ଓଡିଶା

odisha

ETV Bharat / state

ପ୍ରତିବର୍ଷ ରାଜ୍ୟରେ ହେବ ବାଘ ଗଣନା: ବନ୍ୟପ୍ରାଣୀ ପିସିସିଏଫ - ବନ୍ୟପ୍ରାଣୀ ପିସିସିଏଫ

Tiger Census: ବନ୍ୟପ୍ରାଣୀ ପିସିସିଏଫ କହିଛନ୍ତି ଓଡ଼ିଶାରେ ଏଣିକି ପ୍ରତି ବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ଅଧିକ ପଢନ୍ତୁ

Tiger Census
Tiger Census

By ETV Bharat Odisha Team

Published : Feb 27, 2024, 7:42 PM IST

ପ୍ରତିବର୍ଷ ରାଜ୍ୟରେ ହେବ ବାଘ ଗଣନା: ବନ୍ୟପ୍ରାଣୀ ପିସିସିଏଫ

ଭୁବନେଶ୍ବର: ଇନ ବ୍ରିଡ଼ିଂ ଯୋଗୁଁ କଳା ବାଘଙ୍କ ସଂଖ୍ୟା ବଢ଼ୁଛି। ଏହି ସମସ୍ୟାର ସମାଧାନ ପାଇଁ ଅନ୍ୟସ୍ଥାନରୁ ବାଘୁଣୀ ଆଣି ଶିମିଳିପାଳରେ ଛାଡ଼ିବାକୁ ଯୋଜନା କରାଯାଉଛି। ରାଜ୍ୟରେ ୩୦ ଟି ମହାବଳ ଚିହ୍ନଟ ହୋଇଥିବା ବେଳେ ଏପଟେ ସାତକୋଶିଆରେ ନାହାନ୍ତି ଗୋଟିଏ ବି ମହାବଳ। ଆଜି ଏହି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

ଚିନ୍ତା ବଢ଼ାଉଛି କଳା ବାଘ ବଂଶ ବୃଦ୍ଧି । ଶିମିଳିପାଳରେ ଏବେ ଅଛନ୍ତି ୧୩ କଳା ବାଘ । ଇନ ବ୍ରିଡ଼ିଂ ଯୋଗୁଁ କଳା ବାଘଙ୍କ ସଂଖ୍ୟା ବଢ଼ୁଥିବା କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ । ଏହି ସମସ୍ୟାର ସମାଧାନ ପାଇଁ ଅନ୍ୟ ସ୍ଥାନରୁ ବାଘୁଣୀ ଆଣି ଶିମିଳିପାଳରେ ଛାଡ଼ିବାକୁ ଯୋଜନା ହୋଇଛି । ଏଥିପାଇଁ NTCA ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟଟ ଅଫ ଇଣ୍ଡିଆ ସହ ଯୋଗାଯୋଗ କରାଯାଇଛି। ଏପଟେ ସାତକୋଶିଆରେ ନାହାନ୍ତି ଗୋଟିଏ ବି ମହାବଳ। ଅଭୟାରଣ୍ୟ ଭିତରେ ଥିବା ଜନବସତିକୁ ସମ୍ପୂର୍ଣ୍ଣ ବିସ୍ଥାପିତ କରିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ଛଡାଯିବା ନେଇ ଯୋଜନା କରାଯିବ । ଶିମିଳିପାଳରେ ବାଘ ସଂଖ୍ୟା ବଢିବା ପରେ ନୂଆ ଟେରିଟରି ସନ୍ଧାନରେ ମହାବଳ। ତେଣୁ କେନ୍ଦୁଝର, ହଦଗଡ଼ ଓ କୁଲଡ଼ିହାକୁ ମିଶାଇ ଗ୍ରେଟର ଶିମିଳିପାଳ ଲ୍ୟାଣ୍ଡସ୍କେପ ବିକାଶ କରାଯାଉଛି ।

ଅଧିକ ପଢନ୍ତୁ- ଜଙ୍ଗଲରେ ବୁଲୁଛନ୍ତି କଳାବାଘ ଯୋଡ଼ି, କ୍ୟାମେରାରେ କଏଦ

ବନ୍ୟପ୍ରାଣୀ ପିସିସିଏଫ କହିଛନ୍ତି ଓଡ଼ିଶାରେ ଏଣିକି ପ୍ରତି ବର୍ଷ ହେବ ବାଘ ଗଣନା। କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ଗତକାଲି ପ୍ରକାଶ ପାଇଥିବା ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ଥିବା ଜଣାପଡିଛି । ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଛି ।

ସେହିପରି ପିସିସିଏଫ କହିଛନ୍ତି ରାଜ୍ୟରେ ବାଘଗଣନା ସମୟରେ ୧୪୩୨ ଟି କ୍ୟାମେରା ଟ୍ରାପ ଜଙ୍ଗଲ ମଧ୍ୟରେ ଲଗାଯାଇଥିଲା। ଏହି କ୍ୟାମେରା ଟ୍ରାପ ୨୦୨୩ ଅକ୍ଟୋବର ୧୫ ତାରିଖରୁ ଆରମ୍ଭ କରାଯାଇ ୨୦୨୪ ଫେବୃଆରୀ ୧୦ ତାରିଖ ମଧ୍ୟରେ ଶେଷ କରାଯାଇଥିଲା। ରାଜ୍ୟରେ ଥିବା ୪୭ ଟି ଡିଭିଜନରେ ବାଘ ଗଣନା କରାଯାଇଥିଲା। କେବଳ ଭଦ୍ରକ, ରାଜନଗର, ପୁରୀ ଏବଂ ଚିଲିକାକୁ ଛାଡିଦେଲେ ବାକି ଡିଭିଜନରେ କ୍ୟାମେରା ଟ୍ରାପ ଲଗାଯାଇଥିଲା। ଏହାରି ମଧ୍ୟରେ ୫୬୭ ଟି ବାଘଙ୍କର ବିଭିନ୍ନ ଦିଗରୁ ଫଟୋ ଉଠାଯାଇଥିଲା। ଯେଉଁଥିରେ କଲାବାଘ ୪୦ ପ୍ରତିଶତ ରହିଥିବା ଜଣାପଡିଛି। ମୋଟ କଳାବାଘ ଭିତରୁ କେବଳ ଶିମିଳିପାଳ ଡିଭିଜନରେ ୭ ଟି ବାଘୁଣୀ ଓ ୬ ଟି ବାଘ ରହିଥିବା ଜଣାପଡିଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details