ଭୁବନେଶ୍ବର: ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବଡ ସଫଳତା । ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ପୋଲିସ । ୫ଟି ବନ୍ଧୁକ ସହ ୨୪ ରାଉଣ୍ଡ ଜୀବନ୍ତ ଗୁଳି ଜବତ କଲା ସ୍ପେଶାଲ କ୍ରାଇମ୍ ୟୁନିଟ । ଏ ସମ୍ପର୍କରେ ସୂଚନା ଦେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ଯେ, ନିର୍ବାଚନ ପୁର୍ବରୁ ଏମାନଙ୍କ ଉପରେ ନଜର ରଖିଥିଲା ପୋଲିସ । ନିର୍ବାଚନୀ ମାହୋଲ ଯେପରି ଶାନ୍ତି ଶୃଙ୍ଖଳାର ସହ ହେବ ସେନେଇ ବନ୍ଧୁକ କାରବାର ଉପରେ ମଧ୍ୟ ନଜର ରହିଥିଲା । ଯାହାର ସୁରାକ ଆଧାରରେ ବନ୍ଧୁକ ବେପାରୀଙ୍କୁ ଧରିଛି ସ୍ପେଶାଲ କ୍ରାଇମ ୟୁନିଟ ।
ଜବତ ହୋଇଥିବା ବନ୍ଧୁକ ଭିତରେ ରହିଛି ଗୋଟିଏ ୯ ଏମ ଏମ ପିସ୍ତଲ ସହ ଚାରୋଟି ୭.୫ ଏମ ଏମ ପିସ୍ତଲ । ଚାରି ରାଉଣ୍ଡ ୯ ଏମ ଏମ ଗୁଳି ସହ ୨୦ ରାଉଣ୍ଡ ୭.୫ଏମ ଏମ ଗୁଳି ମଧ୍ୟ ଜବତ କରାଯାଇଛି । । ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଖଣ୍ଡଗିରି ସରକନ୍ତରାର ସୁରଜ ପରିଡା ଓ ବାଲେଶ୍ବର ସୋରୋର କେଶୁପୁରର ତପୁଧର ନାୟକ । ତେବେ ଏମାନଙ୍କ ମାଷ୍ଟର ମାଇଣ୍ଡ ଏବେ ଫେରାର ଅଛି । ବନ୍ଧୁକ ମାଫିଆ ସଞ୍ଜୟ ଖୁଣ୍ଟିଆର ସାନଭାଇ ସୁବ୍ରତ ଖୁଣ୍ଟିଆ ଏହାର ମାଷ୍ଟର ମାଇଣ୍ଡ ବୋଲି ପୋଲିସ କହିଛନ୍ତି । ଏହି ରେଡ୍ ୩ ଟି ସ୍ଥାନ ରେ ଯଥା ତମାଣ୍ଡୋ, ହଂସପାଳ ଓ ଶଙ୍କତାରା ରେ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ...ରାଜଧାନୀରେ ଖେଳିଲେ ରକ୍ତର ହୋଲି, ନୟାପଲ୍ଲୀ ଗଡ଼ସାହିରେ ବୁଲିଲା ଖଣ୍ଡା - Miscreants Attacks People