ଓଡିଶା

odisha

ETV Bharat / state

ସମ୍ବଲପୁରେ ଦଶହରା ବୁଲିଲେ, ରାବଣ ଦହନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ସମ୍ବଲପୁର ଓ ଝାରସୁଗୁଡାରେ ପୂଜା ମଣ୍ଡପ ବୁଲି ଦେବୀ ଦୁର୍ଗାଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ରହ୍ମପୁରରେ ଦଶହରା ବୁଲିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଅଧିକ ପଢନ୍ତୁ

By ETV Bharat Odisha Team

Published : 6 hours ago

DUSSEHRA
DUSSEHRA (ETV BHARAT ODISHA)

ସମ୍ବଲପୁର/ଝାରସୁଗୁଡା/ବ୍ରହ୍ମପୁର:ସମ୍ବଲପୁରରେ ଦଶହରା ବୁଲିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂଜା ମଣ୍ଡପଗୁଡିକରେ ମା'ଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ସହ ରାବଣ ପୋଡ଼ି ଉତ୍ସବରେ ମଧ୍ୟ ସାମିଲ ହୋଇ ରାବଣ ଦହନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦୁର୍ଗା ପୂଜା କେବଳ ଏକ ପର୍ବ ନୁହେଁ ବରଂ ଆମର ସାଂସ୍କୃତିକ ଐତିହ୍ୟର ପ୍ରତୀକ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତକାଲି ଧର୍ମେନ୍ଦ୍ର ସମ୍ବଲପୁର ଓ ଝାରସୁଗୁଡାର ବିଭିନ୍ନ ଅଞ୍ଚଳରେ ବୁଲି ଦୁର୍ଗାପୂଜା ଦେଖିଥିଲେ ।

  • ସମ୍ବଲପୁରରେ ରାବଣ ଦହନ କଲେ ଧର୍ମେନ୍ଦ୍ର ପ୍ରଧାନ:

ସମ୍ବଲପୁରର ଠେଲକୋଲି ଏବଂ ରେଙ୍ଗାଲି ଠାରେ ଦୁର୍ଗାପୂଜା ବୁଲିବା ସହ ଅଇଁଠାପାଲି ଠାରେ ରାବଣ ପୋଡ଼ି ଉତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଧର୍ମେନ୍ଦ୍ର କହିଥିଲେ,'' ଦୁର୍ଗା ପୂଜା କେବଳ ଏକ ପର୍ବ ନୁହେଁ ବରଂ ଆମର ସାଂସ୍କୃତିକ ଐତିହ୍ୟର ପ୍ରତୀକ । ଆମର କଳା, ସଂସ୍କୃତି, ପରମ୍ପରାକୁ ଉଜାଗର କରିବାର ଅନନ୍ୟ ଅବସର । ଦୁର୍ଗା ପୂଜା ସାମାଜିକ ସମରସତାର ଅନନ୍ୟ ବିଭବ । ଆସୁରିକ ଶକ୍ତି ଉପରେ ଦିବ୍ୟଶକ୍ତି, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ । ପ୍ରଭୁ ଶ୍ରୀରାମ, ମା’ ଦୁର୍ଗା ଓ ମା’ ସମଲେଇଙ୍କ ଆଶୀର୍ବାଦରୁ ସମାଜରୁ ଅନ୍ଧକାର ରୂପକ ରାବଣ ବିଲୁପ୍ତ ହେଉ । ମୁଁ ମୋର ନିର୍ବାଚନ ମଣ୍ଡଳୀ ସମ୍ବଲପୁର ମୁଖ୍ୟାଳୟରେ ଦଶହରାରେ ସାମିଲ ହୋଇ ବହୁତ ଖୁସି । ଦେଶ ଓ ରାଜ୍ୟର ଆହୁରି ବିକାଶ ଓ ଉନ୍ନତି ହେଉ । ପ୍ରଭୁ ଶ୍ରୀରାମଚନ୍ଦ୍ର, ସମଲେଶ୍ବରୀ, ମା ଦୁର୍ଗା ଓ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ପ୍ରାର୍ଥନା । ''

ସମ୍ବଲପୁରେ ଦଶହରା ବୁଲିଲେ, ରାବଣ ଦହନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଜନ୍ମମାଟିରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ଆଜିଠୁ 3ଦିନିଆ କେନ୍ଦୁଝର ଗସ୍ତ

ଏହା ମଧ୍ୟ ପଢନ୍ତୁ-ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା

ଏହା ମଧ୍ୟ ପଢନ୍ତୁ-କଟକରେ ଦୁର୍ଗାପୂଜା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ, ମଣ୍ଡପରେ ମା'ଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ

  • ଝରସୁଗୁ଼ଡାରେ ଦଶହରା ବୁଲିଲେ କେନ୍ଦ୍ରମନ୍ତ୍ରୀ:

ଗତକାଲି (ଶନିବାର) ସନ୍ଧ୍ୟା ସମୟରେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ବୁଲିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସମ୍ବଲପୁର ଯିବା ସମୟରେ ଝାରସୁଗୁଡା ଜିଲ୍ଲାର ଶୁକ୍ରବଜାର ପୁଜାମଣ୍ଡପ, ଝଣ୍ଡାଛକ ପୂଜା ମଣ୍ଡପ, ଝାରସୁଗୁଡା ଟାଉନ ପୂଜା ମଣ୍ଡପ ଯାଇ ମା'ଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଚଳିତବର୍ଷ ଝାରସୁଗୁଡା ଜିଲ୍ଲାରେ ମୋଟ 98ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଜଗତଜନନୀ l

DUSSEHRA (ETV BHARAT ODISHA)
  • ବ୍ରହ୍ମପୁରରେ ପୂଜା ମଣ୍ଡପ ବୁଲିଲେ ପରିବହନ ମନ୍ତ୍ରୀ:

ବିଜୟା ଦଶମୀ ଅବସରରେ ବ୍ରହ୍ମପୁର ସହରର ପ୍ରମୁଖ ପୂଜା ମଣ୍ଡପ ପରିକ୍ରମା କରିଥିଲେ ରାଜ୍ୟ ବାଣିଜ୍ୟ, ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗାନ୍ଧୀନଗର ସମେତ ହନୁମାନ ବଜାର ଛକ ସ୍ଥିତ ଦୁର୍ଗାପୂଜା ମଣ୍ଡପ, ଗିରିଜା ଛକ ମଣ୍ଡପ, ପୁରୁଣା ବସଷ୍ଟାଣ୍ଡ, ଟାଟାବେଞ୍ଜ ଛକ ସ୍ଥିତ ଦୁର୍ଗାପୂଜା ମଣ୍ଡପ, ଓଆରଟି କାର୍ଯ୍ୟାଳୟ, ବିଜିପୁର ଛକ ସ୍ଥିତ ପୂଜା ମଣ୍ଡପ ଏବଂ ଗୋସାଇଁ ନୂଆଗାଁ ନେହେରୁ ନଗର ଦୁର୍ଗାପୂଜା ମଣ୍ଡପକୁ ଯାଇ ମା' ଦୁର୍ଗାଙ୍କ ଆଶୀର୍ବାଦ ନେଇଥିଲେ ମନ୍ତ୍ରୀ । ମନ୍ତ୍ରୀଙ୍କ ଏହି ଗ୍ରସ୍ତ ସମୟରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ବିଜେପି ନେତା ବନମାଳୀ ସେଠୀଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

DUSSEHRA (ETV BHARAT ODISHA)

ଇଟିଭି ଭାରତ, ସମ୍ବଲପୁର, ଝାରସୁଗୁଡା ଓ ବ୍ରହ୍ମପୁର

ABOUT THE AUTHOR

...view details