ETV Bharat / state

‘ଦୁର୍ନୀତି କଲେ କାର୍ଯ୍ୟାନୁଷ୍ଠାନ’: 6 ମାସରେ 6 ନିଯୁକ୍ତି ମେଳା, 20 ହଜାରରୁ ଊର୍ଦ୍ଧ୍ବ ଚାକିରି - JOB FAIR

ଲୋକସେବା ଭବନରେ ଆୟୋଜିତ ହୋଇଛି ନିଯୁକ୍ତି ମେଳା । ନିଯୁକ୍ତି ପାଇଲେ 376 ଜଣ । କର୍ତ୍ତବ୍ୟ ପ୍ରତି ଅନୁରକ୍ତ ରହିବାକୁ ଓ ଦୁର୍ନୀତିକୁ ପ୍ରଶୟ ନଦେବାକୁ ପରାମର୍ଶ ।

ନିଯୁକ୍ତି ମେଳା
ନିଯୁକ୍ତି ମେଳା (ETV Bharat Odisha)
author img

By ETV Bharat Odisha Team

Published : Dec 13, 2024, 8:21 PM IST

ଭୁବନେଶ୍ବର: ‘ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି କଲେ ଏଣିକି ହେବ କଡ଼ା କର୍ଯ୍ୟାନୁଷ୍ଠାନ । ଯିଏ ଦୁର୍ନୀତିରେ ସମ୍ପୃକ୍ତ ଥିବେ ସେମାନଙ୍କୁ ଜେଲ ଓ ଅର୍ଥ ଦଣ୍ଡ ଭୋଗିବାକୁ ପଡିବ । ଦୁର୍ନୀତି କଲେ 1 କୋଟି ଜୋରିମାନା ସହ ଓ 10 ବର୍ଷ ଜେଲ ବ୍ୟବସ୍ଥା ରହିଛି ।’ ଏଭଳି ଢଙ୍ଗରେ ଆଜି ଚେତେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ନିଯୁକ୍ତି ପାଇଲେ 376 ଜଣ:

ଦୁର୍ନୀତି କଲେ କାର୍ଯ୍ୟାନୁଷ୍ଠାନ (ETV Bharat Odisha)

ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ନିଯୁକ୍ତି ମେଳାରେ ଆଜି 376 ଜଣଙ୍କୁ ନିଯୁକ୍ତି ମିଳିଛି । ଏଥିରେ ସ୍ବାସ୍ଥ୍ୟ ବିଭାଗର 85 ଜଣ ହୋମିଓପାଥିକ ଚିକିତ୍ସକ ଓ 239 ଜଣ ରେଡିଓଗ୍ରାଫର ଥିବା ବେଳେ ଉଚ୍ଚଶିକ୍ଷା ବିଭାଗର 52 ଜଣ ଅଧ୍ୟାପକ ଅଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବ ନିଯୁକ୍ତ ଡାକ୍ତର, ଅଧ୍ୟାପକ ଓ ରେଡିଓଗ୍ରାଫରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବୃତ୍ତିଗତ ଦକ୍ଷତା ଓ ସେବା ମନୋବୃତ୍ତି ନେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସରକାରୀ ଚାକିରିକୁ ଅର୍ଥ ଉପାର୍ଜନ ସର୍ବସ୍ବ ନକରି ନିଜ ନିଜର କର୍ତ୍ତବ୍ୟ ପ୍ରତି ଅନୁରକ୍ତ ରହିବାକୁ ଓ ଦୁର୍ନୀତିକୁ ପ୍ରଶୟ ନଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ନିଯୁକ୍ତି ମେଳା
ନିଯୁକ୍ତି ମେଳା (ETV Bharat Odisha)

‘ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଖି ଦୃଶିଆ ପାରିଦର୍ଶିତା ହାସଲ କରିନି ଓଡ଼ିଶା’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଓଡିଶା ଯେତେ ପାରଦର୍ଶିତା ହାସଲ କରିବା କଥା, କରିପାରିନାହିଁ । ଆମେ ଆମର ପ୍ରକୃତ ସାମର୍ଥ୍ୟ ହାସଲ କରି ପାରିନାହୁଁ । ନୀତି ଆୟୋଗ ଦ୍ବାରା ସଦ୍ୟ ପ୍ରକାଶିତ ସ୍ବାସ୍ଥ୍ୟ Rankingରେ ଓଡିଶା 28ଟି ରାଜ୍ୟ ମଧ୍ୟରେ ତଳଆଡୁ ତୃତୀୟ । ଓଡିଶା 100 ନମ୍ବରରୁ ଓଡିଶା ମାତ୍ର 40.19 ପାଇଛି । କିନ୍ତୁ ପୂର୍ବ ସରକାରରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ନାମରେ ବ୍ୟାପକ ପ୍ରଚାର କରାଯାଉଥିଲା । ବର୍ତ୍ତମାନ ଏ ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ପଡିବ । Health Rankingରେ ଆମକୁ ଅତିକମରେ 60 ନମ୍ବର ରଖିବାକୁ ପଡିବ । ଦେଶର ପ୍ରଥମ 10 ଶ୍ରେଷ୍ଠ ସେବା ପ୍ରଦାନକାରୀ ରାଜ୍ୟ ମଧ୍ୟରେ ରହିବାକୁ ପଡିବ । ଏ ଦିଗରେ ସରକାରଙ୍କ ଆଭିମୁଖ୍ୟରେ ନବ ନିଯୁକ୍ତଙ୍କୁ ସହଯୋଗ କରିବା ପାଇଁ ସଂକଳ୍ପ ନେବାକୁ ପଡିବ ।

ନିଯୁକ୍ତି ମେଳା
ନିଯୁକ୍ତି ମେଳା (ETV Bharat Odisha)

ଆଗାମୀ 5 ବର୍ଷରେ ସବୁ ଜିଲ୍ଲା ମେଡିକାଲ କଲେଜ ଓ ହସ୍ପିଟାଲ:

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଭିତ୍ତିଭୂମି ଓ ପ୍ରଶିକ୍ଷିତ ମାନବ ସମ୍ବଳର ଆବଶ୍ୟକତା ରହିଛି । ଏ ଉଭୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ କାମ କରୁଛନ୍ତି । ଏହା ସରକାରଙ୍କ ଭିଜନର ଏକ ଅଂଶ ବିଶେଷ । ଚଳିତ ବର୍ଷ ସ୍ବାସ୍ଥ୍ୟ ବଜେଟରେ ପୂର୍ବ ବର୍ଷ ତୁଳନାରେ 32 ପ୍ରତିଶତ ଅଧିକ ବ୍ୟୟ ବରାଦ ହୋଇଛି । ଏହାର ସିଂହ ଭାଗ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବ । ଆଗାମୀ 5 ବର୍ଷରେ ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା ସହିତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ନିଯୁକ୍ତି ମେଳା
ନିଯୁକ୍ତି ମେଳା (ETV Bharat Odisha)

6 ମାସରେ 6 ନିଯୁକ୍ତି ମେଳା:

ନୂଆ ସରକାର ରାଜ୍ୟର ସରକାରୀ କ୍ଷେତ୍ରରେ ଖାଲି ପଦବୀ ପୂରଣ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ଗତ 6 ମାସ ମଧ୍ୟରେ 6 ଥର ନିଯୁକ୍ତି ମେଳା ହୋଇ 20 ହଜାରରୁ ଅଧିକ ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ପ୍ରକ୍ରିୟା ହୋଇଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥି ଚିକିତ୍ସକ ଓ ରେଡିଓଗ୍ରାଫର ନିଯୁକ୍ତି ସହିତ ଖୁବଶୀଘ୍ର ସରକାରୀ ଡାକ୍ତରଖାନାରେ ଫାର୍ମାସୀ ଅଫିସର ନିଯୁକ୍ତ ହେବେ । ଜାତୀୟ ଆୟୁଷ ମିଶନରେ ଓଡିଶାରେ 422ଟି ହୋମିଓପାଥି ଓ ଆୟୁର୍ବେଦିକ ଡାକ୍ତରଖାନର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭାବରେ ଉନ୍ନତି କରଣ କରାଯାଇଛି । ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ବରରେ ଆଉ 3ଟି 50 ଶଯ୍ୟା ବିଶିଷ୍ଟ ସମନ୍ବିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଉଛି ।

ନିଯୁକ୍ତି ମେଳା
ନିଯୁକ୍ତି ମେଳା (ETV Bharat Odisha)

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏବେ ପ୍ରାୟ ପ୍ରତ୍ୟେକ ମାସରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯୁବବର୍ଗଙ୍କୁ ସରକାରୀ ନିଯୁକ୍ତି ଦିଆଯାଉଛି । ତେଣୁ 2036 ଓ 2047ର ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତେ ସେବା ଓ ସମର୍ପଣ ମନୋଭାବ ନେଇ କାମ କରିବାକୁ ଆହ୍ବାନ ଦେଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ:

Odisha Job Mela: Plus Two ପାସ ଚାକିରୀ ଆଶାୟୀଙ୍କ ପାଇଁ ବଡ ଖବର ? 8 ଜିଲ୍ଲାରେ ବାହାରିଲା ନିଯୁକ୍ତି, କ୍ଲିକ୍ କରି ଜାଣନ୍ତୁ କିପରି କରିବେ ଆବେଦନ - Zilla Parishad Recruitment 2024

ଢେଙ୍କାନାଳରେ ନିଯୁକ୍ତି ମେଳା, ଯୋଗଦେଲେ ୧୧୩୪ ପାର୍ଥୀ

ଫୁଲବାଣୀରେ ମେଗା ନିଯୁକ୍ତି ମେଳା, ଯୋଗଦେଲେ ୧୨୦ କମ୍ପାନୀ

୩୦ ଜିଲ୍ଲାରେ ମେଡିକାଲ କଲେଜ, ୫୦୦୦ ଡାକ୍ତର ନିଯୁକ୍ତି: ମନ୍ତ୍ରୀ

ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି, "ମହିଳା କର୍ମଚାରୀ ମାନେ ନିଜର କମ୍ଫର୍ଟ ଜୋନରୁ ବାହାରି ନିଜର ଦକ୍ଷତା ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି । ସେମାନେ କୌଣସି ପରିସ୍ଥିତିରେ ପୁରୁଷଙ୍କ ଠାରୁ କମ ବୋଲି ମନେ କରିବା ଉଚିତ ନୁହେଁ । କାମ ସହିତ ବ୍ୟକ୍ତିଗତ ଭାବେ ନିଜର ଜ୍ଞାନ ଓ ଦକ୍ଷତାକୁ ବୃଦ୍ଧି କରିବା ଉପରେ ସେ ଗୁରୁତ୍ବ ଆରୋପ କରିଛନ୍ତି ।’

ନିଯୁକ୍ତି ମେଳା
ନିଯୁକ୍ତି ମେଳା (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.