ଓଡିଶା

odisha

ETV Bharat / state

କଣ୍ଟେନର-ଟ୍ରକ ମୁହାଁମୁହିଁ ଧକ୍କାରୁ ଅଗ୍ନିକାଣ୍ଡ, 2 ଡ୍ରାଇଭର ଜୀବନ୍ତ ଦଗ୍ଧ - SAMBALPUR TRUCK ACCIDENT

ସମ୍ବଲପୁରରେ କପଡା ବୋଝଇ କଣ୍ଟେନର ଓ ଆଇରନ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଜଳିଗଲା ଦୁଇଟି ଗାଡି । ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ ।

By ETV Bharat Odisha Team

Published : 5 hours ago

SAMBALPUR TRUCK ACCIDENT
SAMBALPUR TRUCK ACCIDENT (ETV BHARAT ODISHA)

ସମ୍ବଲପୁର:ମର୍ମନ୍ତୁଦ ସଡକ ଦୁର୍ଘଟଣା । କପଡା ବୋଝଇ କଣ୍ଟେନର ଓ ଆଇରନ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଗଲା ଦୁଇ ଗାଡି । ଏଥିରେ ଉଭୟ କଣ୍ଟେନର ଓ ଟ୍ରକର 2 ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅନ୍ୟ ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ଜଣେ ଗୁରୁତର ଆହତଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଏଭଳି ଘଟଣା ଘଟିଛି ମନକିରା ଥାନା 53 ନମ୍ବର ଜାତୀୟ ରାଜପଥ ବଡକୁଣ୍ଢେଇସରା କଦଳିପାଲ ଛକ ନିକଟରେ ।

  • ଜଳିଗଲେ ଦୁଇ ଡ୍ରାଇଭର:

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ରବିବାର) ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । କପଡ଼ା ବୋଝେଇ କଣ୍ଟେନର ଟ୍ରକ୍ ସମ୍ୱଲପୁର ପଟୁ କଲିକତାକୁ ଯାଉଥିବା ବେଳେ, ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ସହ ସାତଗଛିଆ ଘାଟିରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରୁ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ନିଆଁ ଦୁଇ ଗାଡିରେ ପୁରା ବ୍ୟାପିଯିବାରୁ 2 ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ନିଆଁ ଲାଗିଲା ପରେ ଉଭୟ ଗାଡ଼ିର ଟାୟାର ଓ ଡିଜେଲ ଟାଙ୍କିରେ ବିସ୍ଫୋରଣ ହୋଇଥିଲା । ଜୀବନ ବଞ୍ଚାଇବା ପାଇଁ କଣ୍ଟେନର ଗାଡ଼ିରେ ଥିବା ଜଣେ ହେଲପର ଗାଡିରୁ ଡେଇଁ ଜଙ୍ଗଲ ଭିତରକୁ ପଳେଇ ଯାଇଥିଲା । ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନା ପଠାଯାଇଥିଲା ।

SAMBALPUR TRUCK ACCIDENT (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଜଳିଗଲା 30 ଟନ୍‌ ଡାଲି - truck catches fire

ଏହା ମଧ୍ୟ ପଢନ୍ତୁ-Sambalpur Accident: କୋଇଲା ବୋଝଇ ଟ୍ରକ ଓ 407 ମଧ୍ୟରେ ଧକ୍କା, ଜୀବନ୍ତ ଜଳିଗଲେ ଡ୍ରାଇଭର

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଜମନକିରା ଥାନା ଓ ଗୌଡପାଲି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ 2ଜଣଙ୍କର ମୃତ୍ୟୁ ହେବା ସହ ଉଭୟ ଗାଡିରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

SAMBALPUR TRUCK ACCIDENT (ETV BHARAT ODISHA)

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details