ଓଡିଶା

odisha

ମେଟାଲିକ୍ସ କମ୍ପାନୀରେ ଭୟଙ୍କର ଦୁର୍ଘଟଣା, ୨ମୃତ, ୫ ଗୁରୁତର - Mishap At OMPL Plant

By ETV Bharat Odisha Team

Published : Sep 17, 2024, 9:23 PM IST

Mishap At OMPL Plant: ଝାରସୁଗୁଡ଼ାର ଏକ କାରଖାନାରେ ଦୁର୍ଘଟଣା । ୨ ଶ୍ରମିକ ମୃତ ଓ ୫ ଜଣ ଗୁରୁତର ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

Mishap At OMPL Plant
Mishap At OMPL Plant (ETV Bharat Odisha)

ଝାରସୁଗୁଡ଼ା: କାରଖାନାରେ ବଡ଼ ଧରଣର ଦୁର୍ଘଟଣା । ଝାରସୁଗୁଡ଼ା ସହର ଉପକଣ୍ଠରେ ଥିବା ଓଡ଼ିଶା ମେଟାଲିକ୍ସରେ ଘଟିଛି ଭୟଙ୍କର ଦୁର୍ଘଟଣା । କାରଖାନାରେ ଭେନିଫିକେସନ ଫିଲ୍ଟର ପ୍ରେସ ସାଇଡ୍ ଭୁଶୁଡ଼ି ପଡ଼ିବା ଫଳରେ ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ୫ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Mishap At OMPL Plant (ETV Bharat Odisha)

କେମିତି ହେଲା ଦୁର୍ଘଟଣା:

ସୂଚନା ଅନୁସାରେ, ଝାରସୁଗୁଡା ବୁଡ଼ିପଦର ସ୍ଥିତ ଓଡ଼ିଶା ମେଟାଲିକ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଆଜି ଦିନ ପ୍ରାୟ ୧୧ଟା ପାକାପାଖି ସମୟରେ କିଛି ଶ୍ରମିକ କାମ କରୁଥିଲେ । ଏହି ସମୟରେ କାରଖାନାରେ ଭେନିଫିକେସନ ଫିଲ୍ଟର ପ୍ରେସ ସାଇଡର ଏକ ମେଟାଲ ପ୍ଲେଟ ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ଫଳରେ ଏହା ଭିତରେ ଅନେକ ଶ୍ରମିକ ଫସି ଯାଇଥିଲେ । ସେଠାରୁ ୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ମୃତ ୨ ଜଣ ହେଲେ ଗଞ୍ଜାମ ଜିଲ୍ଲାର ୩୪ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ଜେନା ଓ ଝାଡ଼ଖଣ୍ଡର ୩୯ ବର୍ଷୀୟ ଅଲେଖ ଦେଓ ସାହୁ ।

ଏହା ମଧ୍ୟ ପଢ଼ନ୍ତୁ...ଏନଏଚ-୫୫ରେ ସିରିଜ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର, ଉତ୍ତ୍ୟକ୍ତ ଲୋକଙ୍କ ହାବୁଡରେ ପଡ଼ି ହଟହଟା ହେଲେ ମନ୍ତ୍ରୀ - ROAD ACCIDENT IN DHENKANAL

ପୋଲିସର ତଦନ୍ତ ଜାରି:

ଖବର ପାଇ ଘଟଣାସ୍ଥଳରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲରର ଅଧିକାରୀ ଅର୍ଚ୍ଚନା ଦାସ, ଝାରସୁଗୁଡା SDPO ଉମାଶଙ୍କର ସିଂଙ୍କ ସମେତ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗି ସେମାନଙ୍କୁ ଉଦ୍ଧାର କରିଛନ୍ତି । ମୃତକମାନଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଆହତମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ କାରଖାନାର ଷ୍ଟ୍ରକ୍‌ଚର ଦୁର୍ବଳ ହୋଇଥିବାରୁ ଏଭଳି ଘଟଣା ଘଟିଛି ବୋଲି କାରଖାନାର ଶ୍ରମିକମାନେ କହିଛନ୍ତି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଗଣେଶ ମୂର୍ତ୍ତି ଭସାଣି ବେଳେ ଅଘଟଣ: କେନାଲରେ ଭାସିଯାଇ 2 ଛାତ୍ର ମୃତ, ଦୁଇ ଶିକ୍ଷକ ଉଦ୍ଧାର - 2 STUDENTS DIES

କାହିଁକି ହେଲା ଦୁର୍ଘଟଣା:

ଏନେଇ ସେଠାରେ କାର୍ଯ୍ୟରତ ଥିବା ଜଣେ ଶ୍ରମିକ ରବିନ୍ଦ୍ର ବିଷୋଇ କହିଛନ୍ତି, "ଏମଏସପି ପ୍ଲାଣ୍ଟରେ କାମ କଲା ବେଳେ ମତେ ଜଣେ ଫୋନ କରି ଜଣାଇଲେ ଯେ ଷ୍ଟ୍ରକ୍ଚର ଭୁଶୁଡ଼ି ପଡ଼ିଛି । ଖବର ପାଇ ଆମେ ଉଦ୍ଧାର କରିବା ପାଇଁ ଯାଇଥିଲୁ । ଷ୍ଟ୍ରକ୍ଚର ଓ ଫାଉଣ୍ଡେସନ ଦୁର୍ବଳ ଥିବାରୁ ଏଭଳି ହୋଇଛି । ୨ ଜଣଙ୍କ ମୃତ୍ୟୁ ହୋଇଛି । ୫ରୁ ୬ ଜଣ ଆହତ ହୋଇଛନ୍ତି । ଷ୍ଟ୍ରକ୍ଚର କମଜୋର ହୋଇଥିବାରୁ ଭୁଶୁଡ଼ି ପଡ଼ିଛି ।"

ଏହା ମଧ୍ୟ ପଢ଼ନ୍ତୁ...Train Hits LPG Cylinder: ଟ୍ରାକରେ ରଖା ଯାଇଥିବା ଗ୍ୟାସ ସିଲିଣ୍ଡରକୁ ଧକ୍ଦା ଦେଲା ଏକ୍ସପ୍ରେସ ଟ୍ରେନ୍‌, ଅଳ୍ପକେ ଟଳିଲା ବଡ ଦୁର୍ଘଟଣା - Major Accident Averted

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details