ଓଡିଶା

odisha

ETV Bharat / state

କାଲି ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା, ରିଜେକ୍ଟ ହୋଇଥିବା 22% ହିତାଧିକାରୀଙ୍କୁ ମିଳିବ ସହାୟତା: ଉପମୁଖ୍ୟମନ୍ତ୍ରୀ - THIRD PHASE SUBHADRA YOJANA MONEY

ଆସନ୍ତାକାଲି ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ତେବେ ପୂର୍ବରୁ ରିଜେକ୍ଟ ହୋଇ କରେକ୍ସନ ହୋଇଥିବା 22 ପ୍ରତିଶତ ଆବେଦନକାରୀଙ୍କ ଖାତାକୁ ମଧ୍ୟ ଆସିବ ସୁଭଦ୍ରା ସହାୟତା ରାଶି ।

Third Phase Subhadra  Yojana Money
Third Phase Subhadra Yojana Money (ETV Bharat Odisha)

By ETV Bharat Odisha Team

Published : Nov 23, 2024, 4:21 PM IST

ଭୁବନେଶ୍ୱର: ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କ ଆବେଦନ ବିଭିନ୍ନ କାରଣରୁ ରିଜେକ୍ଟ ହୋଇଥିଲା । ରିଜେକ୍ଟ ହୋଇଥିବା ପ୍ରାୟ 22 ପ୍ରତିଶତ ଆବେଦନ କରେକ୍ସନ ହୋଇଛି । ଆସନ୍ତାକାଲି (ନଭେମ୍ବର-24) ସେମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, "ସୁଭଦ୍ରା ଯୋଜନା ଲାଗି ଆବେଦନ କରିଥିବା ହିତାଧିକାରୀଙ୍କ ମଧ୍ୟରୁ 2 ଲକ୍ଷ 67 ହଜାର ରିଜେକ୍ଟ ହୋଇଛି । ଏହି ତାଲିକା ସଂପୃକ୍ତ ହିତାଧିକାରୀଙ୍କ ବ୍ଲକରେ ପହଁଚିଛି । ବ୍ଲକରେ ଏନେଇ ରିଭ୍ୟୁ ହୋଇଛି । ରିଜେକ୍ଟ ହୋଇଥିବା ପ୍ରାୟ 22 ପ୍ରତିଶତ କରେକ୍ସନ ହୋଇଯାଇଛି । ସେମାନେ ଆସନ୍ତାକାଲି ମିଳିବାକୁ ଥିବା ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ତାଲିକାରେ ସାମିଲ ହୋଇଯିବେ । ସେମାନେ ଆସନ୍ତାକାଲି ସୁଭଦ୍ରା ଯୋଜନାରେ ସାମିଲ ହୋଇ ଟଙ୍କା ପାଇବେ ।"

ଏହା ବି ପଢନ୍ତୁ- ଡିସେମ୍ବର ସୁଦ୍ଧା କୋଟିଏଙ୍କୁ ମିଳିବ ସୁଭଦ୍ରା ଟଙ୍କା, 3ୟ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀ ପାଇବେ ସହାୟତା: ଉପ ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ- ସୁଭଦ୍ରା ଯୋଜନା: ନଭେମ୍ବର ୨୪ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା

ଉପ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଯେଉଁମାନଙ୍କର ଜମି ସମସ୍ୟା ଯୋଗୁଁ ତାଲିକାରେ ନାଁ ନାହିଁ । ତାଙ୍କ ନାଁ'ରେ ଜମି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି । ଏହି ବିବାଦରେ ଫିଜିକାଲ ଭେରୀଫିକେସନ ହେବ । ଏଥର ସେମାନଙ୍କୁ ତାଲିକାରେ ସାମିଲ କରାଯିବ ନାହିଁ । ସେମାନେ ଡିସେମ୍ବରରେ ସୁଭଦ୍ରା ଟଙ୍କା ପାଇବେ । ଆବେଦନକାରୀଙ୍କ ମଧ୍ୟରୁ 5 ଲକ୍ଷଙ୍କର ମିସ ମ୍ୟାଚ ହେଉଥିଲା । ତାହା ବର୍ତ୍ତମାନ ସୁଦ୍ଧା ସମାଧାନ ହୋଇ ପାରିନାହିଁ । ସେମାନେ ଏଥର ତାଲିକାରେ ସାମିଲ ହେବେନାହିଁ । ସେମାନଙ୍କ ଆକାଉଣ୍ଟ ଆଧାର ଲିଂକରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ସେମାନେ ସାମିଲ ହେବେ । ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ପାଇପାରିବେ ।"

ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆବେଦନକାରୀଙ୍କୁ ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରି ରହିବ । ଶେଷ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ଯୋଡିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଅଙ୍ଗନବାଡ଼ି, ମିଶନ ଶକ୍ତି ମା', ପିଓ ମାନେ ଗାଁକୁ ଯିବେ । ଆସନ୍ତାକାଲି 20 ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ସୁନ୍ଦରଗଡ଼ରୁ ମୁଖ୍ୟମନ୍ତ୍ରୀ ଦେବେ ।"

5 ଲକ୍ଷ ଆବେଦନ ମିସ୍ ମ୍ୟାଚ-

ଏଯାଏଁ ସୁଭଦ୍ରା ଯୋଜନାରରେ 5 ଲକ୍ଷ ଆବେଦନ ମିସ ମ୍ୟାଚ୍ ହୋଇରହିଛି । ଏଯାଏଁ ଏହି ସମସ୍ତ ଆବେଦନର ସମାଧାନ ହୋଇନାହିଁ ।

ଡିସେମ୍ବର ସୁଦ୍ଧା ଏକ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା-

ଚଳିତ ବର୍ଷ ଡିସେମ୍ବର ସୁଦ୍ଧା 1 କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । 24 ତାରିଖରେ 20 ଲକ୍ଷ ମହିଳାଙ୍କୁ ମିଳିବା ମିଳିବ ସୁଭଦ୍ରା ଟଙ୍କା । ଡିସେମ୍ବରରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମିଳିସାରିଛି ସୁଭଦ୍ରା ଟଙ୍କା।

ତୃତୀୟ ପର୍ଯ୍ୟାୟରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା-

ଆସନ୍ତାକାଲି ସୁଭଦ୍ରା ଟଙ୍କା ମିଳିବ । ଏହି ଥର ମିଶେଇ 80 ଲକ୍ଷ ମହିଳାଙ୍କ ନିକଟରେ ପହଞ୍ଚିବ ସୁଭଦ୍ରା ଟଙ୍କା । ଏହା ପୂର୍ବରୁ 60 ଲକ୍ଷ 27 ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି । ରବିବାର 20 ଲକ୍ଷରୁ ଅଧିକ ମହିଳାଙ୍କୁ ସୁନ୍ଦରଗଡ କାର୍ଯ୍ୟକ୍ରମରେ ସୁଭଦ୍ରା ଟଙ୍କା ମିଳିବ ।

ABOUT THE AUTHOR

...view details