ଓଡିଶା

odisha

ETV Bharat / state

ପିପିଲିର ନିଆରା ପରମ୍ପରା, କୁମାର ପୂର୍ଣ୍ଣିମାରେ କଣ୍ଢେଇ ବିବାହ

ସମାଜକୁ ବାର୍ତ୍ତା ଦେବାକୁ ନିଆରା ପ୍ରୟାସ । କୁମାର ପୂର୍ଣ୍ଣିମାରେ ହୁଏ କଣ୍ଢେଇ ବିବାହ । ଦୁଇ ଝିଅଙ୍କୁ ବିବାହ କରାଯାଏ ।

By ETV Bharat Odisha Team

Published : 4 hours ago

Updated : 3 hours ago

Kandhei Marriage
Kandhei Marriage (ETV Bharat Odisha)

ନିମାପଡା: ବାଜୁଛି ଡିଜେ, ଚାଲିଛି ମନ୍ତ୍ରପାଠ । ବୈଦିକ ରୀତିନୀତି ହେଉଛି ବିବାହ । ଆଉ ଗାଁଲୋକଙ୍କ ପାଇଁ ହୋଇଛି ଭୋଜି ଭାତର ଆସର । ପୂରା ଗାଁ ବାହାଘରରେ ଝୁମି ଉଠୁଛି । ଭାବୁଛନ୍ତି କି ବିନା ବିବାହ ତିଥିରେ କେଉଁଠି ଚାଲିଛି ଏମିତି ବିବାହ । ଆୟୋଜନ ସତ ହେଲେ । କୁମାର ପୂର୍ଣ୍ଣିମାରେ ଚାଲିଛି କଣ୍ଢେଇ ବିବାହ । ଏମିତି ଏକ ନିଆରା ବିବାହ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଭାରତୀପୁର ଗ୍ରାମରେ । ସାମାଜିକ ବାର୍ତ୍ତା ଦେବାକୁ ଏଭଳି ବିବାହର ଆୟୋଜନ କରୁଛନ୍ତି ଗାଁ ଲୋକେ ।

କୁମାର ପୂର୍ଣ୍ଣିମାରେ କଣ୍ଢେଇ ବିବାହ:

Kandhei Marriage (ETV Bharat Odisha)

କୁଆରୀ ଝିଅ ମାନେ ସକାଳୁ ସୂର୍ଯ୍ୟ ପୂଜା ରୀତିନୀତିରେ ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟାରେ ହୁଏ କଣ୍ଢେଇ ବାହାଘର । କଣ୍ଢେଇ ବାହାଘର ଅର୍ଥ ଦୁଇ କୁମାରୀଙ୍କ ମଧ୍ୟରେ ବିବାହ କରାଯାଏ । ଲକ୍ଷ୍ମୀ ପୂରାଣନୁସାରେ ଯେଉଁ ଦିନ ଲକ୍ଷ୍ମୀ ନାରାୟଣଙ୍କ ବିବାହ ତିଥି ଥାଏ ଉକ୍ତ ଦିନ ଗ୍ରାମର ଦୁଇଜଣ କୁମାରୀ କନ୍ୟାଙ୍କ ମଧ୍ୟରେ ବୈଦିକ ରିତୀନୀତିନୁସାରେ ବିବାହ କାର୍ଯ୍ୟ ହୋଇଥାଏ ।

ରୀତିନୀତିରେ ହୁଏ ବିବାହ:

Kandhei Marriage (ETV Bharat Odisha)

ବରପକ୍ଷ ଶୋଭାଯାତ୍ରାରେ ଆସି କନ୍ୟା ଘରେ ପହଁଚିବା ପରେ ଆରମ୍ଭ ହୋଇଥାଏ ବିବାହ କାର୍ଯ୍ୟ । ବୈଦିକ ରୀତି ଭଳି ଦୁଇ ଜଣ ଝିଅଙ୍କ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଵନ୍ଦାପନା ମଧ୍ୟ କରାଯାଇ ଥାଏ ନବ ବଧୁଙ୍କୁ । କୁମାରୀ ଝିଅ ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇ ଥିବା ଭୋଜିରେ ଆପାୟିତ ହୋଇଥାନ୍ତି ସମସ୍ତେ । ଏହି ନିଆରା ଉତ୍ସବରେ ସାମିଲ ହେବା ପାଇଁ ବନ୍ଧୁ ଵର୍ଗଙ୍କୁ ନିମନ୍ତ୍ରଣ କରାଯାଇଥାଏ ।

ଯୌତୁକ ପ୍ରଥା ବନ୍ଦ ପାଇଁ ବାର୍ତ୍ତା:

Kandhei Marriage (ETV Bharat Odisha)

ବିଶେଷ କରି ସମାଜର କଳୁଷିତ ଯୌତୁକ ପ୍ରଥା ବନ୍ଦ କରିବା ଏହି କଣ୍ଡେଇ ବିବାହ ହୁଏ । ଗ୍ରାମର ଝିଅ ମାନେ ଏକାଠି ହୋଇ ଗତ ଦଶ ବର୍ଷଧରି କରି ଆସୁଥିଲା ବେଳେ ଯୌତୁକ ବିନା ବିବାହ ସମ୍ଭବ ମୁଖ୍ୟ ଉଦ୍ଦେଶ୍ୟ ରଖି ଏହି ପରମ୍ପରାକୁ ଉଜ୍ଜୀବିତ ରଖିଛନ୍ତି । ଭାରତୀପୁର ଗ୍ରାମର ଝିଅଙ୍କ ଏହି ପ୍ରୟାସ ନୂଆ ସମାଜ ଗଠନରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଆଡମ୍ବରରେ ପାଳନ ହୁଏ କୁମାର ପୂର୍ଣ୍ଣିମା:

Kandhei Marriage (ETV Bharat Odisha)

କୁମାର ପୂର୍ଣ୍ଣମୀ କୁମାରୀ ମାନଙ୍କର ବଡ଼ ପର୍ବ। କୁମାର ପୂର୍ଣ୍ଣମୀ ପାଇଁ ଗାଁ ଠାରୁ ସହର ସବୁ ଆଡେ ଚଳଚଞ୍ଚଳ। କୁମାରୀ କନ୍ୟା ମାନେ କେତେ ଆଶା ଓ ସ୍ଵପ୍ନ ନେଇ ଚାହିଁ ରହିଥାନ୍ତି ଏହି ଦିନଟିକୁ । ଆଶା ଜୀବନରେ ଭଲ ଜିବନ ସାଥୀଟିଏ ପାଇବେ, ସେଥିପାଇଁ ଭୋରୁ ନିତ୍ୟକର୍ମ ସାରି ସୂର୍ଯ୍ୟଦେବତାଙ୍କ ନିକଟରେ ଲିଆ ଆଞ୍ଜୁଳି ଟେକିବା ସହିତ ସଂଧ୍ୟା ସମୟରେ ଚନ୍ଦ୍ର ପୂଜା କରିବା ସହିତ ସଂଧ୍ୟ୍ୟାରେ ଅନୁଷ୍ଠିତ ହୋଇଥାଏ କୁମାରୀ ବିବାହ ।

ଏହା ମଧ୍ୟ ପଢନ୍ତୁ:

କୁମାର ପୂର୍ଣ୍ଣିମାରେ ଜମିଲା ତାସ ଖେଳର ଆସର

କୁମାର ପୂର୍ଣ୍ଣମୀରେ ନିଆରା କୋଠି ପୂଜା, ନାଚଗୀତରେ ଦୁଲୁକୁଛି ଗାଁ

କୁଆଁରୀମାନେ କାହିଁକି ପାଳନ କରନ୍ତି 'ଜହ୍ନିଓଷା' ? ଆସନ୍ତୁ ଜାଣିବା...

କାହିଁକି ଆସୁଛି ସମ୍ପର୍କରେ ଫାଟ, ଭୁଶୁଡ଼ି ପଡୁଛି ସାତଜନ୍ମର ସମ୍ପର୍କ - why Divorce rates surge

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସମାଜସେବୀ ମୀରା ପରିଡା କହିଛନ୍ତି, ଏହା ମୋ ପାଇଁ ସୌଭାଗ୍ୟ ବିଷୟ । ଏଠି କଣ୍ଢେଇ ବିବାହ ହୁଏ । ଦୁଇଟି ଝିଅ ମଧ୍ୟରେ ବାହାଘର ଘର । ବିଗତ 9 ବର୍ଷ ପିଲାମାନେ ଏହି ବିବାହ ଉତ୍ସବ ପାଳନ କରିଆସୁଛନ୍ତି ।

ଇଟିଭି ଭାରତ, ନିମାପଡା

Last Updated : 3 hours ago

ABOUT THE AUTHOR

...view details