ଓଡିଶା

odisha

ETV Bharat / state

ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତ, ଆସନ୍ତା ମାସରେ ଗଡ଼ିବ ଲକ୍ଷ୍ମୀ ବସ - naveen odisha

VK Pandian Visit Keonjhar: କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ୭୬୦ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା । ପୁଣି ଲୋକଙ୍କଠାରୁ ଗ୍ରହଣ କଲେ ଅଭିଯୋଗ ପତ୍ର । ୧୦ ଦିନ ମଧ୍ୟରେ ପୂରଣ କରିବାକୁ ଦେଲେ ପ୍ରତିଶ୍ରୁତି । ଅଧିକ ପଢନ୍ତୁ

ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତ , ଆସନ୍ତା ମାସରେ ଗଡ଼ିବ ଲକ୍ଷ୍ମୀ ବସ
ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତ , ଆସନ୍ତା ମାସରେ ଗଡ଼ିବ ଲକ୍ଷ୍ମୀ ବସ

By ETV Bharat Odisha Team

Published : Jan 28, 2024, 10:58 PM IST

ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତ , ଆସନ୍ତା ମାସରେ ଗଡ଼ିବ ଲକ୍ଷ୍ମୀ ବସ

କେନ୍ଦୁଝର:ଜିଲ୍ଲା ଗସ୍ତରେ ଭି.କେ ପାଣ୍ଡିଆନ । ଆଜି (ରବିବାର) ପୁଣି ସଦର ବ୍ଳକ ସିଲିସୁଆଁ ପଡିଆଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଠିଆନ ଯୋଗଦେଇଥିଲେ । ଆଜକୁ ୭ମାସ ତଳେ କେନ୍ଦୁଝର ଗସ୍ତରେ ଆସି ଗ୍ରହଣ କରିଥିବା ଅଭିଯୋଗ ମଧ୍ୟରୁ ୯୦ପ୍ରତିଶତ ଅଭିଯୋଗର ସମାଧାନ ହେବା ସହ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୭୬୦ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ଦେଇଛନ୍ତି ।

ତେବେ ପାଣ୍ଡିଆନଙ୍କ ଏହି ଗସ୍ତରେ ଘଟଗାଁ ସ୍ଥିତ ମା' ତାରିଣୀ ପୀଠର ବିକାଶ ପାଇଁ ୫୦କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ସିତାବିଞ୍ଜ, ଗୁଣ୍ଡିଚାଘାଗୀ, ଗୋନାସିକା ଆଦି ପର୍ଯ୍ୟଟନ କେନ୍ଦ୍ରର ବିକାଶ ପାଇଁ ମଧ୍ୟ ଅର୍ଥ ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି । ଲୋକମାନେ ଯାହା ଚାହିଁବେ ସେୟା କରିବେ ବୋଲି କହିବା ସହ ପୁଣି ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ । ଏହା ସହ ଆସନ୍ତା ୧୦ ଦିନ ମଧ୍ୟରେ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହି ଅବସରରେ ପାଣ୍ଡିଆନ କହିଛନ୍ତି ," ମୁଖ୍ୟମନ୍ତ୍ରୀ କଥା କମ୍, କାମରେ ଅଧିକ କରି ଦେଖାଇଥାନ୍ତି । କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ୧୩୩୧୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟମରେ ଗ୍ରାମାଞ୍ଚଳର ପ୍ରତ୍ୟେକ ବ୍ୟକ୍ତି ଯେଭଳି ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ ନହୁଏ, ତାହାକୁ ଆଖି ଅଗରେ ରଖି ବିଏସ୍‌ଇ ନବୀନ କାର୍ଡ ବ୍ୟବସ୍ଥା ପ୍ରଚଳନ ଆରମ୍ଭ ହୋଇଛି । ଜିଲ୍ଲାର ପ୍ରତି ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟକୁ ଯାତାୟାତ ସୁବିଧା ନିମନ୍ତେ ଆସନ୍ତା ମାସକ ମଧ୍ୟରେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ହେବ ।ଏଥିରେ ଯାତ୍ରା କରୁଥିବା ମହିଳା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ମାତ୍ର ୫ଟଙ୍କା ଭଡା ଦେବାକୁ ପଡିବ । "

ଏହା ମଧ୍ୟ ପଢନ୍ତୁ .....କେନ୍ଦ୍ରାପଡାରେ 'ନୂଆ-ଓ' ଉଦଯାପିତ; ଆସିଲେନି ପାଣ୍ଡିଆନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ସେ ଆହୁରୀ ମଧ୍ୟ କହିଛନ୍ତି ," ଗ୍ରାମଞ୍ଚଳ ଲୋକଙ୍କୁ ହାତ ପାହାନ୍ତରେ ଆର୍ଥିକ କାରକାର ଲକ୍ଷ୍ୟରେ ଓଡିଶା ପ୍ରଥମ ରାଜ୍ୟଭାବେ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା କାର୍ଯ୍ୟକାରୀ ହେବାକୁ ଯାଉଛି । ମିଶନ ଶକ୍ତିର ମାଆମାନେ ନିଯୁକ୍ତି ସୁଯୋଗ ପାଇପାରିବେ । ମଧୁବାବୁ ପେନସନ ଯୋଜନାରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ଭତ୍ତାର ପରିମାଣ ମଧ୍ୟ ଖୁବ୍ ଶିଘ୍ର ରାଜ୍ୟ ସରକାର ବୃଦ୍ଧି କରିବେ । "

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଲୋକସଭା ସଦସ୍ୟା ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଲକ୍ଷ୍ମ ନାଏକ, ଜିଲ୍ଲା ପରିଷଦ ସଭାପତି ସାଗରିକା ସାହୁ ସମେତ ବହିୁ ବିଜେଡି ନେତା ଯୋଗଦେଇଥିଲେ ।

ଇଟିଭି ଭାରତ , କେନ୍ଦୁଝର

ABOUT THE AUTHOR

...view details