କଟକ: ଥାନା ଆଗରେ ଜଳିଲେ ମହିଳା । ସ୍ୱାମୀଙ୍କୁ ଅନ୍ୟାୟରେ ଗିରଫ କରାଯାଇଥିବା ଅଭିଯୋଗ କରି ଥାନା ଆଗରେ ଆତ୍ମହୁତି ଉଦ୍ୟମ କଲେ ମହିଳା । ନିଜ ଦେହରେ ନିଆଁ ଲଗାଇବା ଫଳରେ ମହିଳାଙ୍କ ଶରୀରର ପ୍ରାୟ 54 ପ୍ରତିଶତ ପୋଡିଯାଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କଟକ ମାହାଙ୍ଗା ଥାନା ଆଗରେ ।
ଜଳିଗଲେ ମହିଳା:
ସୂଚନା ଅନୁସାରେ, ଗତକାଲି (ଗୁରୁବାର) କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଆନନ୍ଦପୁର ପଞ୍ଚାୟତ ଖର୍ତ୍ତାଙ୍ଗ ଗ୍ରାମ ଶଙ୍କର ଦାସଙ୍କୁ ମାହାଙ୍ଗା ପୋଲିସ ଘରୁ ଚୋରୀ ଅଭିଯୋଗରେ ଉଠାଇ ଆଣିଥିଲା । ସେପଟେ ଶଙ୍କରଙ୍କ ସ୍ତ୍ରୀ ରଶ୍ମିତା ଦାସ ଥାନାକୁ ଆସି ତାଙ୍କ ସ୍ୱାମୀକୁ କ'ଣ ପାଇଁ ଗିରଫ କରାଯାଇଛି ପଚାରିବାରୁ ପୋଲିସ ତାଙ୍କୁ ଦୁର୍ବ୍ୟବହାର କରିଥିଲା । ମିଛ ଘଟଣାରେ ତାଙ୍କ ସ୍ବାମୀକୁ ଗିରଫ କରିଥିବାରୁ ମହିଳା ଜଣକ ମାହାଙ୍ଗା ଥାନା ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଜ ପରିବାର ଓ ପିଲାମାନଙ୍କୁ ନ୍ୟାୟ ଦେବା ପାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମାହାଙ୍ଗା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ଶରୀର ପ୍ରାୟ 54 ପ୍ରତିଶତ ଅଂଶ ପୋଡି ଯାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ମେଡିକାଲ ଡାକ୍ତର । ସେପଟେ ମହିଳାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଗଣମାଧ୍ୟମରେ ମୁହଁ ଖୋଲି ନାହାନ୍ତି ମାହାଙ୍ଗା ପୋଲିସ ଅଧିକାରୀ ।
ମୋ ଅବସ୍ଥା ପାଇଁ ଆଇଆଇସି ଦାୟୀ: