ଓଡିଶା

odisha

ETV Bharat / state

ଏନକ୍ଲୋଜରରୁ ଶିମିଳିପାଳ ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜୀନତ - TIGRESS ZEENAT RELEASED

ମହାରାଷ୍ଟ୍ର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଆସିଥିଲା ତିନି ବର୍ଷୀୟା ବାଘୁଣୀ ଜୀନତ । ଶିମିଳିପାଳ ପରିବେଶ ସହ ଖାପ ଖୁଆଇବା ପରେ ଏନକ୍ଲୋଜରରୁ ଘଞ୍ଚ ଜଙ୍ଗଲକୁ ଛଡ଼ାଗଲା ।

ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜୀନତ୍
ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜୀନତ୍ (ETV Bharat Odisha)

By ETV Bharat Odisha Team

Published : Nov 25, 2024, 10:29 AM IST

ରାଇରଙ୍ଗପୁର (ମୟୂରଭଞ୍ଜ):କିଛି ଦିନ ନିରୀକ୍ଷଣରେ ରହିବା ପରେ ଏନକ୍ଲୋଜରରୁ ବାହାରି ଶିମିଳିପାଳ ଜାତୀୟ ଉଦ୍ୟାନର ଘଞ୍ଚ ଜଙ୍ଗଲକୁ ଚାଲିଗଲା ବାଘୁଣୀ ଜୀନତ । ଗତକାଲି (ଶନିବାର) ରାତିରେ ଅଭୟାରଣ୍ୟର କୋର ଅଞ୍ଚଳ ଯମୁନାଘାଟିରେ ଥିବା ଏନକ୍ଲୋଜରରୁ ବାଘୁଣୀ ଜୀନତକୁ ଘଞ୍ଚ ଜଙ୍ଗଲରେ ଛଡାଯାଇଥିବା ନେଇ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

  • ସ୍ବାଭାବିକ ଭାବେ ବୁଲଛନ୍ତି ଯମୁନା-ଜୀନତ

ଗତକାଲି(24 ନଭେମ୍ବର) ସନ୍ଧ୍ୟା ସମୟରେ ଏନକ୍ଲୋଜରର ଗେଟ୍ ଖୋଲା ଯାଇଥିଲା । ତେବେ ରାତି ପ୍ରାୟ ୯.୩୦ ସମୟରେ ବାଘୁଣୀ ଜୀନତ ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲକୁ ଚାଲି ଯାଇଥିଲା । ତେବେ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ଡ଼ିଭିଜନର ତିନୋଟି ଟିମ୍ ଦ୍ବାରା ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମନିଟରିଂରେ ରହିବ ବାଘୁଣୀ ଜୀନତ । ବର୍ତ୍ତମାନ ବନ ବିଭାଗ ପକ୍ଷରୁ ଯାହା ସୂଚନା ରହିଛି ବାଘୁଣୀ ‘ଯମୁନା’ ଓ ‘ଜୀନତ’ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ସ୍ବାଭାବିକ ଭାବେ ଚଳପ୍ରଚଳ ଜାରି ରଖିଛି ।

ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜୀନତ୍ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ଶିମିଳିପାଳରେ ପ୍ରଥମ ଶିକାର କଲା ବାଘୁଣୀ ଜୀନତ

ଏହା ମଧ୍ୟ ପଢନ୍ତୁ :- ଯମୁନା ପରେ ଜୀନତ୍, ମହାରାଷ୍ଟ୍ରରୁ ଶିମିଳିପାଳ ଆସିଲା ଆଉ ଏକ ବାଘୁଣୀ

  • ମହାରାଷ୍ଟ୍ରରୁ ଆସିଛି ଜୀନତ:-

ଏଠାରେ ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତାଗାଡ଼ିରେ ବିଶେଷ ବ୍ୟବସ୍ଥା ସହ ପ୍ରାୟ ୯ ଶହ କିଲୋମିଟର ଯାତ୍ରା କରି ୩ ବର୍ଷୀୟା ବାଘୁଣୀ ‘ଜୀନତ’କୁ ଶିମିଳିପାଳ ଅଭୟାରଣ୍ୟ ଅଣାଯାଇଥିଲା । ପ୍ରଥମେ ତାକୁ ଅଭୟାରଣ୍ୟର କୋର ଅଞ୍ଚଳ ଯମୁନାଘାଟିରେ ପ୍ରସ୍ତୁତ ସଫ୍ଟ-ଏନକ୍ଲୋଜରରେ ନିରୀକ୍ଷଣରେ ରଖାଯାଇଥିଲା । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଏକ ସ୍ବତନ୍ତ୍ର ଟିମ୍‌ ନିୟମିତ ବାଘୁଣୀର ସ୍ୱାସ୍ଥ୍ୟାବସ୍ଥା ଓ ଗତିବିଧି ଯାଞ୍ଚ କରୁଥିବା ବେଳେ ଏନକ୍ଲୋଜର ଭିତରେ ଏକ ବାରହା ଶିକାର କରିଥିଲା ଜୀନତ ।

ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜୀନତ୍ (ETV Bharat Odisha)
  • ଶିମିଳିପାଳ ଜଳବାୟୁ ସହ ଅଭ୍ୟସ୍ତ ହୋଇସାରିଛି ଜୀନତ !

କିଛି ଦିନ ଶିମିଳିପାଳ ଜଳବାୟୁ ଓ ପରିବେଶ ସହିତ ଖାପ ଖୁଆଇ ରହିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜୀନତକୁ ଗତକାଲି ରାତିରେ ଏନକ୍ଲୋଜରରୁ ଜାତୀୟ ଉଦ୍ୟାନର ଘଞ୍ଚ ଜଙ୍ଗଲ ମଧ୍ୟକୁ ଛଡ଼ାଯାଇଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି ।

ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜୀନତ୍ (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଯମୁନାର ନୂଆ ଠିକଣା ଶିମିଳିପାଳ, ଏନକ୍ଲୋଜରରେ ବାଘୁଣୀକୁ ଛଡାଗଲା

ଏହା ମଧ୍ୟ ପଢ଼ନ୍ତୁ...ଆକର୍ଷିତ କରୁଛି ଶିମିଳିପାଳ: କେଉଁଠୁ ଓ କେମିତି ପହଞ୍ଚିବେ, ପର୍ଯ୍ୟଟକଙ୍କ ପାଇଁ ଏଥର କ’ଣ ନୂଆ ?

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details