ଓଡିଶା

odisha

By ETV Bharat Odisha Team

Published : Jul 1, 2024, 10:13 PM IST

ETV Bharat / state

ପାଖେଇ ଆସୁଛି ସମୟସୀମା; କେବେ ସରିବ କୋଏଲ ବ୍ୟାରେଜ, ନୂଆ ସରକାର ପରେ କ'ଣ ହେବ ପ୍ରକଳ୍ପର ଭବିଷ୍ୟତ - KOEL BARRAGE PROJECT

Koel River Barrage Project: କ'ଣ ହେବ କୋଏଲ ବ୍ୟାରେଜର ଭବିଷ୍ୟତ । କେବେ କୋଏଲ ବ୍ୟାରେଜ ନିର୍ମାଣ ଶେଷ ହେବ ? କେବେ ଲୋକେ ପାଇବେ ଏହାର ସୁଫଳ ? ନୂଆ ସରକାର ଆସିବା ପରେ ହେବ କି କାର୍ଯ୍ୟ ତ୍ୱରାନ୍ୱିତ ? ନା ଯେସାକୁ ତେସା ରହିବ ସ୍ଥିତି । ଅଧିକ ପଢ଼ନ୍ତୁ

Koel River Barrage
Koel River Barrage (ETV Bharat Odisha)

ରାଉରକେଲା: 2013 ମସିହାରେ ରାଉରକେଲାରୁ କୁଆରମୁଣ୍ଡା ଏବଂ ନୂଆଗାଁ ବ୍ଲକକୁ ସିଧାସଳଖ ଯୋଡିବା ପାଇଁ କୋଏଲ ବ୍ୟାରେଜର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । 10 ବର୍ଷ ପରେ ଅର୍ଥାତ 2023ରେ କାମ ଆରମ୍ଭ ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ସରୁନି ବ୍ୟାରେଜ କାମ । କୋଏଲ ବ୍ୟାରେଜରେ ଆଜି ବି ବାଉଁଶ ପୋଲ ଦେଇ ଯାତାୟାତ କରୁଛନ୍ତି ଲୋକେ । ଗାଁକୁ ଯିବାକୁ ନାହିଁ ରାସ୍ତା । ନଦୀ ଉପରେ ବିପଦଜନକ ଅବସ୍ଥାରେ ବାଉଁଶ ପୋଲ ଉପର ଦେଇ ଯାଉଛନ୍ତି କୁଆରମୁଣ୍ଡା ଏବଂ ନୂଆଗାଁ ବ୍ଲକର ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଗାଁର ଲୋକେ । ଆଜି ବି ଲୋକଙ୍କ ଆଶା ଭରସା ପାଲଟିଛି ବାଉଁଶ ନିର୍ମିତ ପୋଲ ।

Koel River Barrage (ETV Bharat Odisha)

ତେବେ 2013 ମସିହାରେ ରାଜ୍ୟ ସରକାର ରାଉରକେଲାରୁ କୁଆରମୁଣ୍ଡା ଏବଂ ନୂଆଗାଁ ବ୍ଲକକୁ ସିଧାସଳଖ ଯୋଡିବା ପାଇଁ କୋଏଲ ବ୍ୟାରେଜର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ତେବେ କୋଏଲ ନଦୀ ଉପରେ ବ୍ୟାରେଜ ହେଲେ ଲୋକେ ସିଧାସଳଖ ମାତ୍ର ୪୦୦ ମିଟର ନଦୀ ପାରି କଲେ ରାଉରକେଲା ସହ ଯୋଡି ହେବେ ଏବଂ ଏହାସହ ଏକ ବ୍ୟାରେଜ ହେଲେ ରାଉରକେଲା ସହର ସହ ଆଖପାଖ ଅଞ୍ଚଳରେ ଯେଉଁ ପାଣି ସମସ୍ୟା ଉପୁଜୁଛି ତାହାକୁ ମଧ୍ୟ ଦୂର କରାଯିବ । କିନ୍ତୁ ଭିତ୍ତିପ୍ରସ୍ତର ସ୍ଥାପନକୁ 10 ବର୍ଷ ବିତି ସାରିଥିଲେ ମଧ୍ୟ ଆଜି ଯାଏ ଶେଷ ହୋଇନାହିଁ ପ୍ରକଳ୍ପ କାର୍ଯ୍ୟ ।

ଏହା ମଧ୍ୟ ପଢ଼ନ୍ତୁ...ସ୍ମାର୍ଟସିଟିକୁ ଭରସା ବାଉଁଶ ପୋଲ ! କୋଏଲ ନଦୀରେ କେବେ ନିର୍ମାଣ ହେବ ବ୍ୟାରେଜ ?

ଏପଟେ ଦିନକୁ ଦିନ ପାଖେଇ ଆସୁଛି ଟାଇମ ଲାଇନ । ଆସନ୍ତା 2025 ମାର୍ଚ୍ଚ ମାସରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପାଇଁ ସମୟସୀମା ରହିଛି । କିନ୍ତୁ କାର୍ଯ୍ୟ ଦେଖିଲେ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ପୋଇପାରିବ ନାହିଁ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ନୂଆ ସରକାର ଶାସନ ଭାର ନେଇଥିବା ବେଳେ ଏହା ଖୁବଶୀଘ୍ର ସମ୍ପନ୍ନ ହେବ ବୋଲି ଲୋକେ ଆଶା ବାନ୍ଧିଥିବା ବେଳେ ବିଧାୟକ ଦୁର୍ଗା ତନ୍ତି ଯାଇ ସ୍ଥିତି ପରଖିଛନ୍ତି । ଖୁବଶୀଘ୍ର ଏହି ପ୍ରକଳ୍ପ ସମ୍ପନ୍ନ ହେବ ଏବଂ ଖୁବଶୀଘ୍ର ଲୋକେ ଏହାର ସୁଫଳ ପାଇ ପାରିବେ । ପୂର୍ବ ସରକାରଙ୍କ ଇଚ୍ଛା ଶକ୍ତି ଅଭାବ ଯୋଗୁଁ ଏହି କାର୍ଯ୍ୟ ସଠିକ ଭାବରେ ହୋଇ ପାରୁନଥିଲା ବୋଲି କହି ବିଜେଡି ସରକାରକୁ ଦୋଷ ଦେଇଛନ୍ତି ବିଜେପି ବିଧାୟକ ଦୁର୍ଗା ତନ୍ତି । ସେପଟେ କୋଏଲ ବ୍ୟାରେଜ ପ୍ରକଳ୍ପ ଖୁବଶୀଘ୍ର ଶେଷ ହେବ ଏବଂ ସମୟ ମଧ୍ୟରେ ଏହା ଶେଷ ହେବ ବୋଲି ଫୋନ ଯୋଗେ କହିଛନ୍ତି ଉପଜିଲ୍ଲାପାଳ ।

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details