ଭୁବନେଶ୍ବର:ରାଜ୍ଯରେ ଲଗାତାର 2 ଦିନ ହେବ କିଛି ସ୍ଥାନରେ ବର୍ଷା ହୋଇଛି । ଟ୍ରପ ଲାଇନ ପ୍ରଭାବରେ ଆସନ୍ତା 25 ତାରିଖ ଯାଏଁ ଲାଗି ରହିବ ବର୍ଷା ସହ ଝଡ଼ ପବନ । ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । 9 ଜିଲ୍ଲାରେ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ହେବା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
ଏହି ଜିଲ୍ଲାରେ ହେବ କୁଆ ପଥର ବର୍ଷା:
ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝରରେ କୁଆ ପଥରବର୍ଷା ସହ ଝଡ ତୋଫାନ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ସମୟରେ 50 ରୁ 60 କିମି ପବନ ବହିବାର ସମ୍ଭାବନା ରହିଛି । ତେଣୁ ଏହି 9 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି 13 ଜିଲ୍ଲା ହୋଇଛି । ସମ୍ବଲପୁର, ଦେଓଗଡ, ଅନୁଗୋଳ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ଗଜପତି, ଗଞ୍ଜାମ, ରାୟଗଡା, କଳାହାଣ୍ଡି ଓ କନ୍ଧମାଳକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ସବୁ ଜିଲ୍ଲାକୁ 40ରୁ 50 କିମି ପବନ ବହିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି ।
ଆସନ୍ତାକାଲି ପାଇଁ 4 ଜିଲ୍ଲାକୁ ଆଲର୍ଟ:
ଆସନ୍ତାକାଲି 4 ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକରେ କୁଆପଥର ବର୍ଷା ସହ ଝଡି ପବନ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ସେହିପରି ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । 24 ଯାଏଁ ଏଭଳି ସ୍ଥିତି ରହିବା ସହ ବର୍ଷା ସମୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।