ଓଡିଶା

odisha

ETV Bharat / state

ଘରୋଇ ବିବାଦକୁ କେନ୍ଦ୍ର କରି ବୀଭତ୍ସ ହତ୍ୟା, ଦାଦାକୁ କଟୁରୀରେ ହାଣିଲେ ଦୁଇ ପୁତୁରା - Nephew killed Uncle - NEPHEW KILLED UNCLE

Nephew killed Uncle: ମୟୂରଭଞ୍ଜରେ ବୀଭତ୍ସ ହତ୍ୟାକାଣ୍ଡ । ଦାଦାକୁ କଟୁରୀରେ ହତ୍ୟା କଲେ ଦୁଇ ପୁତୁରା । ଦୁଇ ଜଣଙ୍କୁ ଗିରଫ କରି ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

Nephew killed Uncle
Nephew killed Uncle

By ETV Bharat Odisha Team

Published : Apr 8, 2024, 12:39 PM IST

ରାଇରଙ୍ଗପୁର: ପାରିବାରିକ ସମ୍ପର୍କରୁ ଗଡିଲା ମୁଣ୍ଡ । ରାଗ ଆଗରେ ତୁଚ୍ଛ ହେଲା ସମ୍ପର୍କ । ପାରିବାରିକ ବିବାଦକୁ ନେଇ ବୀଭତ୍ସ ହତ୍ୟା । ପୁତୁରାର ଆକ୍ରମଣରେ ଚାଲିଗଲା ଦାଦାର ଜୀବନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ କଲୋନୀ ସାହି ଗ୍ରାମରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ । ନିଜ ଦାଦାକୁ କଟୁରୀରେ ହାଣି ହତ୍ୟା କରିଛନ୍ତି ଦୁଇ ପୁତୁରା । ଗତକାଲି(ରବିବାର) ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ମୃତକ ଜଣଙ୍କ ହେଲେ କୋଲୋନୀ ସାହି ଗ୍ରାମର ରବୀନ୍ଦ୍ର ତିରିଆ । ପୋଲିସ ଦୁଇ ପୁତୁରାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ସମ୍ପର୍କରେ ରକ୍ତର ଛିଟା, ବଡ ବାପାକୁ ପନିକିରେ ହାଣିଦେଲା ପୁତୁରା

ସୂଚନା ଅନୁଯାୟୀ, କପ୍ତିପଦା ଥାନା ଅନ୍ତର୍ଗତ କୋଲୋନୀ ସାହି ଗ୍ରାମର ରବୀନ୍ଦ୍ର ତିରିଆ ଓ ତାଙ୍କ ଦୁଇ ପୁତୁରାଙ୍କ ସହିତ ଦୀର୍ଘ ଦିନ ଧରି ପାରିବାରିକ ବିବାଦ ଲାଗି ରହିଥିଲା । ତେବେ ଗତକାଲି ସନ୍ଧ୍ୟା ସମୟରେ ପାରିବାରିକ ବିବାଦକୁ ନେଇ ରବୀନ୍ଦ୍ର ଓ ତାଙ୍କ ଦୁଇ ପୁତୁରା ରାଜେନ୍ଦ୍ର ତିରିୟା ଓ କାହ୍ନୁ ଚରଣ ତିରିୟାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଏହି ଝଗଡା ଉଗ୍ରରୂପ ନେଇଥିଲା । ଉତ୍ୟକ୍ତ ହୋଇ ଦୁଇ ପୁତୁରା ଏକ ଠେଙ୍ଗା ଓ କଟୁରୀ ସାହାଯ୍ୟରେ ନିଜ ଦାଦା ରବୀନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ରବୀନ୍ଦ୍ରଙ୍କ ପ୍ରାଣ ଚାଲିଯାଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା । ତେବେ ପଡୋଶୀ ଲୋକ ଏହା ଜାଣି ପୋଲିସକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ପୁରୀରେ ଗଡିଲା ମୁଣ୍ଡ, ଜମିବାଡ଼ି ବିବାଦରୁ ଦାଦାକୁ ହାଣିଲା ପୁତୁରା !

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜେନ୍ଦ୍ର ତିରିୟା ଓ କାହ୍ନୁଚରଣ ତିରିଆଙ୍କୁ ଗିରଫ କରିଛି । ଏଥି ସହିତ ହତ୍ୟାରେ ବ୍ୟବହୃତ କଟୁରୀ ଏବଂ ଠେଙ୍ଗାକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ କେଉଁ ପରିବାରିକ କାରଣ ପାଇଁ ଏଭଳି ବିଭତ୍ସ ହତ୍ୟା ହେଲେ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details