ଓଡିଶା

odisha

ETV Bharat / state

ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଭାରତୀୟ ଗଣତନ୍ତ୍ରର ଶକ୍ତି: ECI - Training Programme For Observer

Training Programme For Observer: ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହୋଇଛି ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

Training Programme
Training Programme

By ETV Bharat Odisha Team

Published : Mar 11, 2024, 8:25 PM IST

Training Programme

ଭୁବନେଶ୍ବର:ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, "ଭାରତୀୟ ଗଣତନ୍ତ୍ର ବିଶ୍ୱର ସର୍ବବୃହତ ଗଣତନ୍ତ୍ର । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଏହି ସର୍ବବୃହତ ଗଣତନ୍ତ୍ରର ଶକ୍ତି । ଭାରତୀୟ ନିର୍ବାଚନ ପ୍ରକ୍ରିୟା ଉପରେ ସମସ୍ତ ବିଶ୍ୱବାସୀଙ୍କ ନଜର ରହିଛି । ଆଗାମୀ ସାଧାରଣ ନିର୍ବାଚନ- ୨୦୨୪ ପ୍ରକ୍ରିୟାକୁ ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରିବା ପାଇଁ ପଦକ୍ଷେପ ନିଆୟାଉଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ଭିସି ଜରିଆରେ ସାମିଲ ହୋଇଥିଲେ ।



ନିର୍ବାଚନ ପ୍ରକ୍ରିୟାକୁ ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରିବାରେ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେଣୁ ଆଗାମୀ ସାଧାରଣ ନିର୍ବାଚନ-୨୦୨୪ରେ ନିୟୋଜିତ ହେବାକୁ ଥିବା ସମସ୍ତ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ବାଚନ ପରିଚାଳନା ବାବଦରେ ପ୍ରଶିକ୍ଷଣ ଲୋଡ଼ା । ସେଥିପାଇଁ ଆଜି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପ୍ରକ୍ରିୟାର ସମସ୍ତ ଦିଗ ଉପରେ ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ନିର୍ବାଚନ ପ୍ରକ୍ରିୟାରେ ପର୍ଯ୍ୟବେକ୍ଷକମାନେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ସେ ବିଷୟରେ ଆଲୋଚନା ହୋଇଛି । ମତଦାନ ପ୍ରକ୍ରିୟାବେଳେ ତୃଣମୂଳ ସ୍ତରରେ କେଉଁ ସବୁ ଆହ୍ୱାନର ସାମ୍ନା କରିବାକୁ ପଡିବ ଓ ନିୟମ ଅନୁଯାୟୀ ସେମାନେ କିଭଳି ସମସ୍ତ ବିଷୟକୁ କମିଶନଙ୍କ ଧ୍ୟାନକୁ ଆଣିବେ ସେସମ୍ପର୍କରେ ସବିସ୍ତୃତ ଆଲୋଚନା ହୋଇଛି ।


ବୈଠକର ଅନ୍ତିମ ପର୍ଯ୍ୟାୟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପର୍ଯ୍ୟବେକ୍ଷକମାନଙ୍କୁ ସମ୍ବୋଧନ କରିଛନ୍ତି । ମୁକ୍ତ, ଅବାଧ, ନିରପେକ୍ଷ ଓ ସମ୍ପୂର୍ଣ୍ଣ ଭାବରେ ତ୍ରୁଟିଶୂନ୍ୟ ନିର୍ବାଚନ ସମ୍ପର୍କରେ ଆଲୋଚନା କରି ଏହି ପ୍ରକ୍ରିୟାରେ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ଭୂମିକା ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନର ସୂଚିତ କରିଛନ୍ତି । ଇଭିଏମ, ଭିଭିପ୍ୟାଟ, ବୁଥ ପରିଚାଳନା, ପୋଷ୍ଟାଲ ବାଲାଟ, ଶାନ୍ତି ଶୃଙ୍ଖଳା ଓ ସମସ୍ତ ଦଳଙ୍କୁ ସମାନ ସୁଯୋଗ ଉପରେ ଗୁରୁତ୍ୱ ଦେଇ ପର୍ଯ୍ୟବେକ୍ଷକମାନେ କିଭଳି କାର୍ଯ୍ୟ କରିବେ ସେ ବିଷୟରେ ସମସ୍ତ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢନ୍ତୁ...ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ଶିବିର, ସ୍ବଚ୍ଛ ହେବ ନିର୍ବାଚନ ପରିଚାଳନା

ଭାରତୀୟ ଗଣତନ୍ତ୍ର ବିଶ୍ୱର ସର୍ବବୃହତ ଗଣତନ୍ତ୍ର । ମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ ଏହି ଗଣତନ୍ତ୍ରର ଶକ୍ତି । ଏହି ନିର୍ବାଚନ ପ୍ରକ୍ରିୟା ଉପରେ ସମସ୍ତ ବିଶ୍ୱବାସୀଙ୍କ ନଜର ରହିଛି । ଏଭଳି ଭାବନାକୁ ଧାରଣ କରି ନିଜ ନିଜର ଦାୟିତ୍ୱକୁ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ସମ୍ପନ୍ନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ପ୍ରେରିତ କରିଛନ୍ତି । ଭିସି ଜରିଆରେ ଭୁବନେଶ୍ୱରରୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକ୍ତର ଏନ. ତିରୁମାଲା ନାୟକ, ଶତ୍ରୁଘ୍ନ କର, ମିହିର ମହାନ୍ତି ଓ ବିଭିନ୍ନ ନିର୍ବାଚନ ପର୍ଯ୍ୟବେକ୍ଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details