ଓଡିଶା

odisha

ରାଜ୍ୟରେ ଜୁନରେ 26% ନିଅଁଟିଆ ବର୍ଷା ରେକର୍ଡ, 6ରୁ ବଢିବ ବର୍ଷା ପରିମାଣ - Weather update on less rain

By ETV Bharat Odisha Team

Published : Jul 3, 2024, 2:14 PM IST

Weather update on less rain: ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ସତ୍ତ୍ବେ ମଧ୍ୟ ଗତମାସ ହ୍ରାସ ପାଇଛି ବର୍ଷା ପରିମାଣ । ଚଳିତମାସ 6 ତାରିଖରୁ ବର୍ଷା ପରିମାଣ ବଢିବା ନେଇ ପାଣିପାଗ ବିଭାଗର ସୂଚନା । 7ତାରିଖରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ କ୍ଷେତ୍ର । ଏପର୍ଯ୍ୟନ୍ତ ହୋଇନାହିଁ ପୂର୍ବାକଳନ । ଅଧିକ ପଢନ୍ତୁ

ଜୁନରେ ୨୬ ରାଜ୍ୟରେ ପ୍ରତିଶତ ନିଅଁଟିଆ ବର୍ଷା ରେକର୍ଡ, 6ରୁ ବଢିବ ବର୍ଷା ପରିମାଣ
ଜୁନରେ ୨୬ ରାଜ୍ୟରେ ପ୍ରତିଶତ ନିଅଁଟିଆ ବର୍ଷା ରେକର୍ଡ, 6ରୁ ବଢିବ ବର୍ଷା ପରିମାଣ (ETV Bharat Odisha)

ଭୁବନେଶ୍ବର:ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି । ପ୍ରଭାବରେ କିଛି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ ବାଲେଶ୍ଵର, କଟକ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ଏଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ । ଆଗାମୀ ୩ ପର୍ଯ୍ୟନ୍ତ କାଁ ଭାଁ ହାଲୁକାରୁ ମଧ୍ୟମଧରଣ ବର୍ଷା ହେବାର ସମ୍ଭାବନା ରହିଥିବା ଓ ୬ ତାରିଖ ପରେ ବର୍ଷା ବଢିବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଜୁନରେ ୨୬ ରାଜ୍ୟରେ ପ୍ରତିଶତ ନିଅଁଟିଆ ବର୍ଷା ରେକର୍ଡ, 6ରୁ ବଢିବ ବର୍ଷା ପରିମାଣ (ETV Bharat Odisha)

ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଚଳିତମାସ ୭ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇପାରେ । ମାତ୍ର ଏପର୍ଯ୍ୟନ୍ତ ସେପରି କିଛି ପୂର୍ବାକଳନ ପ୍ରକାଶ ପାଇନାହିଁ । ପାଣିପାଗ ବିଶେଷ ଶରତ ସାହୁଙ୍କ କହିବା ଅନୁସାରେ,ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିଲେ ସୁଦ୍ଧା କିନ୍ତୁ ଶକ୍ତିଶାଳୀ ହେଉନି ଫଳରେ ନିଅଣ୍ଟିଆ ବର୍ଷାର ଶିକାର ହେଉଛି ଓଡ଼ିଶା । ଆଗାମୀ ୫ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବା ବେଳେ ୭ ତାରିଖ ଆଡ଼କୁ ବଙ୍ଗୋପସଗରରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ । ଏହି ଘୂର୍ଣ୍ଣିବଳୟ ଭରଣା କରିପାରେ ନିଅଣ୍ଟିଆ ବର୍ଷା ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।ରାଜ୍ୟରେ ମୌସୁମୀ ସକ୍ରିୟ ସହ ସବୁ ଅଞ୍ଚଳରେ ବର୍ଷା ହୋଇଥିଲେ ହିଁ ସବୁସ୍ଥାନରେ ବିସ୍ତାରିତ ଭାବେ ସ୍ୱାଭାବିକ ବର୍ଷା ହୋଇ ନଥିବାରୁ ଜୁନରେ ବି କିଛି ଜିଲ୍ଲାରେ ନିଅଁଟିଆ ବର୍ଷାର ଶିକାର ହୋଇଛି ଓଡିଶା ।

ଶରତ ସାହୁଙ୍କ ମୁତାବିକ, ୨୦୦୬ ମସିହାରୁ ୨୦୦୯ ପର୍ଯ୍ୟନ୍ତ ମୌସୁମୀ ଋତୁ ରେ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେଉଥିଲା । କିନ୍ତୁ ବର୍ତ୍ତମାନ ଜଳବାୟୁର ପରିବର୍ତ୍ତନ ସହ ବାୟୁ ପ୍ରବାହକୁ ନେଇ ଯେଉଁ ଲଘୁଚାପ ସୃଷ୍ଟି ହେଉଛି ତାହା ଶକ୍ତିଶାଳୀ ବା ଅଧିକ ଘନିଭୂତ ନହୋଇ ଦୁର୍ବଳ ହୋଇଯାଉଛି । ଏହାର ମୁଖ୍ୟ କାରଣ, ସମୁଦ୍ର ମଧ୍ୟରେ ଲଘୁଚାପ ସୃଷ୍ଟି ନହୋଇ ଉପକୂଳ ପାଖାପାଖି ଲଘୁଚାପ ସୃଷ୍ଟି ହେଉଛି । ଘନିଭୂତ ହେବାର ପ୍ରକ୍ରିୟାକରଣ ସଠିକ୍ ଭାବରେ ହୋଇପାରୁନାହିଁ । ବିଶେଷ ଭାବେ ଦକ୍ଷିଣ ପଶ୍ଚିମ ଦିଗରୁ ଯେଉଁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ରହୁଛି ତାହା ଓଡ଼ିଶାରେ ବର୍ଷା ହେବା ପରିବର୍ତ୍ତେ ଉତ୍ତର-ଭାରତ ଆଡ଼କୁ ପ୍ରଭାବିତ ହେଉଛି । ଫଳରେ ନିଅଣ୍ଟିଆ ବର୍ଷାର ଉତ୍କଟ ସ୍ଥିତି ଦେଖିବାକୁ ମିଳିଛି ।ପୂର୍ବରୁ ଜୁନରେ ୪ଟି ଓ ଜୁଲାଇରେ ୨ଟି ଲଘୁଚାପ ସୃଷ୍ଟି ହେଉଥିବା ବେଳେ ବର୍ତ୍ତମାନ ରାଜ୍ୟରେ ଏହିସବୁ କାରଣକୁ ନେଇ ଶକ୍ତିଶାଳୀ ଲଘୁଚାପର ପ୍ରକ୍ରିୟା ସୃଷ୍ଟି ହୋଇପାରୁ ନଥିବାରୁ ବର୍ଷାର ପରିମାଣ କମିଛି ବୋଲି ମତ ଦେଇଛନ୍ତି ଶରତ ସାହୁ ।



ତେବେ ଜୁନ ୮ ନିର୍ଦ୍ଧାରିତ ସମୟରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆକଳନ ରହିଥିଲା ଜୁନ୍‌ ମାସରେ ସ୍ବାଭାବିକ ବର୍ଷିବ । ମାତ୍ର ତାହା ହେବା ପରିବର୍ତ୍ତେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷାରେ ଶେଷ ହୋଇଛି ଜୁନ୍‌ ମାସ । ପାଖାପାଖି ଦୁଇ ସପ୍ତାହ ଧରି ଓଡ଼ିଶାରୁ ମୌସୁମୀ ଉଭାନ ହେବା ପରେ ଯେଉଁ ବର୍ଷା ହେଲା ତାହା ସମୁଦ୍ରକୁ ଶଙ୍ଖେ । ବର୍ତ୍ତମାନ ୧୭ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ସହ ମୟୂରଭଞ୍ଜର ସ୍ଥିତି ଉତ୍କଟ । ବର୍ତ୍ତମାନ ଚାଷୀମାନେ ନା ଧାନ ତଳି ପକାଇବା ଆରମ୍ଭ କରିଛନ୍ତି ନା ଓ ବୁଣାବୁଣି କାମ ।

ଏହା ମଧ୍ୟ ପଢନ୍ତୁ :- ହାଥରସ ଟ୍ରାଜେଡି: କିଏ ଏହି ଆତ୍ମଘୋଷିତ ଭୋଲେ ବାବା, ପୋଲିସ ଚାକିରିରୁ କିପରି ହେଲେ ଧର୍ମଗୁରୁ - who is Bhole Baba

ଏଯାବତ ସାରା ଓଡ଼ିଶାରେ 26 ପ୍ରତିଶତ ବର୍ଷା ହୋଇଥିବା ବେଳେ କେବଳ ମୟୂରଭଞ୍ଜ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିମାଣ ୬୫% ରହିଛି । ସହିପରି ବାଲେଶ୍ବରରେ ୫୭%, ଭଦ୍ରକରେ ୪୪%, କେନ୍ଦ୍ରାପଡ଼ାରେ ୩୯%, ଯାଜପୁରରେ ୩୬%, କେନ୍ଦୁଝରରେ ୫୦%, ଅନୁଗୁଳରେ ୪୧%, ସମ୍ବଲପୁରରେ ୩୧%, ସୁନ୍ଦରଗଡ଼ରେ ୩୦%, ଝାରସୁଗୁଡ଼ାରେ ୩୪%, କଳାହାଣ୍ଡିରେ ୩୨%, ନୂଆପଡ଼ାରେ ୨୬%, ବରଗଡ଼ରେ ୩୧%, ବଲାଙ୍ଗୀରରେ ୨୭%, ପୁରୀରେ ୩୮%, ଗଞ୍ଜାମରେ ୩୧% ଓ ଗଜପତି ଜିଲ୍ଲାରେ ୨୨% ନିଅଣ୍ଟିଆ ବର୍ଷା ହୋଇଛି । ଏହି ସବୁ ଜିଲ୍ଲାଗୁଡିକରେ ଚାଷୀ ହତାଶ ହୋଇଛନ୍ତି । ଯଦି ଜୁଲାଇ ମାସରେ ଭଲ ବର୍ଷା ନହୁଏ ତେବେ ଚାଷୀଙ୍କ ଭବିଷ୍ୟତ ଅନ୍ଧାର ହେବା ସହ ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହେବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details