ଓଡିଶା

odisha

ଲଗାଣ ବର୍ଷାରେ ଉଜୁଡ଼ିଲା ଫସଲ, ଚିନ୍ତାରେ ଚାଷୀକୂଳ - Crop Damage Due To Heavy Rain

Crop Damage Due To Heavy Rain:ବାଲେଶ୍ବର ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ପରିବା ଫସଲ ନଷ୍ଠ ହୋଇଛି । ସରକାରୀ ସହାୟତା ଦାବି କଲେ କ୍ଷତିଗ୍ରସ୍ତ ଚାଷୀ । ଅଧିକ ପଢନ୍ତୁ

By ETV Bharat Odisha Team

Published : Mar 21, 2024, 5:18 PM IST

Published : Mar 21, 2024, 5:18 PM IST

ଲଗାଣ ବର୍ଷାରେ ଉଜୁଡ଼ିଲା ଚାଷ, ଚିନ୍ତାରେ ଚାଷୀ କୂଳ
ଲଗାଣ ବର୍ଷାରେ ଉଜୁଡ଼ିଲା ଚାଷ, ଚିନ୍ତାରେ ଚାଷୀ କୂଳ

ଲଗାଣ ବର୍ଷାରେ ଉଜୁଡ଼ିଲା ଚାଷ, ଚିନ୍ତାରେ ଚାଷୀ କୂଳ

ବାଲେଶ୍ବର: ଅଦିନିଆ ବର୍ଷା ଧୋଇ ଦେଲା ଫସଲ । ଦୁଇଦିନ ଧରି ରଜ୍ୟରେ ଲଗାଣ ବର୍ଷାରୁ ଆଜି ତ୍ରାହି ମିଳିଛି ସତ, ହେଲେ ଏହି ବର୍ଷା ଯୋଗୁଁ ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଏହି ସମୟରେ ପରିବା ଚାଷ କରିଥିବା ଚାଷୀମାନେ ବ୍ୟାପକ କ୍ଷତି ସହିଥିବା ଦେଖିବାକୁ ମିଳିଛି । ଚାଷୀମାନେ ବିଭିନ୍ନ ବ୍ୟାଙ୍କରୁ ଋଣ କରି ଚାଷ କାର୍ଯ୍ୟରେ ଲଗାଇଥିବା ବେଳେ ପ୍ରକୃତି ଦାଉ ସାଧିଛି । ପ୍ରକୃତିର ଏମିତି ରୂପ ଆଗରେ ହାର ମାନି ଯାଇଛି ଚଷା ପୁଅ । ଲଗାଣ ବର୍ଷା ଯୋଗୁଁ ସବୁ ସ୍ବପ୍ନରେ ଲାଗି ଯାଇଛି ପ୍ରତିବନ୍ଧକ । ଏଭଳି ଏକ ଦୃଶ୍ୟ ଦେଖିହାକୁ ମିଳିଛି ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ।

ଚାଷୀଟିଏ ବର୍ଷକ ଯାକ ଅମଳ ପରିବା ବଜାରରେ ବିକ୍ରି କରି ପରିବାର ଚଳାଇବା ପାଇଁ ଯେଉଁ ପ୍ରୟାସ କରିଥିଲା । ଆଜି ଚାଷୀ ଭାଇର ଦୁଃଖ କହିଲେ ନ ସରେ । ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ପରିବା ଚାଷରେ ପାଣି ଜମି ରହିଛି । ଯେଉଁଥି ପାଇଁ ଭାଙ୍ଗି ଯାଇଛି ଚାଷୀର ମେରୁଦଣ୍ଡ । ଭୋଗରାଇର ହରଣକୁଲି ଗ୍ରାମର ପନିପରିବା ଚାଷ ଉପରେ ଜୀବନ ଜୀବିକା ନିର୍ବାହ କରିଥାନ୍ତି ଚାଷୀ । ନିଜ କ୍ଷେତରେ ବାଇଗଣ, କାକୁଡି, କଲରା, ପୋଇ, ଭେଣ୍ଡି,ବିରି, ମୁଗ, ଏବଂ ବାଦାମ, କଖାରୁ ଇତ୍ୟାଦି ଚାଷ କରିଥିବା ବେଳେ ଉଜାଡ଼ି ଦେଇଛି ବର୍ଷା । ଚାଷ ଜମିରେ ପାଣି ଭରି ରହିଥିବାରୁ ପରିବା ସବୁ ନଷ୍ଠ ହେବାକୁ ବାସିଲାଣି ।
ଏହା ମଧ୍ୟ ପଢନ୍ତୁ .....ଦାଉ ସାଧିଲା ଅଦିନିଆ ବର୍ଷା, ଉଜୁ଼ଡା ସୂର୍ଯ୍ୟମୁଖୀ ଚାଷକୁ ନେଇ ଚିନ୍ତାରେ ଚାଷୀ

ଏହା ମଧ୍ୟ ପଢନ୍ତୁ......ଅଦିନିଆ ବର୍ଷା: ଫସଲ ଉଜୁଡ଼ିବା ଆଶାଙ୍କରେ ଚାଷୀ

ଠିକ୍ ଅମଳ ସମୟରେ ତୁହାକୁ ତୁହା ବର୍ଷା ଏବଂ ପବନ ଯୋଗୁଁ ପରିବା ଚାଷ ଉପରେ ପଡିଛି ବ୍ୟାପକ ପ୍ରଭାବ । ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକର ଆରୁହାବୃତ୍ତି, ଦହମୁଣ୍ଡା, ଖରିଦିପିପଳ, ରସଲପୁର ପରି ବିଭିନ୍ନ ଗାଁରେ ଚାଷୀଙ୍କ ଫସଲ ସମ୍ପୂର୍ଣ ନଷ୍ଟ ହେଇଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ଭୋଗରାଇ ଅଞ୍ଚଳର ଶହଶହ ଏକର ବାଦାମ, ବିରି, ମୁଗ ଫସଲ ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି। ସେପଟେ ଚାଷୀମାନଙ୍କ ଏହି କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସହାୟତା ଯୋଗାଇବାକୁ ଦାବି କରିଛନ୍ତି

ଇଟିଭି ଭାରତ,ବାଲେଶ୍ବର

ABOUT THE AUTHOR

...view details