ଓଡିଶା

odisha

ETV Bharat / state

ପୁରୀରେ ପାଳିତ ହେଲା ୮୯ତମ 'ଓଡିଶା ଦିବସ' - Utkal Divas Celebration In Puri

Utkal Divas: ଆଜି ହେଉଛି 'ଉତ୍କଳ ଦିବସ' । ପୁରୀ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାବ ପକ୍ଷରୁ ଆୟୋଜିତ ହେଲା ୮୯ତମ ଓଡିଶା ଦିବସ । ଅଧିକ ପଢନ୍ତୁ

ପୁରୀରେ ପାଳିତ ହେଲା ୮୯ତମ 'ଓଡିଶା ଦିବସ'
ପୁରୀରେ ପାଳିତ ହେଲା ୮୯ତମ 'ଓଡିଶା ଦିବସ'

By ETV Bharat Odisha Team

Published : Apr 1, 2024, 5:58 PM IST

ପୁରୀରେ ପାଳିତ ହେଲା ୮୯ତମ 'ଓଡିଶା ଦିବସ'

ପୁରୀ:ଜିଲ୍ଲାରେ ୮୯ ତମ ଓଡିଶା ଦିବସ ପାଳିତ ହୋଇଛି । ଭାଷା ଭିତ୍ତିରେ ୧୯୩୬ ମସିହା ଆଜିର ଦିବସରେ ଆମ ରାଜ୍ୟ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ଉତ୍କୃଷ୍ଟ କଳା, ସଂସ୍କୃତି,ଐତିହ୍ୟ,ପରମ୍ପରାକୁ ନେଇ ସମୃଦ୍ଧ ଆମ ଓଡିଶା । ଆଜି ପୂର୍ବାହ୍ନରେ ପୁରୀ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ୮୯ ତମ ଓଡ଼ିଶା ଦିବସ ପାଳିତ ହୋଇଥିଲା । ନିମନ୍ତ୍ରିତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ବଳନ ସହ ଶ୍ରୀଜୀଉଙ୍କୁ ଏବଂ ବରପୁତ୍ର ମାନଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରି ସମାରୋହର ଉଦଘାଟନ କରିଥିଲେ । ସ୍ବତନ୍ତ୍ର ଓଡିଶା ଗଠନରେ ପାରଳା ମହାରାଜା, ଉତ୍କଳ ଗୌରବ ମଧୁସୂଦନ, ବ୍ୟାସକବି ଫକୀରମୋହନ, କର୍ମବୀର ଗୌରୀଶଙ୍କର, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ପ୍ରଭୃତି ମନିଷୀମାନଙ୍କ ଅବଦାନ ଓ ସଂଗ୍ରାମ ଅବର୍ଣ୍ଣନୀୟ ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ କହିଛନ୍ତି ଯେ , ଓଡ଼ିଶାର ମନ୍ଦିର ମାଳିନୀ, ପର୍ଯ୍ୟଟନ, କଳା,ସଂସ୍କୃତି, ପର୍ବପର୍ବାଣୀ ବିଶ୍ବରେ ସୁନାମ ଅର୍ଜନ କରିଛି । ଅନ୍ୟ ଭାଷା ପ୍ରତି ଭଲ ପାଇବା ରହିଲେ ମଧ୍ୟ ଆମ ମାତୃଭାଷା ଓଡିଶା ଭାଷାକୁ ସର୍ବାଧିକ ଗୁରୁତ୍ବ ଦେବାକୁ ହେବ । ସେହିପରି ମୁଖ୍ୟବକ୍ତା ଭାବ ଉପଜିଲ୍ଲାପାଳ ଗୋପୀନାଥ କୁଅଁର କହିଛନ୍ତି ଯେ, ଭାଷା ଭିତ୍ତିରେ ଆମ ରାଜ୍ୟ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ଏକ ବିରାଟ ଉପଲବ୍ଧି । ଭାଷାର ସମୃଦ୍ଧି ଓ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ସ୍ବତନ୍ତ୍ର ଓଡିଶା ଗଠନର ଇତିହାସ, ଓଡିଶାର ଐତିହ୍ୟ, ମହାମନିଷୀ ମାନଙ୍କର ଅବଦାନ ଓ ଆଧୁନିକ ଓଡିଶା ସମ୍ପର୍କରେ ଆଲୋକପାତ କରିଥିଲେ ।

ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଅତିଥି ପରିଚୟ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା ଦେଇ ଓଡିଆ ଭାଷା, ଓଡିଶାର ଗାରିମା,ଐତିହ୍ୟ ଓ ଅସ୍ମିତା ସମ୍ପର୍କରେ ମତ ଦେଇଥିଲେ । ସେହିପରି ଗୁରୁ ସତ୍ୟପ୍ରିୟ ମହାପାତ୍ରଙ୍କ ସଂଯୋଜନାରେ ସିଦ୍ଧ ମହାବୀର କଳା ପରିଷଦ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଓ ପରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଅତିଥିମାନେ ସିଂହଦ୍ବାର ସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ......ଉତ୍କଳ ଦିବସ ଉପଲକ୍ଷେ ମୁକ୍ତିଲାଭ କଲା 'ଭାଷା ସଙ୍ଗୀତ' - UTKAL DIVAS


ଆଜି ସକାଳୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୌରପାଳିକା, ବିଡ଼ିଓ ସଦରଙ୍କ ସହଯୋଗରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ସେପଟେ ଓଡ଼ିଶା ଦିବସ ଅବସରରେ ପୁରୀ ସାକ୍ଷୀଗୋପାଳ ସୁଆଣ୍ଡୋରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details