ଓଡିଶା

odisha

ସାବାଡ ହେବେ ରୋଡ଼ ରୋମିଓ, ମହିଳାଙ୍କ ସୁରକ୍ଷାକୁ ଦେବ 'HER' - High Efficiency Response squad

By ETV Bharat Odisha Team

Published : Apr 18, 2024, 9:55 PM IST

Updated : Apr 18, 2024, 10:39 PM IST

High Efficiency Response squad: ସାବଧାନ ରୋଡ ରୋମିଓ ! ‘ମହିଳାଙ୍କୁ ଦୁର୍ବ୍ୟବହାର ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼’ । ଏଭଳି ବାର୍ତ୍ତା ନେଇ ରାଜଧାନୀରେ ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ହାଇ ଏଫିସିଏନ୍ସି ରେସପନ୍ସ ସ୍ବାର୍ଡ (HER)ର ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

HER
HER

ମହିଳାଙ୍କୁ ସୁରକ୍ଷା ଦେବ HER

ଭୁବନେଶ୍ବର: ଏଣିକି ସାବାଡ ହେବେ ରୋଡ଼ ରୋମିଓ । ରାଜଧାନୀରେ ଆଉ ଚାଲିବନି ରୋମିଓଗିରି । 'ମହିଳାଙ୍କୁ ଦୁର୍ବ୍ୟବହାର ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼' ଏଭଳି ବାର୍ତ୍ତା ଦେଇ କମିଶନରେଟ ପୋଲିସ ଆରମ୍ଭ କରିଛି HER ବା ହାଇ ଏଫିସିଏନ୍ସି ରେସପନ୍ସ ସ୍ବାର୍ଡ। ଯାହା ମହିଳାଙ୍କ ସୁରକ୍ଷା ପାଇଁ ଦିଗରେ କାମ କରିବ । ଏହି ଟିମରେ ମୋଟ ୧୪ ଜଣ ମହିଳା ପୋଲିସ ଅଫିସର ରହିଛନ୍ତି । ତେବେ ଆଜି ଏକ ସାମ୍ବାଦିକ ସମ୍ମିଳନା ଯୋଗେ ଏହାର ସୂଚନା ଡିସିପି ପ୍ରତୀକ ସିଂ ଦେଇଛନ୍ତି ।

ରାଜଧାନୀରେ ଦିନକୁ ଦିନ ମହିଳାଙ୍କୁ ଦୁର୍ବ୍ୟବହାର ବଢୁଥିବା ବେଳେ 'ଉଇ କେୟାର ହର ଉଇ ଡେୟାର ହର'ର ବାର୍ତ୍ତା ଦେଇ ଆରମ୍ଭ କରାଯାଇଛି ଏହି ସ୍ୱତନ୍ତ୍ର ଦଳ । ସେ କୌଣସି ବର୍ଗର ମହିଳା ହୁଅନ୍ତୁ ତାଙ୍କ ସୁରକ୍ଷାରେ ସବୁବେଳେ ସଜାଗ ରହିବ ଏହି ଦଳ । ଏସିପି ଅଞ୍ଜନା ଟୁଡୁଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏହି ଦଳ ଅଭିଯୋଗ ପାଉ ପାଉ ଘଟଣାସ୍ଥଳରେ ପହଞ୍ଚି ଯାଉଛି । ଆଉ ସେଠାରେ ପହଞ୍ଚି ମହିଳାଙ୍କୁ ଦୁର୍ବ୍ୟବହାର ବା ମହିଳାଙ୍କୁ ନିର୍ଯାତନା ଘଟଣାରେ ଆକ୍ସନ ମଧ୍ୟ ନେଉଛି । ତେବେ କିଛିଦିନ ତଳେ ହାଇଟେକ ମେଡ଼ିକାଲ କଲେଜର ଜଣେ ନର୍ସଙ୍କୁ ଦୁର୍ବ୍ୟବହାର ଘଟଣାରେ ଆକ୍ସନ ନେଇଛି ପୋଲିସ । ସେହିଭଳି ଗତକାଲି ରାମ ନବମୀ ବେଳେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଏହା ପାଇଁ ଟୋଲ ଫ୍ରି ନମ୍ବର ୬୩୭୨୫୦୦୪୦୦ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ନାହିଁ ନାହିଁରେ ଚାଲିଛି ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ, ଅବହେଳିତ ଐତିହ୍ୟ - BOUDH MUSEUM

ଅସୁବିଧା ସମୟରେ କଲ କରାଯାଉଥିବା ନମ୍ବରକୁ ଗୋପନ ରଖାଯିବ । ଅଧିକାଂଶ କେସ ମଧ୍ୟ ପୋଲିସ ଦ୍ବାରା ରୁଜୁ କରାଯାଉଛି । ଆପଣ ପିସିଆର ନମ୍ବର ୧୧୨କୁ କଲ କଲେ ମଧ୍ୟ ଏହି ନମ୍ବରକୁ ଡାଇଭର୍ଟ କରାଯିବ । ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଖଟି, ମାର୍କେଟ, ପାର୍କ ଆଦି ସ୍ଥାନରେ ସାଧା ପୋଷାକରେ ଏହି ମହିଳା ସ୍କ୍ୱାର୍ଡ ନଜର ରଖୁଛି । ଡିସିପି କହିଛନ୍ତି 'ଏହି ଟିମ ମହିଳାଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ।'

ଏସିପି ଅଞ୍ଜନା ଟୁଡୁ କହିଛନ୍ତି "ମହିଳା କଲେଜ, ବଡ ବିଶ୍ବବିଦ୍ୟାଳୟ, ମାର୍କେଟ, ବିଭିନ୍ନ ସପିଙ୍ଗ ମଲ, ଫିଲ୍ମ ହଲ ବା ଜନଗହଳି ଅଞ୍ଚଳରେ ଏହି ଟିମ ବୁଲିବ ଓ ପାଟ୍ରୋଲିଂ କରିବ । କୌଣସି ଝିଅ ବା ଯୁବତୀ ସହ କୌଣସି ଅସ୍ବାଭାବିକ ପରିସ୍ଥିତି ଉପୁଜିଲେ ତୁରନ୍ତ ସେମାନଙ୍କୁ ରକ୍ଷା କରିବ ଏହି ଟିମ । ମହିଳାଙ୍କୁ କେହି କମେଣ୍ଟ ମାରିଲେ, ଅସଭ୍ୟ ଭାଷାରେ ଗାଳି ଗୁଲଜ କଲେ ବା କୌଣସି ମହିଳାଙ୍କୁ ପିଛା କରି ହଇରାଣ ହରକତ କରୁଥିଲେ ସେମାନଙ୍କୁ ସାବାଡ କରିବ ଏହି ଟିମ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 18, 2024, 10:39 PM IST

ABOUT THE AUTHOR

...view details