ଖୋର୍ଦ୍ଧା:ସରକାରୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଭଲ ପାଠ ପଢିବେ । ଏଥିପାଇଁ ଅର୍ଥ ଅଭାବ ନ ରହିବା ନେଇ ୫ଟି ଅଧ୍ୟକ୍ଷ ସବୁ ଜିଲ୍ଲା ଗ୍ରସ୍ତ କରି ନୂଆ-ଓ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରୁଛନ୍ତି । ଏନେଇ ଗତକାଲି(ବୁଧବାର) ଠାରୁ BSKY ନବୀନ କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଖୋର୍ଦ୍ଧା ଓ ସମ୍ବଲପୁରର ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି । ହେଲେ ପରୀକ୍ଷା ସମୟରେ କଲେଜ ପରିସରରେ ନବୀନ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମକୁ ନେଇ ବିବାଦରେ ଛନ୍ଦି ହୋଇଛି ବ୍ଲକ ପ୍ରଶାସନ । କାହା ଅନୁମତିରେ ପରୀକ୍ଷା ଚାଲିଥିବା ବେଳେ କଲେଜ କ୍ୟାମ୍ପସରେ ଏହା ନବୀନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହେଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।
ତେବେ ଗତକାଲି(ବୁଧବାର) ସକାଳ ୧୦ ଟାରୁ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ଯୁକ୍ତ ୨ ବିଜ୍ଞାନ ଶେଷ ବର୍ଷ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଛାତ୍ରଛାତ୍ରୀମାନେ ଗଣିତ ପରୀକ୍ଷା ଦେଉଥିଲେ । ଆଉ ଠିକ୍ ସେହି ସମୟରେ ପରୀକ୍ଷା ହଲକୁ ଲଗାଇ ବୋଲଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ନବୀନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଯାହାକୁ ନେଇ ମୁଣ୍ଡ ଟେକିଛି ବିବାଦ । ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟରେ ୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ପରମାନନ୍ଦ କଲେଜ ପଡିଆରେ ବ୍ଲକ ସ୍ତରୀୟ ନବୀନ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ପରୀକ୍ଷା ସମୟରେ ଏହି ନବୀନ କାର୍ଡ଼ କାର୍ଯ୍ୟକ୍ରମକୁ ନେଇ ସବୁଠି ଅସନ୍ତୋଷ ଦେଖାଯାଇଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ବିନା ଅନୁମତିରେ ହେଉଥିବା କଲେଜ ଅଧ୍ୟକ୍ଷ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ- BSKY ନବୀନ କାର୍ଡର ଶୁଭାରମ୍ଭ, ମେ ପହିଲାରୁ ଚିକିତ୍ସା ସୁବିଧା