ନିଆଳି:ରାଜଧାନୀ ଉପକଣ୍ଠରେ ମାତିଛନ୍ତି ଚୋର । ଚୋରଙ୍କ ଆଖିରୁ ବର୍ତ୍ତିପାରୁନି ମନ୍ଦିର । ଗତ 20 ଦିନ ଭିତରେ 3 ମନ୍ଦିରରୁ ଚୋରି । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳର ଥିବା ବିଭିନ୍ନ ଦେବଦେବୀ ମନ୍ଦିରରୁ ଚୋରି ହେଉଥିବା ବେଳେ ଗତକାଲି ଚୋରଙ୍କ ନଜରରୁ ବର୍ତ୍ତିପାରିନି ଗ୍ରହରାଜ ଶନିଶ୍ଚରଙ୍କ ମନ୍ଦିର । ଶନି ମନ୍ଦିରରୁ ରୂପା ମୁକୁଟ ଓ ସୁନା ଆଖି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଆଉ ଚୋରିର ଦୃଶ୍ୟ କଏଦ ହୋଇଛି ସିସିଟିଭିରେ ।
ଗ୍ରହରାଜଙ୍କୁ ବି ଛାଡିଲେନି:
ଗତକାଲି ଥିଲା ଶନିବାର । ଶନିବାର ଶନି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗିରହେ । ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଆମଣାକୁଦ ପଞ୍ଚାୟତସ୍ଥିତ କୁଦପାଟଣା ନିକଟରେ ପୂଜା ପାଉଥିବା ଶନିଶ୍ଚର ଦେବଙ୍କ ମନ୍ଦିରରୁ ଚୋରି ହୋଇଛି । କିଛି ଦୁର୍ବୃତ୍ତ ମନ୍ଦିରରୁ ରୂପା ମୁକୁଟ ଓ ସୁନା ଆଖି ଚୋରି କରିନେଇଛନ୍ତି । ଗତକାଲି ଭୋର ପ୍ରାୟ 4ଟା40 ମିନିଟରେ ସମୟରେ ଦୁଇ ଜଣ ଦୁର୍ବୃତ୍ତ ମନ୍ଦିରରେ ପଶି କଳାକନା ବୁଲାଇ ଦେଇଛନ୍ତି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ତାଲା ଭାଙ୍ଗି ଲୁଟି ନେଲେ ଚୋର:
ମନ୍ଦିରର ପୂଜକ ପ୍ରହଲ୍ଲାଦ ପଣ୍ତା କହିଛନ୍ତି, ‘ପ୍ରତ୍ୟେକ ଦିନ ପରି ଶନିଶ୍ଚର ଦେବଙ୍କ ପୂଜା କରିବା ପାଇଁ ଭୋର ସମୟରେ ଆସେ । ଆସିବା ସମୟରେ ମହିଳା ଥିଲେ । ମନ୍ଦିର ଭିତରେ ଅନ୍ଧାର । ଗ୍ରୀଲ ଗେଟ ତାଲା ଭାଙ୍ଗିଛି ଶନିଶ୍ଚରଙ୍କ ରୂପା ମୁକୁଟ ଏବଂ ସୁନାର ଦୁଇ ଆଖି ଚୋର ଚୋରି କରି ନେଇଛନ୍ତି । ଗ୍ରାମବାସୀମାନଙ୍କୁ ଜଣାଇବା ପରେ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।’
ଚୋରଙ୍କ ଟାର୍ଗେଟରେ ମନ୍ଦିର:
ସ୍ଥାନୀୟ ଅଞ୍ଚଳର ସନାତନ ବେହେରା, କହିଛନ୍ତି, ‘ଏ ଅଞ୍ଚଳର ଗ୍ରହରାଜ ଶନିଶ୍ଚର ଦେବ ଏକ ମାତ୍ର ମନ୍ଦିର । ଏଠାକୁ ପୂଜିବା ପାଇଁ ବିଭିନ୍ନ ଆଡୁ ଭକ୍ତଙ୍କ ସମାଗମ ହୁଏ । ଶନିବାର ହୋଇଥିବାରୁ ଭୋର ସମୟରେ ଦୁଇ ଜଣ ଚୋର ମନ୍ଦିର ଗେଟ ତାଲା ଭାଙ୍ଗି ରୂପା ଓ ସୁନା ଚୋରି କରି ନେଇଛନ୍ତି । ମନ୍ଦିର ଭିତରକୁ ଚପଲ ପିନ୍ଧି ପସିଛନ୍ତି। ମୁହଁରେ ମାସ୍କ ପିନ୍ଧିଛନ୍ତି । ଏବେ ବିଭିନ୍ନ ମନ୍ଦିରକୁ ଟାର୍ଗେଟ କରୁଛନ୍ତି ଚୋର ।’
20 ଦିନରେ 3 ମନ୍ଦିରରୁ ଚୋରି: