ଓଡିଶା

odisha

By ETV Bharat Odisha Team

Published : Mar 11, 2024, 7:24 AM IST

ETV Bharat / state

ଶୁଆକାଟୀ-ଗୁହାଳଡିହି ରେଳପଥକୁ ବିରୋଧ, ୧୮ରେ କେନ୍ଦୁଝର ବନ୍ଦ

Keonjhar Truck Owners Protest:୧୮ରେ କେନ୍ଦୁଝର ବନ୍ଦ ଡାକରା ଦେଲେ ଟ୍ରକ ମାଲିକ ସଂଘ । ଶୁଆକାଟୀ-ଗୁହାଳଡ଼ିହି ରେଳପଥ ସଂଯୋଗ ହେଲେ ୧ଲକ୍ଷରୁ ଉର୍ଦ୍ଧ୍ଵ ବ୍ୟବସାୟୀ ସିଧାସଳଖ ପ୍ରଭାବିତ ହେବା ଅଭିଯୋଗ ।ଅଧିକ ପଢନ୍ତୁ

ଶୁଆକାଟୀ-ଗୁହାଳଡ଼ିହି ରେଳପଥକୁ ବିରୋଧ ,୧୮ରେ କେନ୍ଦୁଝର ବନ୍ଦ
ଶୁଆକାଟୀ-ଗୁହାଳଡ଼ିହି ରେଳପଥକୁ ବିରୋଧ ,୧୮ରେ କେନ୍ଦୁଝର ବନ୍ଦ

ଶୁଆକାଟୀ-ଗୁହାଳଡ଼ିହି ରେଳପଥକୁ ବିରୋଧ ,୧୮ରେ କେନ୍ଦୁଝର ବନ୍ଦ

କେନ୍ଦୁଝର: ଜିଲ୍ଲାରେ ଶୁଆକାଟୀ-ଗୁହାଳଡିହି ନୂତନ ରେଳ ପ୍ରକଲଳ୍ପକୁ ବିବୋଧ । ପ୍ରତିବାଦରେ ୧୮ରେ କେନ୍ଦୁଝର ବନ୍ଦ ଡାକରା ଦେଲେ ଟ୍ରକ ମାଲିକ ସଙ୍ଘ । ଶୁଆକାଟିରୁ ଗୁହାଳଡିହି ପର୍ଯ୍ୟନ୍ତ ପ୍ରସ୍ତାବିତ ରେଳ ସଂଯୋଗ ପ୍ରକଳ୍ପକୁ ବିରୋଧ କରି ଗତକାଲି (ରବିବାର) କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ଆହ୍ଵାନକ୍ରମେ ମଣ୍ଡୁଆସ୍ଥିତ ଜିଲ୍ଲା ସଂସ୍କୃତି ଭବନଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାବାସୀ ଓ ପଡୋଶୀ ଜିଲ୍ଲାବାସୀ ସାଧାରଣତଃ ଟ୍ରକ ବ୍ୟବସାୟକୁ ନିଜର କରି ଜୀବିକା ନିର୍ବାହ କରନ୍ତି । ଜିଲ୍ଲାର ହଜାର ହଜାର ବେକାର ଶିକ୍ଷିତ ଯୁବକ ଚାକିରି ନପାଇ ବ୍ୟାଙ୍କରୁ ଋଣ କରି ଗାଡି ବ୍ୟବସାୟ ଦ୍ବାରା ପରିବାର ପ୍ରତିପୋଷଣ କରିଥାନ୍ତି । ଯଦି ଏହି ପ୍ରସ୍ତାବିତ ରେଳପଥ ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହୁଏ, ତାହେଲେ ହଜାର ହଜାର ଟ୍ରକ ମାଲିକ ସେମାନଙ୍କ ଜୀବିକା ହରାଇବା ନେଇ ଅଭିଯୋଗ କରିଛନ୍ତି । ଯଦି ଶୁଆକାଟୀ-ଗୁହାଳଡିହିକୁ ରେଳ ସଂଯୋଗୀକରଣ କରାଯାଏ, ତାହେଲେ ଜିଲ୍ଲା ଅର୍ଥନୈତିକ ପ୍ରଗତିରେ ପ୍ରତିଦିନ ଆନୁମାନିକ ୮ରୁ ୧୦ କୋଟି ଟଙ୍କାର କ୍ଷତି ହେବା ସହ ବେକାରୀ ସମସ୍ୟା ଦୃତ ଗତିରେ ବଢିବ ବୋଲି ଅଭିଯୋଗ କରିଛନ୍ତି ଟ୍ରକ ମାଲିକ ସଙ୍ଘ । ଏହା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜିଲ୍ଲାର ଲକ୍ଷାଧିକ ଲୋକ ରୋଜଗାର ହରାଇବା ସମ୍ଭାବନା ରହିଛି ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ।

ସେପଟେ ୮ ହଜାରରୁ ଊର୍ଦ୍ଧ୍ୱ ଟ୍ରକ ମାଲିକଙ୍କ ବ୍ୟବସାୟ ବୁଡିବା ସହ ପ୍ରତି ମାଲିକ ହାରାହାରି ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣରେ ବୁଡିବା ସମ୍ଭାବନା ରହିଥିବା କୁହାଯାଇଛି । ଏହାସହ ଟ୍ରକ ଉପରେ ନିର୍ଭର କରି ବଞ୍ଚୁଥିବା ୧ ଲକ୍ଷରୁ ଊର୍ଦ୍ଧ୍ଵ ସମସ୍ତ ଛୋଟ ବଡ଼ ବ୍ୟବସାୟୀ ମଧ୍ୟ ସିଧାସଳଖ ପ୍ରଭାବିତ ହେବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ଜିଲ୍ଲାର କୋଣ ଅନୁକୋଣରେ ଥିବା ଗାଡି ମାଲିକମାନେ ଆର୍ଥିକ ଚାପ ଓ ପରିବାର ବୋଝକୁ ସହି ନପାରି ଜୀବନ ହାରିବା ପରି ଚରମ ପନ୍ଥା ଅବଲମ୍ବନ କରିବା ଆଶଙ୍କା ପ୍ରକଟ କରିଛନ୍ତି ଟ୍ରକ ମାଲିକ ।

ଏହା ମଧ୍ୟ ପଢନ୍ତୁ .....ଶୁଆକାଠି ଗୁହାଲଡ଼ିହି ରେଳ ପ୍ରକଳ୍ପକୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ତେଣୁ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗର ସ୍ଥାୟୀ ସମଧାନ ସହ ପାଇପ ଲାଇନରେ ଖଣିଜ ସାମଗ୍ରୀ ପରିବହନକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି ହୋଇଛି । ଏହି କାର୍ଯ୍ୟକ୍ରମରେ ସଦର ବିଧାୟକ ମୋହନ ଚରଣ ମାଝୀ, ଆଶିଷ ଚକ୍ରବର୍ତ୍ତୀ, କୈଳାସ ଚନ୍ଦ୍ର ପଣ୍ଡା, ସଙ୍ଗୀତା ସିଂହ, ଆଲୋକ ମିଶ୍ର, ସୁରେଶ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details