ସମ୍ବଲପୁର:ନିର୍ବାଚନରେ ବିଜୟୀ ହୋଇ ସମ୍ବଲପୁର ସାଂସଦ ହେବା ପରେ ଆଜି ପ୍ରଥମ ଥର ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସହରର ବିଭିନ୍ନ ମନ୍ଦିର ଯାଇ ଦେବ ଦର୍ଶନ କରିଛନ୍ତି । ପ୍ରଥମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଶ୍ଚିମ ଓଡ଼ିଶାର ଅନ୍ୟତମ ଅଷ୍ଟଶମ୍ଭୁ ଭାବରେ ପରିଚିତ ମାନେଶ୍ବରସ୍ଥିତ ମାନଧାତା ବାବା ଶିବ ମନ୍ଦିରକୁ ଯାଇ ମହାଦେବଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ । ଏଥିସହ ମାନଧାତା ମନ୍ଦିର କମିଟି ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।
ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସହରର ବୃକ୍ସହିଲସ୍ଥିତ ଶ୍ରୀରାମ ମନ୍ଦିର, ବୀର ହନୁମାନ ମନ୍ଦିର, ନନ୍ଦପଡାର ବରାଡ଼ ବାଲୁଙ୍କେଶ୍ବର ବାବା ମହାଦେବ ମନ୍ଦିର, ଝାଡୁଆପଡ଼ାର ବ୍ରହ୍ମପୁରା ଶ୍ରୀଜଗନ୍ନାଥ ମନ୍ଦିର, ମନ୍ଦଳିଆର ଶ୍ରୀ ଶ୍ୟାମ ମନ୍ଦିର ଓ ଦାନିପାଲିର ମାଁ ରାମଚଣ୍ଡୀ ମନ୍ଦିରକୁ ଯାଇ ଦେବାଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବିଜେପି କାର୍ଯ୍ୟକର୍ତ୍ତା ଓ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଟ୍ ପରୀକ୍ଷାକୁ ନେଇ ପ୍ରତିକ୍ରିୟା ରଖିଥିଲେ l
ଏହା ମଧ୍ୟ ପଢନ୍ତୁ ....ଦୁର୍ନୀତି ହଟାଇବା ସହ ଧାନ କିଣା କଟନୀ ଛଟନୀ ଉପରେ ଦେବି ଗୁରୁତ୍ୱ: ଖାଦ୍ୟ ଯୋଗାଣ ମନ୍ତ୍ରୀ - KRUSHNA PATRA VISITS DHENKANAL