରେ ଏପରି ଲୁଟେରାଙ୍କ ଶିକାର ହୋଇଥିଲେ । ପରେ ମହିଳାଙ୍କ ଜୀବନ ଯିବା ପରେ ପୋଲିସ ଏହି ଘଟଣାର ତନାଘନା ବେଳେ ଘଟଣାସ୍ଥଳରୁ କୌଣସି ସୁରାକ ମିଳନଥିଲା । ଏହି ଘଟଣାର ସିସିଟିଭି ଫୁଟେଜ ପୋଲିସ ସଂଗ୍ରହ କରିଥିଲା । ଅପରାଧୀମାନେ ଲୁଟ ପରେ ପ୍ରଥମେ ଜଟଣୀରୁ ପିପିଲି ଯାଇଥିଲେ । ପରେ ପିପିଲିରୁ ନିମାପଡା, ନିମାପଡ଼ାରୁ ଭୁବନେଶ୍ୱର ଲିଙ୍ଗିପୁରରୁ ସେଠାରୁ ପୁଣି ପିପିଲି ଦେଇ ଜଟଣୀ ଯାଇ ଭୁବନେଶ୍ୱର ଫେରିଥିବା ସିସିଟିଭି ଫୁଟେଜରୁ ମିଳିଥିଲା । ପୋଲିସ ଯେପରି ସେମାନଙ୍କୁ ସନ୍ଦେହ ନ କରିବ ସେନେଇ ପୋଲିସକୁ ଭୂଆଁ ବୁଲାଇବାକୁ ୨ ଥର ଚକ୍କର କାଟି ବୁଲିଥିଲେ ଅଭିଯୁକ୍ତ । ତେବେ ସେମାନଙ୍କର ଗତିବିଧି ପରେ ସେମାନେ ସେହିଦିନ ବାଇକ ଯୋଗେ ଭୁବନେଶ୍ୱରରୁ ଝାଡଖଣ୍ଡ ପଳାଇଥିଲେ ।
ତଡିପାର ଅପରାଧିଙ୍କ ଭୁବନେଶ୍ୱରରେ କ୍ରାଇମ୍: