ଓଡିଶା

odisha

ETV Bharat / state

ପାଣିରେ ପଡିଲା କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ! ଅକାମୀ ହୋଇପଡିଛି ଶତାଧିକ ଭେଣ୍ଡିଂ ଜୋନ୍ - Vending Zone Not Working - VENDING ZONE NOT WORKING

Vending Zone Not Working: ଶହେରୁ ଅଧିକ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି । ହେଲେ ଏହା କାମରେ ଆସୁନି । ସରକାରଙ୍କ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ଏହି ଭେଣ୍ଡିଂ ଜୋନ ଏଭଳି ଅକାମୀ ହୋଇପଡ଼ିଥିବାରୁ ଦେଖାଦେଇଛି ଅସନ୍ତୋଷ । ଅଧିକ ପଢନ୍ତୁ

Vending Zone Not Working
Vending Zone Not Working (ETV Bharat Odisha)

By ETV Bharat Odisha Team

Published : Aug 10, 2024, 8:25 PM IST

ପାରଳାଖେମୁଣ୍ଡି: ପାଣିକୁ ଗଲା ସରକାରଙ୍କ କୋଟି କୋଟି ଟଙ୍କା । ଖତ ଖାଉଛି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ହୋଇଥିବା ଭେଣ୍ଡିଂ । ଏହାର ଲାଭ କୌଣସି ଲୋକେ ପାଉନାହାନ୍ତି । ଏଭଳି ଏକ ଘଟଣା ପାରଳାଖେମୁଣ୍ଡି ସହରରେ ଦେଖିବାକୁ ମିଳିଛି ।

Vending Zone Not Working (ETV Bharat Odisha)

କାହିଁକି କାମରେ ଆସୁନି ଭେଣ୍ଡିଂ ଜୋନ?

କୋଟିଏରୁ ଅଧିକ ଟଙ୍କା ବ୍ୟୟରେ ଶହେରୁ ଅଧିକ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି । ବର୍ଷେରୁ ଅଧିକ ସମୟ ହେଲାଣି ଏହାର କାମ ସରିଯାଇଥିଲେ ମଧ୍ୟ କୌଣସି ଲୋକଙ୍କୁ ଆବଣ୍ଟନ କରାଯାନାହିଁ । ଫଳରେ ସରକାରୀ ସମ୍ପତ୍ତି ବର୍ତ୍ତମାନ ଖତ ଖାଇ ପଡିଛି । ତେବେ ସରକାରଙ୍କ କୌଣସି ନିର୍ଦ୍ଧିଷ୍ଟ ଆବଣ୍ଟିତ ନିୟମ ନଥିବାରୁ ଏହାକୁ ଆବଣ୍ଟନ କରିବାରେ ସମସ୍ୟା ହେଉଥିବା ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା କହିଛନ୍ତି ।

କେବେ ହୋଇଥିଲା ଭେଣ୍ଡିଂ ଜୋନ:

୫ ଶହ ବର୍ଷରୁ ଅଧିକ ପୁରୁଣା ପାରଳାଖେମୁଣ୍ଡି ସହରର ଟ୍ରାଫିକ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ସହରର ଜନସଂଖ୍ୟା ସହ ତାଳ ଦେଇ ଗାଡି ସଂଖ୍ୟା ମଧ୍ୟ ବଢି ଚାଲିଛି । ପୁରୁଣା ଦିନର ରାସ୍ତା ଏବେ ବି ଓସାରିଆ ହୋଇପାରିନାହିଁ । କେବଳ ସେତିକି ନୁହେଁ, ରାସ୍ତା କଡରେ ଉଠା ଦୋକାନୀମାନଙ୍କ ଭିଡ ଲାଗି ରହୁଥିବାରୁ ରାସ୍ତା ଆହୁରି ସଙ୍କୁଚିତ ହୋଇପଡୁଛି । ଏହାକୁ ଦୃଷ୍ଟିରେ ରଖି ଆଉ ଏକ ବଜାର ସୃଷ୍ଟି କରିବା ପାଇଁ ପୌର ପ୍ରଶାସନ ଯୋଜନା କରିବା ସହ ୨୦୧୭ ମସିହାରେ ଏହାକୁ କାର୍ଯ୍ୟକାରୀ କରିଥଲେ । ଏହାପରେ ନୂତନ ବଜାର ପାଇଁ ଗୃହ ନିର୍ମାଣ ହୋଇଥିଲା । ହେଲେ କୋରୋନା ମହାମାରୀ ଯୋଗୁଁ ଦୋକାନ ବଜାର ବନ୍ଦ ରହିଥିବାରୁ ଲୋକେ ଏହି ଦୋକାନ ଗୃହ ନେବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ । ସେହି ସମୟରେ ସେହି ସ୍ଥାନରେ ସହରର ଅନେକ ଉଠା ଦୋକାନୀଙ୍କୁ ସେଠାରେ ବସି ବିକ୍ରି କରିବା ପାଇଁ କୁହାଯାଇଥିଲା ।

'ପ୍ରଶାସନର ଖାମଖିଆଲି ମନୋଭାବ'

ଗୋଟିଏ ପରେ ଗୋଟିଏ ଦୋକାନ ସେଠାରୁ ପୁଣି ପୁରୁଣା ସ୍ଥାନକୁ ଉଠିଆସିଥିଲା । ସେଠାରେ ଭେଣ୍ଡି ଜୋନ ନିର୍ମାଣ କରି ଉଠା ଦୋକାନୀଙ୍କୁ ଦେବା ପାଇଁ ଯୋଜନା କରାଯାଇଥିଲା । ସହରର ହାଟପଦା, ପୁରୁଣାପଟା ରାସ୍ତା ଆଦି ଅଞ୍ଚଳରେ ମୁକ୍ତା ଯୋଜନା ମାଧ୍ୟମରେ କୋଟିଏରୁ ଅଧିକ ଟଙ୍କା ବ୍ୟୟ କରାଯାଇ ଭେଣ୍ଡିଂ ଜୋନ ନିର୍ମାଣ ହୋଇଥିଲା । ହେଲେ "ନିର୍ମାଣ ସରିବାର ବର୍ଷେ ପରେ ମଧ୍ୟ ତାହା ଲୋକଙ୍କୁ ଆବଣ୍ଟନ କରାଯାଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା ବସନ୍ତ ପଣ୍ଡା ଓ ପ୍ରନୋଜ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି । ପ୍ରଶାସନର ଏଭଳି ଖାମଖିଆଲି ମନୋଭାବ ପାଇଁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଟ୍ରାଫିକ ସମସ୍ୟା:

ପୌର ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଗୋଟିଏ ପଟେ ସରକାରୀ ସମ୍ପତ୍ତି ନଷ୍ଟ ହେଉଥିବାବେଳେ ସହରର ଟ୍ରାଫିକ ସମସ୍ୟା ମଧ୍ୟ ସୁଧୁରି ପାରୁନଥିବା ବୁଦ୍ଧିଜୀବୀ ମହଲରେ କୁହାଯାଉଛି । ସତ୍ୟନାରାୟଣ ପାଢୀ କହିଛନ୍ତି, "ଶହେରୁ ଅଧିକ ଭେଣ୍ଡିଂ ଜୋନ ନିର୍ମାଣ ପାଇଁ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ତାହା ଆଜି ଯାଏଁ ଆବଣ୍ଟିତ ହେବା ତ ଦୂରର କଥା ଏଯାଏଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ । ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ ।"

ଏହା ବି ପଢନ୍ତୁ...ପଞ୍ଚଦୀପ ମାର୍କେଟ କମ୍ପ୍ଲେକ୍ସର ହେବ ନବକଳେବର, ୧୪ ବର୍ଷ ଧରି ହୋଇପଡିଥିଲା ଅଚଳ - Panchadeep Market Complex Issue

'ବିଭାଗକୁ ମଗାଯାଇଛି ସ୍ପଷ୍ଟୀକରଣ'

ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ କହିଛନ୍ତି, "ଏଥିପାଇଁ ସରକାରଙ୍କ କୌଣସି ନିର୍ଦ୍ଦିଷ୍ଟ ଆବଣ୍ଟିତ ନିୟମ ନଥିବାରୁ ଏହାକୁ ଆବଣ୍ଟନ କରିବାରେ ସମସ୍ୟା ହେଉଛି । ଏ ସମ୍ପର୍କରେ ସ୍ପଷ୍ଟୀକରଣ ମଧ୍ୟ ବିଭାଗକୁ ମଗାଯାଇଛି । କିନ୍ତୁ ତାହାର କୌଣସି ଉତ୍ତର ଆସିନାହିଁ । ସରକାରଙ୍କ ଗାଇଡଲାଇନ ଆସିବା ପରେ ଏହାକୁ ଆବଣ୍ଟନ କରାଯିବ ।"

ସରକାରଙ୍କ ବିନା କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନରେ ଏହି ପ୍ରକଳ୍ପ କାହିଁକି ନିର୍ମାଣ କରାଯାଇଥିଲା? ତାହା ଏବେ ସବୁଠୁ ବଡ ପ୍ରଶ୍ନ । ଏହି ପ୍ରକଳ୍ପ ଲୋକଙ୍କ କାମରେ କେବେ ଲାଗୁଛି ତାହା ଉପରେ ସମସ୍ତଙ୍କ ନଜର।
ଇଟିଭି ଭାରତ, ଗଜପତି

ABOUT THE AUTHOR

...view details