କେନ୍ଦୁଝର: ଶାନ୍ତିପୂର୍ଣ୍ଣ ଧାରଣାରେ ବସିଲେ ଗ୍ରାମ୍ୟ କୃଷି କର୍ମଚାରୀ । ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ଗଣ ଧାରଣା ଦିଆଯାଇଛି । ସଂଘ ଛଅ ଦଫା ଦାବି ନେଇ ଆନ୍ଦୋଳକୁ ଓହ୍ଲାଇଛି । କୃଷି କର୍ମଚାରୀଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଉଦାସିନ ରହୁଥିବା ଅଭିଯୋଗ କରାଯାଇଛି । ଏହି ଆନ୍ଦୋଳନ କାରଣରୁ କୃଷି ଓ କୃଷକଙ୍କର କୌଣସି କ୍ଷତି ଘଟିଲେ ବିଭାଗ ଓ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଆନ୍ଦେଳନକୁ ଓହ୍ଲାଇଛନ୍ତି ଗ୍ରାମ୍ୟ କୃଷି କର୍ମଚାରୀ ସଂଘ । ଦୀର୍ଘ ମାସ ଧରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ସରକାରଙ୍କ ଦ୍ବାରା ଅବହେଳିତ ହୋଇଆସୁଥିବା ଅଭିଯୋଗ କରିଛି ସଂଘ । ବାରମ୍ବାର ନିଜର ସମସ୍ୟା ଜଣାଉଥିଲେ ମଧ୍ୟ କୌଣସି ସମାଧାନ ନମିଳିବାରୁ ସଂଘ ଆନ୍ଦେଳନକୁ ଓହ୍ଲାଇଛି । ଆଜି କେନ୍ଦୁଝର ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ଛଅ ଗୋଟି ଦାବି ଯଥା କ୍ୟାଡ଼ର ପୁନର୍ଗଠନ, ଗ୍ରେଡ ପେ ୪୨୦୦କୁ ବୃଦ୍ଧି, ପଦବୀର ନାମ ପରିବର୍ତ୍ତନ, ଶିକ୍ଷାଗତ ଯୋଗ୍ୟତା +୩ ବିଜ୍ଞାନ, ଛଅ ବର୍ଷରେ ମୂଳ ଚାକିରିରେ ଗଣନା ଓ ଲାପଟପ୍, ମୋବାଇଲ ଭାଉଚର ଆଦି ପ୍ରଦାନ ପାଇଁ ଦାବି ନେଇ ଏହି ଧାରଣା ଆରମ୍ଭ ହୋଇଛି ।