ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀ ଦେଖିବେ ‘ସାବରମତି ରିପୋର୍ଟ’ ଫିଲ୍ମ ! ଧନ୍ୟବାଦ ସହ ଅନୁରୋଧ କରିଗଲେ ଏକତା - EKTAA KAPOOR MEETS CM MOHAN MAJHI

ଟାକ୍ସ ଫ୍ରୀ କରିଥିବାରୁ ଦେଲେ ଧନ୍ୟବାଦ, ଫିଲ୍ମ ଦେଖିବାକୁ କଲେ ଅନୁରୋଧ । ଗତକାଲି ସ୍ପେଶାଲ ସ୍କ୍ରିନିଂ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ଓ ଟିମ୍‌ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର, ସାବରମତି ରିପୋର୍ଟ ଦେଖିବାକୁ କଲେ ଅନୁରୋଧ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର, ସାବରମତି ରିପୋର୍ଟ ଦେଖିବାକୁ କଲେ ଅନୁରୋଧ (ETV Bharat Odisha)

By ETV Bharat Odisha Team

Published : Dec 3, 2024, 8:24 PM IST

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି ବଲିଉଡର ଜଣାଶୁଣା ନିର୍ମାତା- ନିର୍ଦ୍ଦେଶିକା ଏକତା କପୁର । ନିକଟରେ ଏକତାଙ୍କ ପ୍ରଯୋଜନାରେ ପରଦାକୁ ଆସିଥିବା ଚଳଚିତ୍ର ‘ଦ ସାବରମତି ରିପୋର୍ଟ’କୁ ମୋହନ ସରକାର ଟାକ୍ସ ଫ୍ରୀ କରିଛନ୍ତି । ଆଜି ସୌଜନ୍ୟମୂଳକ ସାକ୍ଷାତ ଅବସରରେ ଏକତା ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଟାକ୍ସ ଫ୍ରୀ ପାଇଁ ଧନ୍ୟବାଦ ଦେବା ସହ ‘ସାବରମତି ରିପୋର୍ଟ’ ମୁଭି ଦେଖିବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ଏକତାଙ୍କ ସହ ଫିଲ୍ମରେ ତାଙ୍କ ସହ-ପ୍ରଯୋଜକ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଭେଟିଥିଲେ ।

  • ଲିଙ୍ଗରାଜଙ୍କ ଦର୍ଶନ କଲେ ଏକତା:-

ଏହା ପରେ ଏକତା ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଓଡିଶା ଆସିଥିବାରୁ ଖୁସି ଅନୁଭବ କରୁଛନ୍ତି ବୋଲି କହିଥିଲେ । ଏକତା କହିଛନ୍ତି, ‘‘୧୨ ବର୍ଷ ତଳେ ଓଡ଼ିଶା ଆସିଥିଲି । ସେତେବେଳେ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲି । ଆଜି ବି ଦର୍ଶନ କରି ବହୁତ୍ ଖୁସି ଲାଗିଲା । ସାବରମତୀ ଫିଲ୍ମ ଉପରୁ ଟାକ୍ସ ଫ୍ରୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ୍ ଦେଲି । ମନ୍ଦିରମାଳିନୀ ସବୁଜମୟ ସହରରେ କେବେ ଫିଲ୍ମ ସୁଟିଂର ସୁଯୋଗ ମିଳିଲେ ନିଶ୍ଚୟ କରିବି ।’’

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର, ସାବରମତି ରିପୋର୍ଟ ଦେଖିବାକୁ କଲେ ଅନୁରୋଧ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- 'ଦ ସାବରମତି ରିପୋର୍ଟ' ସ୍କ୍ରିନିଂ; ଫିଲ୍ମ ଦେଖି ଭାବୁକ ହେଲେ ମୋଦି, ଖୁସିବ୍ୟକ୍ତ କଲେ ବିକ୍ରାନ୍ତ ମାସି

  • ଜିତେନ୍ଦ୍ରଙ୍କ କନ୍ୟା ଓ ତୁଷାର କପୁରଙ୍କ ଉଭଣୀ ହେଉଛନ୍ତି ଏକତା:-

ଏକତା କପୁର ହେଉଛନ୍ତି 80 ଦଶକର ପ୍ରଖ୍ୟାତ ଅଭିନେତା ଜିତେନ୍ଦ୍ରଙ୍କ କନ୍ୟା ଓ ଅଭିନେତା ତୁଷାର କପୁରଙ୍କ ଭଉଣୀ । ଭାରତୀୟ ଟେଲି ଇଣ୍ଡଷ୍ଟ୍ରିରେ ଏକତା ନିଜର ଭିନ୍ନ ଅନ୍ଦାଜର ଫିଲ୍ମ ଓ ଧାରାବାହିକ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ତେବେ ଏକତାଙ୍କ ପ୍ରାଯୋଜିତ ଫିଲ୍ମ ‘ଦି ସାବରମତି ରିପୋର୍ଟ’ ଏବେ ଦେଶବ୍ୟାପୀ ଚର୍ଚ୍ଚାରେ ରହିଛି । ବହୁଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଗୋଧ୍ରା ଟ୍ରେନ କାଣ୍ଡ ଉପରେ ଆଧାରିତ ଏହି ଚଳଚିତ୍ର ରିଲିଜ ପରଠାରୁ ଚର୍ଚ୍ଚାରେ ରହିଛି । ମୁଖ୍ୟ ଚରିତ୍ର ଭାବେ ବିକ୍ରାନ୍ତ ମେସି ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିଛନ୍ତି । ଏକାଧିକ ବିଜେପିଶାସିତ ରାଜ୍ୟ ଏହି ଫିଲ୍ମ ଉପରୁ କର ଛାଡ କରିଛନ୍ତି । ଏହି ଧାରାରେ ଓଡିଶା ମଧ୍ୟ ସାମିଲ ହୋଇଛି । ରାଜ୍ୟରେ ଏହି ଚଳଚିତ୍ର ଟାକ୍ସ ଫ୍ରୀ କରାଯାଇଛି ।

  • ସ୍ପେଶାଲ ସ୍କ୍ରିନିଂ ଦେଖିଥିଲେ ପ୍ରଧାନମନ୍ତ୍ରୀ ଓ ଟିମ୍‌

ଗତକାଲି ସଂସଦ ଭବନ ପ୍ରେକ୍ଷାଳୟରେ ଆୟୋଜିତ ସ୍ପେଶାଲ ସ୍କ୍ରିନିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମୁଭି ଦେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡାଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ ମଧ୍ୟ ମୁଭି ଦେଖିଥିଲେ । ଚଳଚିତ୍ରର ଲିଡ୍‌ ଚରିତ୍ରରେ ଅଭିନୟ କରିଥିବା ବିକ୍ରାନ୍ତ ମେସି ମଧ୍ୟ ସିନେମା ଦେଖିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ମୁଭିର ପ୍ରଯୋଜନା ଟିମ୍‌କୁ ଧନ୍ୟବାଦ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details