ବୌଦ୍ଧ: ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ । KKBN ସଂଗଠନର ଦୁଇ ମାଓବାଦୀ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ନେଇ ଆତ୍ମସମର୍ପଣ କଲେ । ତେବେ ଦୁଇ ମାଓବାଦୀ ହେଲେ ମନିଷା ଥାଟି ଏବଂ ଚମ୍ପା କୋରାମ । ଏମାନେ ଛତିଶଗଡ ବିଜାପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଜୟ ନାରାୟଣ ପଙ୍କଜ ବୌଦ୍ଧ ପୋଲିସ ମୁଖ୍ୟାଳୟରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ବୌଦ୍ଧ ଜିଲ୍ଲାରେ ସକ୍ରିୟ ହୋଇ ଉଠିଛନ୍ତି ଲାଲ୍ ବାହିନୀ । ବୌଦ୍ଧ ଜିଲ୍ଲାର କନ୍ଧମାଳ ଜିଲ୍ଲାକୁ ସଂଲଗ୍ନ ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଗତ କିଛି ମାସ ହେଲା KKBN ମାଓ ଡିଭିଜନ ସମ୍ପୂର୍ଣ୍ଣ ସକ୍ରିୟ ହୋଇ ଉଠିଥିବା ସୂଚନା ମିଳିଛି । ଗତ ଦୁଇ ମାସ ମଧ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପୋଲିସ କେତେକ ମାଓ କ୍ୟାମ୍ପ ଧ୍ୱଂସ କରିବାରେ ସଫଳତା ପାଇଛି । ତେବେ ଜିଲ୍ଲାରେ ବୃଦ୍ଧି ପାଉଥିବା ମାଓବାଦୀଙ୍କ ଗତିବିଧି ଉପରେ ଜିଲ୍ଲା ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ମାଓବାଦୀଙ୍କ ଗତିବିଧି ସକ୍ରିୟ ଥିବା ଅଞ୍ଚଳରେ ଜନ ମୈତ୍ରୀ ଅଭିଯାନ ମାଧ୍ୟମରେ ସ୍ଥାନୀୟ ଅଧିବାସୀଙ୍କୁ ସଚେତନ କରୁଛି ।