ଓଡିଶା

odisha

ETV Bharat / state

ଘଞ୍ଚ ଜଙ୍ଗଲରୁ ମିଳିଲା ତିନି ମୃତଦେହ, ଗୁଣିଗାରେଡିରୁ ହତ୍ୟାକାଣ୍ଡ ସନ୍ଦେହ - Balasore Murder

Three Dead Bodies Found in Forest: ଘଞ୍ଚ ଜଙ୍ଗଲ ଭିତରୁ ତିନି ମୃତଦେହ । ପାଖରୁ ମିଳିଲା କିଛି ଏହି ଭଳି ସାମଗ୍ରୀ ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲୋକ । ଅଧିକ ପଢ଼ନ୍ତୁ,

By ETV Bharat Odisha Team

Published : Jul 4, 2024, 10:58 PM IST

Three Dead Bodies Found in Forest
Three Dead Bodies Found in Forest (ETV Bharat Odisha)

ବାଲେଶ୍ବର:ଘଞ୍ଚ ଜଙ୍ଗଲ ଭିତରୁ ଉଦ୍ଧାର ହେଲା ତିନି ମୃତଦେହ । ଆଖପାଖରେ ପଡିଥିବା କିଛି ସାମଗ୍ରୀକୁ ନେଇ ଏହା ଗୁଣି ଗାରେଡି ପାଇଁ ହତ୍ୟା ବୋଲି ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ବଡପୋଖରୀ ଠାରୁ ତିନି କିଲୋମିଟର ଦୂରରେ ଥିବା ଘଞ୍ଚ ଜଙ୍ଗଲ ଭିତରେ । ସୂଚନା ଅନୁସାରେ, ଉକ୍ତ ଜଙ୍ଗଲରୁ ୨ ମହିଳା ଓ ଜଣେ ପୁରୁଷଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକମାନଙ୍କ ମଧ୍ୟରେ ଦାମ୍ପା ସିଂ, ତାଙ୍କର ସ୍ତ୍ରୀ ଜାଲିଆ ସିଂହ ଓ ସମ୍ବାରି ସିଂ ଅଛନ୍ତି । ତେବେ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଔପଦା ଥାନା ବଡ଼ପୋଖରୀ ଗ୍ରାମରେ କିଛି ବ୍ୟକ୍ତି ଗୁଣି ଗାରେଡିକୁ ସନ୍ଦେହ କରି ଏହି ତିନି ଜଣଙ୍କୁ ହତ୍ୟା କରିଥିବା ସମବାରିଙ୍କ ପୁତ୍ର ନିରଞ୍ଜନ ସିଂ ଆଜି ଥାନାରେ ଅଭିଯୋଗ କରିଛନ୍ତି । ଏହି ତିନି ଜଣ ଗତ ୧/୦୭/୨୦୨୪ରୁ ନିଖୋଜ ଥିଲେ । ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଜାରି ରଖିଥିଲା । ଆଜି ସନ୍ଧ୍ୟାରେ ଖବର ପାଇ ଔପଦା ଥାନା ଆଇଆଇସି ଶ୍ରବଣ କୁମାର ମହରଣା ସଦଳ ବଳେ ଖୋଜା ଖୋଜି କରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଠାବ କରିଥିବାର ଜଣାଯାଇଛି । ଏହି ମାମଲାରେ ପୋଲିସ ୬ ଜଣଙ୍କୁ ଅଟକ ରଖିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ସୋର ମେଡ଼ିକାଲକୁ ପଠାଇଛି । ତେବେ କେଉଁ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ.. ଗୁଣି ଗାରେଡି ସନ୍ଦେହରେ ଅଜାକୁ ମାରିଲା ନାତି, କୋର୍ଟଚାଲାଣ କଲା ପୋଲିସ - Sundargarh Murder

ସେହିପରି ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅଧୀନ ସୋୟମ୍ବା ପଞ୍ଚାୟତର ପୁରୁଣାପାଣି ଗ୍ରାମରେ ଗତ ୧ ତାରିଖ ଦିନ ଘଟିଯାଇଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ । ଅଭିଯୁକ୍ତ ୪୦ ବର୍ଷୀୟ ସାଲମନ ମୁଣ୍ଡା ଏକ ଟାଙ୍ଗିଆରେ ନିଜର ସମ୍ପର୍କୀୟ ଅଜା ନାଇମନ ମୁଣ୍ଡାଙ୍କ ମୁଣ୍ଡକୁ କାଟି ଦେହରୁ ଅଲଗା କରି ଦେଇଥିଲା । ଫଳରେ ଘଟଣାସ୍ଥଳରେ ନାଇମନଙ୍କ ମୃତ୍ୟୁ ହୋଇଥିଲେ । ପରେ ଆଜି ଅଭିଯୁକ୍ତ ସଲମାନକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁଯାୟୀ, ପୁରୁଣାପାଣି ଗ୍ରାମରେ ସଲମାନ, ତାଙ୍କ ପତ୍ନୀ, ଦୁଇ ଝିଅ ଓ ପୁଅକୁ ନେଇ ରହୁଥିଲେ। ପୁଅର ଦେହ ବାରମ୍ବାର ଖରାପ ହେଉଥିଲା। ତେବେ ନାଇମନ ଘରେ ସବୁ ବେଳେ ପୂଜାପାଠ କରୁଥିଲେ ବୋଲି ସଲମନ ସନ୍ଦେହ କରିଥିଲା। ଆଉ ଗୁଣି ଗାରେଡି ସନ୍ଦେହରେ ସମ୍ପର୍କୀୟ ଅଜାକୁ ହତ୍ୟା ଘଟଣାରେ ଅଭିଯୁକ୍ତ ନାତି ଗିରଫ ହୋଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details