ବୌଦ୍ଧ:ଗଣପର୍ବ ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ-ଓଡିଶା ଉତ୍ସବମୁଖର ଥିଲା ବେଳେ ଉଜୁଡି ଯାଇଛି ଗୋଟିଏ ପରିବାର । ଦଇବ ଯେମିତି ଦାଉ ସାଧିଲା । ସର୍ପାଘାତରେ ଗୋଟିଏ ପରିବାର 3 ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଅଢେଇ ବର୍ଷର ଶିଶୁ କନ୍ୟା ଥିବା ବେଳେ ଅନ୍ୟ ଦୁଇ ଜଣ ନାବାଳିକାଙ୍କ ବୟସ 10 ବର୍ଷରୁ କମ । ବୌଦ୍ଧ ଜିଲ୍ଲାର ଟିକରପଡା ଅଞ୍ଚଳରେ ଘଟିଥିବା ଏପରି ଏକ ଦୁଖଃଦ ଘଟଣା ସାରା ରାଜ୍ୟକୁ ସ୍ତବ୍ଦ କରିଦେଇଛି ।
ବାପା ଓ 6 ଝିଅଙ୍କୁ କାମୁଡିଲା ସାପ:-
ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତ ବରପଦର ଗ୍ରାମର ସୈରେନ୍ଦ୍ରୀ ମଲ୍ଲିକ ଚରିଆପାଲି ଗ୍ରାମରେ ସପତ୍ନୀକ ନିଜ ତିନି ଝିଅ ଓ ଗୋଟିଏ ପୁଅକୁ ନେଇ ରହୁଥିଲେ । ପ୍ରସିଦ୍ଧ ଶକ୍ତିପୀଠ ସିଂହାସିନୀ ଦେବୀଙ୍କ ଜଣେ ସେବାୟତ ଭାବେ କାର୍ଯ୍ୟରତ ଥିବା ସୈରେନ୍ଦ୍ରୀ ବଡ଼ ଦୁଇ ଝିଅଙ୍କୁ ଶିକ୍ଷା ଗ୍ରହଣ ପାଇଁ ଆଦିବାସୀ ଆବାସିକ ବିଦ୍ୟାଳୟରେ ଭର୍ତ୍ତି କରିଥିଲେ । ତେବେ ସେ ଶନିବାର ଗଣେଶ ପୂଜା ଅବସରରେ ଦୁଇ ଝିଅଙ୍କୁ ନେଇ ଘରକୁ ଫେରିଥିଲେ । ଆଜି (ସୋମବାର) ସେଠାରେ ନୂଆଖାଇବାର ବିଧି ଥିଲା । ଗତକାଲି ରାତିରେ ସମସ୍ତେ ଶୋଇଥିବା ବେଳେ 3 ଝିଅ ଓ ସୈରେନ୍ଦ୍ରୀଙ୍କୁ ସାପ କାମୁଡି ଦେଇଥିଲା । ତେବେ ସୈାଭାଗ୍ୟବଶତଃ ସୈ୍ରେନ୍ଦ୍ରୀଙ୍କ ପତ୍ନୀ ଓ ଏକମାତ୍ର ପୁଅର ଅନ୍ୟତ୍ର ଶୋଇଥିବାରୁ ସାପ କାମୁଡାରୁ ବର୍ତ୍ତି ଯାଇଥିଲେ ।
ଅନ୍ଧବିଶ୍ବାସ ପାଇଁ ହସ୍ପିଟାଲ ନେବାରେ ବିଳମ୍ବ !