ଓଡିଶା

odisha

By ETV Bharat Odisha Team

Published : Feb 24, 2024, 9:46 PM IST

ETV Bharat / state

ସୋଲାର ବାଡ଼ ଦେଉନାହିଁ ବନ ବିଭାଗ, ପ୍ରତିବାଦରେ ଗ୍ରାମବାସୀଙ୍କ ଭୋଟ ବର୍ଜନ !

Tribal Villagers Threaten To Boycott Voting: ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅଧୀନରେ ଛୋଟକେଇ ଗାଁରେ ବଣୁଆ ହାତୀ ଓ ଅନ୍ୟ ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ । ଫସଲକୁ ରକ୍ଷା କରିବା ପାଇଁ ସୋଲାର ତାର ବାଡ ନେଇ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି । ଅଧିକ ପଢନ୍ତୁ

ସୋଲାର ବାଡ଼ ଦେଉନାହିଁ ବନ ବିଭାଗ, ପ୍ରତିବାଦରେ ଗ୍ରାମବାସୀଙ୍କ ଭୋଟ୍ ବର୍ଜନ
ସୋଲାର ବାଡ଼ ଦେଉନାହିଁ ବନ ବିଭାଗ, ପ୍ରତିବାଦରେ ଗ୍ରାମବାସୀଙ୍କ ଭୋଟ୍ ବର୍ଜନ

ସୋଲାର ବାଡ଼ ଦେଉନାହିଁ ବନ ବିଭାଗ, ପ୍ରତିବାଦରେ ଗ୍ରାମବାସୀଙ୍କ ଭୋଟ୍ ବର୍ଜନ

ଅନୁଗୋଳ: ଜଙ୍ଗଲ ଅଧିବାସୀଙ୍କ ଭୋଟ ବର୍ଜନ ଧମକ । ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ସବୁ କ୍ଷେତ୍ରରେ ଅବହେଳା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅଧୀନରେ ରହିଛି ରାଜସ୍ବ ଗ୍ରାମ ଛୋଟକେଇ । ପୁରୁଣାକୋଟ ଠାରୁ ଘଞ୍ଚ ଜଙ୍ଗଲ ଭିତରେ ପ୍ରାୟ ୭କିମି ଗଲେ ପଡେ ଛୋଟକେଇ ଗାଁ । କାହିଁ କେଉଁ ଆବାହମାନ କାଳରୁ ୨୦୦ରୁ ଅଧିକ ଆଦିବାସୀ ପରିବାର ଏଠାରେ ବସବାସ କରି ଆସୁଛନ୍ତି । ଧାନ, ପନିପରିବା ଓ ଡାଲି ଜାତୀୟ ଫସଲ ଚାଷକରି ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ କିଛି ବର୍ଷ ହେଲା ବଣୁଆ ହାତୀ ଓ ଅନ୍ୟ ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ ଯୋଗୁ ଆଉ ଫସଲ ହେଉ ନାହିଁ । ତେଣୁ ଲୋକେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ।

ସେହିପରି ବନ ବିଭାଗର କଟକଣା ଯୋଗୁଁ ଗାଁରେ କୌଣସି ଉନ୍ନୟନ ମୂଳକ କାମ ହୋଇ ପାରୁ ନାହିଁ । ତେବେ ଗାଁ ଚାରିପଟେ ସୋଲାର ତାରବାଡ଼ ଲଗାଇ ସେମାନଙ୍କ ଫସଲକୁ ସୁରକ୍ଷା ଯୋଗାଇ ଦେବାକୁ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କୁ ଦାବି କରି ଆସୁଛନ୍ତି । ଏପରିକି ବହୁ ବାର ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ହୋଇ ପାରି ନାହିଁ । ଲୋକେ ଅଭିଯୋଗ କରିଛନ୍ତି ଯେ ଯେଉଁ ଗାଁରେ ଆଦୌ ଫସଲ ହେଉ ନାହିଁ ସେଭଳି ଗାଁ ଚାରିପଟେ ସୋଲାର ତାରବାଡ଼ ଲଗା ଯାଇଛି । କିନ୍ତୁ ଛୋଟକେଇ ଭଳି ଚାଷବାସ ହେଉଥିବା ଗାଁ ପ୍ରତି ବନ ବିଭାଗ ଅବହେଳା କରି ଆସୁଛି । ଚାଷବାସ ହେଉ ନଥିବାରୁ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇ ତଥାପି ବନ ବିଭାଗର ଚେତା ପଶୁନି । ଆଗକୁ ଏହାର ପ୍ରତିବାଦ ସ୍ବରୂପ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ ...'ରାସ୍ତା ନାହିଁ ତ ଭୋଟ ନାହିଁ'; ଗ୍ରାମବାସୀଙ୍କ ଚରମ ନିଷ୍ପତ୍ତି

ଏ ସବୁ ସମସ୍ୟାକୁ ନେଇ ଗାଁରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗାଁର ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ନିଜର ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ । ଯଦି ସୋଲାର ତାର ବାଡ଼ ଦିଆ ଯାଆନ୍ତା ତେବେ ସେମାନଙ୍କ ଫସଲ ସୁରକ୍ଷା ହୋଇ ପାରନ୍ତା । କିନ୍ତୁ ବାରମ୍ବାର ଗୁହାରି କଲେ କେହି ଶୁଣୁ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ବାଧ୍ୟ ହୋଇ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । କିନ୍ତୁ ନିର୍ବାଚନ ପୂର୍ବରୁ ସେମାନଙ୍କ ଦାବି ପୂରଣ ହେଲେ ନିଷ୍ପତ୍ତି ବଦଳାଇବାକୁ ଚିନ୍ତା କରିବେ ବୋଲି ଗ୍ରାମବାସୀ ସ୍ପଷ୍ଟ ଭାବେ କହିଛନ୍ତି । ତେବେ ଏନେଇ ସାତକୋଶିଆ ଡିଏଫଓ କହିଛନ୍ତି ଜଙ୍ଗଲ ଭିତରେ ହାତୀ ଉପଦ୍ରଵ ଗାଁ ଗୁଡିକୁ ଚିହ୍ନଟ କରାଯାଇଛି । ପର୍ଯ୍ୟୟକ୍ରମେ ସୋଲାର ତାରବାଡ଼ ଲଗା ଯାଉଛି । ଛୋଟକେଇ ଗାଁରେ ମଧ୍ୟ ସୋଲାର ତାରବାଡ଼ ଲଗାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details