ନିଆଳି: ବିଭିନ୍ନ ଐତିହାସିକ ମନ୍ଦିର ଗୁଡ଼ିକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କ ଅଣ୍ଟା ଭିଡିଛନ୍ତି । ଏଥି କ୍ରମରେ କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶୋଭନେଶ୍ବର ମନ୍ଦିର ପର୍ଯ୍ୟଟକ ମାନ୍ୟତା ପାଇଁ ଆରମ୍ଭ ହୋଇଛି ଉଦ୍ଯମ । ଆଜି(ଶୁକ୍ରବାର)କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଓ ନିଆଳି ବିଧାୟକ ଛବି ମଲ୍ଲିକ ପ୍ରଥମେ ଶୋଭନେଶ୍ବର ମନ୍ଦିର ପରିଦର୍ଶନ ଓ ସମୀକ୍ଷା ପରେ ନିଆଳି ଅଞ୍ଚଳର ଅନ୍ୟ ଐତିହାସିକ ମନ୍ଦିର ପରିଦର୍ଶନ କରିଛନ୍ତି ।
ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇଁ ସମୀକ୍ଷା:
ସମୀକ୍ଷା କଲେ ଜିଲ୍ଲାପାଳ (ETV Bharat Odisha) ଐତିହାସିକ ମନ୍ଦିର ଗୁଡ଼ିକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଏବେ ଆରମ୍ଭ ହୋଇଛି ସମୀକ୍ଷା । ବିଭିନ୍ନ ମନ୍ଦିର ଗୁଡ଼ିକୁ କେଉଁ ଶତାବ୍ଦୀର ଏବଂ କାରୁକାର୍ଯ୍ୟ ଓ ସ୍ଥିତିର ସମୀକ୍ଷା କରାଯାଉଛି । ଆଜି ପ୍ରଥମେ କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରାଚୀତଟ ପ୍ରସିଦ୍ଧ ଶୈବପୀଠରେ ପହଞ୍ଚି ସମୀକ୍ଷା କରିଥିଲେ ଜିଲ୍ଲାପାଳ ଓ ବିଧାୟକ ।
ସମୀକ୍ଷା କଲେ ଜିଲ୍ଲାପାଳ (ETV Bharat Odisha) କେଉଁ କେଉଁ ମନ୍ଦିର ପରିଦର୍ଶନ କଲେ ଜିଲ୍ଲାପାଳ ?
ଜିଲ୍ଲାପାଳ ନିଆଳି ଅଞ୍ଚଳର ମାଧବାନନ୍ଦ ଜୀଉଙ୍କ ପୀଠ,କୃଷ୍ଣ ପ୍ରସାଦ ଅଙ୍ଗେଶ୍ବର,ନିର୍ଭରଣ ଗ୍ରାମେଶ୍ବର ଓ ଷଢାଶ ତ୍ରିଲୋଚନଶ୍ବର ଆଦି ପରିଦର୍ଶନ କରିଥିଲେ । ଏହା ସହ ଅନ୍ୟ ଐତିହ୍ୟ ମନ୍ଦିର ସ୍ଥଳ ପରିଦର୍ଶନ କରିବାକୁ ଯାଇଥିଲେ ।
ସରକାରଙ୍କ ନିର୍ଦ୍ଦେଶରେ ଚାଲିଛି ପରିଦର୍ଶନ:
ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ପହଞ୍ଚି ସମୀକ୍ଷା କରି କହିଛନ୍ତି," ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅଛି ନିଆଳି ଅଞ୍ଚଳରେ ୪/୫ ତୀର୍ଥ ରହିଛି । ମିଳିତ ପରିଦର୍ଶନ କରିବା ସହିତ ଲୋକଙ୍କ ସହିତ କଥା ହେବା ପରେ ରାଜ୍ଯ ସରକାରଙ୍କୁ ଜଣାଇବୁ । ରାଜ୍ୟ ସରକାର ତା' ଉପରେ ନିଷ୍ପତ୍ତି ନେବେ ।’
ଶହେରୁ ଊର୍ଦ୍ଧ୍ବ ପ୍ରକାର ବ୍ୟଞ୍ଜନରେ ଆପ୍ୟାୟିତ ହେଲେ ସିଦ୍ଧ ଜଗନ୍ନାଥ
କୋଣାର୍କ ମନ୍ଦିରରୁ ବାଲି କଢ଼ାଯିବା ନେଇ ସ୍ଥିତି ଅନୁଧ୍ୟାନ କଲା ASI ଟିମ୍
ବ୍ରହ୍ମପୁର ଗ୍ରସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ମା' ତାରାତାରିଣୀଙ୍କ କଲେ ଦର୍ଶନ
ପୁରୀରେ ରାଷ୍ଟ୍ରପତି: ବଡ଼ଦାଣ୍ଡରେ ଚାଲିଲେ, ମହାପ୍ରଭୁଙ୍କ ଆଶିଷ ନେଲେ
ଶୋଭେନେଶ୍ବର ମନ୍ଦିର (ETV Bharat Odisha) ଶୋଭନେଶ୍ବର ମନ୍ଦିରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ଅନୁରୋଧ କରିଛୁ:
ସେହିପରି ନିଆଳି ବିଧାୟକ ଛବି ମଲ୍ଲିକ କହିଛନ୍ତି,‘ଆମେ ସରକାରଙ୍କୁ ଜଣାଇବା ପରେ ଆଜି ଜିଲ୍ଲାପାଳ ଆସିଥିଲେ । ଜିଲ୍ଲାପାଳ ନିଜେ ପରିଦର୍ଶନ ସହିତ ସମୀକ୍ଷା କରୁଛନ୍ତି । ଶୋଭନେଶ୍ବର ମନ୍ଦିର ସମ୍ମୁଖ ଏବଂ ଚର୍ତୁପାର୍ଶ୍ବରେ ଦଖଲ ମୁକ୍ତ ହେବ । ଶୋଭନେଶ୍ବର ମନ୍ଦିରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛୁ । ଆଜି ନିଆଳି ଅଞ୍ଚଳର କେତେକ ଐତିହାସିକ ମନ୍ଦିର ଅଛି ପରିଦର୍ଶନ କରିବେ । ଉନ୍ନତି କରଣ ପାଇଁ କାର୍ଯ୍ୟକ୍ରମ ଚାଲିଛି । ପରେ କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ଐତିହାସିକ ମନ୍ଦିର ଚିହ୍ନଟ କରାଯିବା ପାଇଁ ଉଦ୍ୟମ କରାଯିବ ।’
ଇଟିଭି ଭାରତ, ନିଆଳି