ଭୁବନେଶ୍ବର: ରାଜଧାନୀରୁ ମନ୍ଦିର ଚୋରିର ଖଳନାୟକ ଗିରଫ । ଦୁଇ ଭାଇଙ୍କୁ ଗିରଫ କଲା କମିସନରେଟ ପୋଲିସ । ଠାକୁରଙ୍କ ମୂର୍ତ୍ତି ସହ ପୂଜା ସରଞ୍ଜାମ ଓ ଅଳଙ୍କାର ଜବତ । ବାଲିପାଟଣା ଥାନା ଅଞ୍ଚଳରେ ଏକାଧିକ ମନ୍ଦିର ଚୋରିରେ ଥିଲେ ସାମିଲ । ଗିରଫ ପରେ ଚୋରି ଜିନିଷ କିଣୁଥିବା ଦୋକାନୀ ମଧ୍ୟ ଗିରଫ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର । ଗତ ୪-୫ ତାରିଖ ରାତିରେ ପୋଲିସ ପାଟ୍ରୋଲିଂ ବେଳେ ଦୁଇ ଭାଇଙ୍କୁ ଠାବ କରିଥିଲା ପୋଲିସ । ଗିରଫ ଦୁଇ ଜଣ ହେଲେ ଜଗତସିଂହପୁର ଜିଲ୍ଲାର ବରଦା ପ୍ରସାଦ ଆଚାର୍ଯ୍ୟ ଓ ଅନ୍ନଦା ପ୍ରସାଦ ଆଚାର୍ଯ୍ୟ ।
ନନା ବେଶରେ ଚୋରି କରୁଥିଲେ:
ଘରେ ଗାତ କରି ଲୁଚାଇଥିଲେ ଚୋରି ଜିନିଷ:
ଚୋରି ପରେ ଜିନିଷ ଆଣି ଘରେ ପ୍ରଥମେ ଲୁଚାଇଥିଲେ । ଘର ଭିତରେ ମାଟି ତଳେ ଗାତ କରି ଲୁଚାଇ ଦେଉଥିଲେ । ପୋଲିସ ଚୋରି ସାମଗ୍ରୀ ଜବତ ବେଳେ ମାଟି ତଳୁ ଏସବୁ ସାମଗ୍ରୀ ଠାବ ହୋଇଥିଲା । ଯେଉଁଥିରେ ଅନେକ ଦାମି ଜିନିଷ ଯେପରିକି ଠାକୁରଙ୍କ ଅଳଙ୍କାର ରହିଛି ।
ଜଗତସିଂହପୁର ଆସି ରାଜଧାନୀରେ ଚୋରି:
ବିଶେଷ କରି ଏମାନେ ପାଖାପାଖି ୧୦ରୁ ୧୨ଟି ମନ୍ଦିରରେ ଚୋରି କରୁଥିବା ପୋଲିସ ହାତରେ ସୂଚନା ଲାଗିଛି । ବାଲିପାଟଣା ଥାନା ଅଞ୍ଚଳରେ ମନ୍ଦିରର ଚୋରି ଅଭିଯୋଗରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଚୋରି ଜିନିଷ ଜବତ ବେଳେ ଜଗତସିଂହପୁର ଅଞ୍ଚଳର କିଛି ମନ୍ଦିରର ମଧ୍ୟ ଚୋରି କରିଥିବା ଜଣାପଡ଼ିଛି । ପୋଲିସ ଜାଣିବାକୁ ପାଇଛି ଏମାନେ ଜଗତସିଂହପୁର ଥାନା ଅଞ୍ଚଳରୁ ଆସି ବାଲିପାଟଣା, ବାଲିଅନ୍ତା ଏବଂ ନିଆଳି ଅଞ୍ଚଳରେ ମଧ୍ୟ ଚୋରି କରୁଥିଲେ ।