ଓଡିଶା

odisha

ETV Bharat / state

ବିକାଶର ବାଟ ଓଗାଳୁଛି ଘାଟି ରାସ୍ତା, ସରକାରୀ ଯୋଜନାରୁ ବଞ୍ଚିତ ଜନତା

People Deprived of Basic Amenities in Boudh: ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ସଦର ବ୍ଲକ ଅନ୍ତର୍ଗତ ତିନୋଟି ପଞ୍ଚାୟତରେ ମାଓ ଆତଙ୍କ ସହିତ ଘାଟି ରାସ୍ତାର ଦୁରବସ୍ଥା । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Feb 10, 2024, 5:26 PM IST

Updated : Feb 10, 2024, 8:04 PM IST

ଦୁର୍ଗମ ଅଞ୍ଚଳରେ ବିକାଶର ବାଟ ଓଗାଳୁଛି ଘାଟି ରାସ୍ତା, ସରକାରୀ ଯୋଜନାରୁ ବଞ୍ଚିତ ଲୋକ

ବୌଦ୍ଧ: ମାଓ ଅଧ୍ୟୁଷିତ ପଞ୍ଚାୟତରେ ଏ ଯାଏଁ ପଡିନି ବିକାଶର ପାଦ ଚିହ୍ନ । ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ନା ମିଳୁଛି ସରକାରୀ ଆବାସ ନା ମିଳୁଛି ଭତ୍ତା । ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତିନୋଟି ପଞ୍ଚାୟତ ଯଥା ଶଗଡ଼ା, ଗୁନ୍ଦୁଳିଆ ଓ ଆମ୍ବଝରୀରେ ଅଧିବାସୀ ମାନେ ବିଭିନ୍ନ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ଗୁନ୍ଦୁଳିଆ ପଞ୍ଚାୟତ ସଦରମହକୁମାଠାରୁ ପ୍ରାୟ 30 କିଲୋମିଟର ବଣ ଜଙ୍ଗଲ ଘାଟି ରାସ୍ତା ଅତିକ୍ରମ କଲେ କନ୍ଧମାଳ ଜିଲ୍ଲାକୁ ପହଞ୍ଚି ହୁଏ । ସେହିପରି ଶଗଡ଼ା ପଞ୍ଚାୟତଠାରୁ କନପା, ମାଳତୀ ଗୋଛାପଡା , ସିରାଡି ରାସ୍ତା ଦେଇ ଘାଟି ଅତିକ୍ରମ କଲେ କନ୍ଧମାଳ ଜିଲ୍ଲାରେ ପହଞ୍ଚି ହୁଏ ।

ଶଗଡ଼ା, ଗୁନ୍ଦୁଳିଆ ଓ ଆମ୍ବଝରୀ ପଞ୍ଚାୟତର ଅନେକ ଗ୍ରାମ ବଣଜଙ୍ଗଲ ତଥା ଦୁର୍ଗମ ଅଞ୍ଚଳରେ ରହିଛି । ଏସବୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ଆଦିବାସୀମାନେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ରହି ଆସିଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ, ମହିଳା ଶିଶୁ ବିକାଶ, ଆବାସ, ରାସନ୍, ସାମାଜିକ ସୁରକ୍ଷା ଭଳି ବିଭିନ୍ନ ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି । ବିଶେଷ ଭାବରେ ଏସବୁ ଅଞ୍ଚଳକୁ ବିକାଶରେ ବାଧକ ସାଜିଛି ପାହାଡିଆ ଘାଟି ରାସ୍ତା ।

ଏହା ମଧ୍ୟ ପଢନ୍ତୁ ...ସରକାରୀ ଯୋଜନା ମାଳ ମାଳ, ହିତାଧିକାରୀଙ୍କୁ ମିଳୁନି ସୁଫଳ

ବିଗତ କିଛି ଦିନ ହେବ ଶଗଡ଼ା, ଗୁନ୍ଦୁଳିଆ ଓ ଆମ୍ବଝରୀ ପଞ୍ଚାୟତ ଓ ଆଖପାଖ ଅଞ୍ଚଳରେ କେକେବିଏନ ମାଓ ଡିଭିଜନ ସମ୍ପୂର୍ଣ୍ଣ ସକ୍ରିୟ ହୋଇ ଉଠିଛି । ଯାହା ଫଳରେ ଅଞ୍ଚଳବାସୀ ମାନେ ଏକ ପ୍ରକାରର ବିଚ୍ଛିନ୍ନାଞ୍ଚଳରେ ରହିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଖାସ କରି ସ୍ବାସ୍ଥ୍ୟ ଷେତ୍ରରେ ଏହି ୩ ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଅଞ୍ଚଳ ଦେଇ ପ୍ରବାହିତ କେନ୍ଦୁନାଳ ଫଳରେ ଆମ୍ବୁଲାନ୍ସ ମଧ୍ୟ ଆସି ପାରୁନାହିଁ । ଅଙ୍ଗନବାଡି କର୍ମୀ ମାନେ ମଧ୍ୟ ନିୟମିତ ଆସୁନାହାନ୍ତି । ବେଶୀ ପ୍ରଭାବିତ ହେଉଛନ୍ତି ଗର୍ଭବତୀ ମହିଳା ।

ଆଗରୁ ଏଭଳି ଦୁର୍ଗମ ଅଞ୍ଚଳରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ପାଦ ପଡିନଥିବା ବେଳେ ଗତ ଗୁରୁବାର ଦିନ ବୌଦ୍ଧ ଉପଜିଲ୍ଲାପାଳ ଏଠାକୁ ଗସ୍ତ କରିଛନ୍ତି । ପ୍ରଥମ ଥର ପାଇଁ ପାଦରେ ଚାଲି ଚାଲି ଆସି ମାତାଗାଡୁ ଗ୍ରାମ ରେ ପହଞ୍ଚି ସ୍ଥାନୀୟ ଗରିବ ଆଦିବାସୀ ଙ୍କ ସହିତ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ ଓ ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଏସବୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ହିତାଧିକାରୀଙ୍କ ପାଇଁ ଜଙ୍ଗଲ ରାସ୍ତା ସବୁଠାରୁ ବେଶୀ ଦୁଃଖ ଦେଉଛି । ଏନେଇ ବୌଦ୍ଧ ବନଖଣ୍ଡ ଅଧିକାରୀ ମନରେଗା ଯୋଜନା ମାଧ୍ୟମରେ ଏଭଳି ଜଙ୍ଗଲ ରାସ୍ତାର ଉନ୍ନତି କରାଯିବ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : Feb 10, 2024, 8:04 PM IST

ABOUT THE AUTHOR

...view details