ଅନୁଗୋଳ:ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ତଥା ତଥା ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ପତ୍ନୀଙ୍କ ସହ ଆସି ମା'ଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଦେଶ ବିକଶିତ ହେବା ପାଇଁ ମା'ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
ପୁଣି ମା'ଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି (ସୋମବାର) ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ମା' ହିଙ୍ଗୁଳା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ରଙ୍କ ସହ ଉପସ୍ଥିତ ଥିଲେ ପତ୍ନୀ ମୃଦୁଳା ଠାକୁର ପ୍ରଧାନ । ପତ୍ନୀଙ୍କ ସହ ଆସି ମା'ଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି ଧର୍ମେନ୍ଦ୍ର । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଆମ ଦେଶ ବିକଶିତ ଭାରତ ହେଉ । ଓଡ଼ିଆ ଅସ୍ମିତା ବଜୟୀ ରହୁ । ରାଜ୍ୟର ଉନ୍ନତି ହେଉ । ହିଙ୍ଗୁଳା ମା' କେଉଁ ଆବାହନ କାଳରୁ ପୂଜା ପାଉଛନ୍ତି । ପାକିସ୍ତାନରେ ମଧ୍ୟ ମା'ଙ୍କ ମନ୍ଦିର ରହିଛି । ଆମ ଶ୍ରୀକ୍ଷେତ୍ରର ରୋଷ ଘରର ଠାକୁରାଣୀ ମା' ସମସ୍ତଙ୍କ ମଙ୍ଗଳ କରନ୍ତୁ ।" ତେବେ ଧର୍ମେନ୍ଦ୍ର ଓ ପତ୍ନୀ ମୃଦୁଳା ଠାକୁର ପ୍ରଧାନଙ୍କ ସହ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଓ ତାଳଚେର ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ ।