ଭୁବନେଶ୍ବର: ଦୁଇ ଦିନର ଝଡି ବର୍ଷା ପରେ ଆଜି ପାଗରେ ପରିବର୍ତ୍ତନ ହୋଇଛି । ବର୍ଷା ପରେ ପୁଣି ଫେରିଛି ତାତି । ତେବେ ଆଜି ଆକାଶ ନିର୍ମଳ ଥିବା ବେଳେ ଆସନ୍ତା କାଲିଠୁ ୨୪ ତାରିଖ ପର୍ଯ୍ୟନ୍ତ ପାଗ ସ୍ବାଭାବିକ ସହିତ ଶୁଖିଲା ରହିବ । ଏହାସହ ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ପାଇବ । ଫଳରେ ମାର୍ଚ୍ଚ ଶେଷ ସପ୍ତାହରେ ପଶ୍ଚିମ ଓଡିଶାରେ ପ୍ରବଳ ଖରା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସେହିପରି ଆଜି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାର ଗୋଟେ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଉ କିଛି ଜିଲ୍ଲାରେ ମେଘୁଆ ପାଗ ରହିବାର ସମ୍ଭାବନା ରହିଛି । ମୁଖ୍ୟତଃ ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝରରେ ଏଭଳି ପାଗ ରହିବ ବୋଲ ଆକଳନ କରିଛି ବିଭାଗ । ପୁଣିଥରେ ୨୫ରେ ପଶ୍ଚିମା ଝଡ଼ ପ୍ରଭାବରେ ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର ଏବଂ ଯାଜପୁର ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେଇପାରେ । ଆସନ୍ତା 26 ଏବଂ 27 ତାରିଖରେ ପୁଣି ପାଗ ଶୁଖିଲା ରହିବ । ତେବେ ଗତ ତିନି ଦିନ ହେଲା ବର୍ଷା ଫଳରେ ଭୁବନେଶ୍ବର, ପୁରୀ, କଟକର ବିଭିନ୍ନ ସ୍ଥାନରେ ମାର୍ଚ୍ଚ ମାସରେ ସବୁଠୁ କମ ତାପମାତ୍ରା ରେକର୍ଡ଼ ହେଇଥିଲା । ସ୍ବାଭାବିକଠାରୁ ବର୍ଷା ୧୫ରୁ ୧୭ ଡିଗ୍ରୀ କମ ରହିଥିଲା । କମ ତାପମାତ୍ରାକୁ ଗତକାଲି ରାଜ୍ୟରେ ମାର୍ଚ୍ଚ ମାସର ସବୁଠାରୁ ଥଣ୍ଡା ଦିନ ଥିଲା ।